ଦେଉଳବେଡ଼ା ସରସ୍ୱତୀ ଶିଶୁମନ୍ଦିରର ରଜତ ଜୟନ୍ତୀ ମହୋତ୍ସବ ଉଦଘାଟିତ

ତାଳଚେର, ୧୦/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ଦେଉଳବେଡ଼ା କୋଲିୟରୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩ ଦିନିଆ ରଜତ ଜୟନ୍ତୀ ମହୋତ୍ସବ ମଙ୍ଗଳବାର ସଂଧ୍ୟାରେ ଉଦଘାଟିତ ହୋଇଯାଇଛି। ଉକ୍ତ ମହୋତ୍ସବରେ ମୁଖ୍ୟ ଅତିଥିଭାବେ ଭାବେ ବ୍ରହ୍ମଲିନ ସ୍ୱାମୀ ଲକ୍ଷଣାନନ୍ଦ ସରସ୍ୱତୀଙ୍କ ଉତରାଧିକାରୀ ତଥା କଣିହାଁସ୍ଥିତ ବ୍ରାହ୍ମଣୀଦେଇ ଆଶ୍ରମର ମୁଖ୍ୟ ସ୍ୱାମୀ ସଚ୍ଚିଦାନନ୍ଦ ସରସ୍ୱତୀ ମହାରାଜା ଯୋଗ ଦେଇ ମା ସରସ୍ୱତୀଙ୍କ ନିକଟରେ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। ମୁଖ୍ୟ ବକ୍ତାଭାବେ ଓଡ଼ିଶା ଶିକ୍ଷା ବିକାଶ ସମିତିର ଯୁଗ୍ମ ସମ୍ପାଦକ ହେମନ୍ତ କୁମାର ପାଣିଗ୍ରାହୀ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟ ସ୍ୱାମୀ ସଚ୍ଚିଦାନନ୍ଦ ମହାରାଜା ନିଜ ସମ୍ବୋଧନରେ ଆଜିର ସମାଜରେ ସଂସ୍କାରଗତ ଶିକ୍ଷାର ଆବଶ୍ୟକତା ରହିଛି ଏବଂ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀଙ୍କୁ ଏଭଳି ଶିକ୍ଷା ପ୍ରଦାନ କରିଆସୁଅଛି ବୋଲି କହିଥିଲେ। କେବଳ ଶିକ୍ଷା ନୁହେଁ ପ୍ରାକୃତିକ ବିପର୍ଯ୍ୟୟ, ଦୈବୀ ଦୁର୍ବିପାକ ସମୟରେ ମଧ୍ୟ ଏହି ବିଦ୍ୟାଳୟ ଦେଶର କୋଣ ଅନୁକୋଣରେ ସହଯୋଗର ହାତ ବଢ଼ାଇ ଆସୁଅଛି। ମୁଖ୍ୟବକ୍ତା ଶ୍ରୀ ପାଣିଗ୍ରାହୀ ନିଜ ବକ୍ତବ୍ୟରେ ଶିଶୁ ବିଦ୍ୟାମନ୍ଦିରର ଉତରତୋର କାମନା କରିବା ସହିତ ବିଭିନ୍ନ କ୍ଷେତ୍ରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉଚ୍ଚ ପଦପଦବୀରେ ପ୍ରତିଷ୍ଠିତ ହୋଇଛନ୍ତି ବୋଲି ପ୍ରକାଶ କରିଥିଲେ। ଏହି ଉଦଘାଟନ ସମାରୋହ ଉତ୍ସବରେ ବିଦ୍ୟାଳୟର ସଭାପତି ନୀରୋଦ କୁମାର ପ୍ରଧାନ ଅଧ୍ୟକ୍ଷତା କରିବାସହ ମଂଚାସୀନ ଅତିଥିଗଣଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ସମ୍ପାଦକ ତାରା ସିଂ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଶିଶୁ ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ବାବୁଲି ସାମଲ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୨୭ଜଣ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ କରାଯାଇଥିଲା। ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର କୃତୀତ୍ୱ ଲାଭ କରିଥିବା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ତିନି ଦିନ ଧରି ଚାଲିବାକୁ ଥିବା ଏହି ରଜତ ଜୟନ୍ତୀ ସମାରୋହ ଆସନ୍ତା ୧୨ ତାରିଖ ଦିନ ଉଦଯାପିତ ହେବ। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାମନ୍ଦିରର ଆଚାର୍ଯ୍ୟ, ଆଚାର୍ଯ୍ୟ, ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷା ବିକାଶ ସମିତିର କାର୍ଯ୍ୟକର୍ତାମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *