ଅନୁଗୁଳ

ଦେଉଳବେଡ଼ା ଶିଶୁମନ୍ଦିରର ୨୬ତମ ଖେଳକୁଦ ସମାରୋହ ଉଦଯାପିତ

ତାଳଚେର, ୧୧/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ଦେଉଳବେଡ଼ାସ୍ଥିତ ଶିଶୁ ବିଦ୍ୟାମନ୍ଦିରର ୨୬ତମ ଖେଳକୁଦ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଗତ ୮ତାରିଖଠାରୁ ୧୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ସ୍ଥାନୀୟ ଗ୍ରୀନ୍ ଗ୍ରାସ ଷ୍ଟାଡିଅମ ପରିସରରେ ଅନୁଷ୍ଠିତ ଏହି କ୍ରୀଡ଼ା ପ୍ରତିଯୋଗିତାକୁ ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ସାହୁ ଉଦ୍ଘାଟନ କରିଥିଲେ। ତୃତୀୟ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୫୧୦ଜଣ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ। ଉଦ୍ୟାପନୀ ଦିବସରେ ମୁଖ୍ୟଅତିଥି ଭାବେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଢେଙ୍କାନାଳ ବିଭାଗର ବିଭାଗ ସଂଘ ଚାଳକ ସୁଧୀର କୁମାର ମିଶ୍ର ଯୋଗ ଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ଏଥିରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବାବୁଲି ସାମଲ, ପରିଚାଳନା କମିଟି ସଭାପତି ନୀରୋଦ କୁମାର ପ୍ରଧାନ, ଉପସଭାପତି ଟଙ୍କଧର ଶତପଥି, କୋଷାଧ୍ୟକ୍ଷ ଚନ୍ଦନ କୁମାର ପ୍ରଧାନ, ସମ୍ପାଦକ ତାରା ସିଂ ମାଲହୋତ୍ରା, ସହ ସମ୍ପାଦକ ପ୍ରଫୁଲ କୁମାର ସିଠ, ସଦସ୍ୟା ଅର୍ଣ୍ଣପୂର୍ଣ୍ଣା ନାଏକ, ସଂଗୀତା ସାହୁ ଓ ବିଦ୍ୟାଳୟର ଗୁରୁମା/ଗୁରୁଜୀ ଓ ଅନ୍ୟାନ୍ୟ ସଦସ୍ୟଗଣ ଉପସ୍ଥିତ ଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ବ୍ୟାୟାମ ଯୋଗ, ଡମ୍ବେଲ, ଲିଜିମ୍ସ, ଅଗ୍ନି ତୋରଣ ଆଦି ଶାରୀରିକ ଦକ୍ଷତା କୈାଶଳ ପ୍ରଦର୍ଶନ କରାଯାଇଥିଲା। ଶେଷରେ ଉପସଭାପତି ଟଙ୍କଧର ଶତପଥି ଧନ୍ୟବାଦ ପ୍ରଦାନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top