ଅନୁଗୁଳ

ଦେଉଳବେଡ଼ା ତେଲିସାହି ଗ୍ରାମର ୪ ଦଫା ଦାବି ନେଇ ସ୍ମାରକପତ୍ର ପ୍ରଦାନ

ତାଳଚେର, ୪/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ନିକଟସ୍ଥ ଦେଉଳବେଡା ତେଲିସାହି ଗ୍ରାମର ୪ଦଫା ଦାବି ନେଇ ଗ୍ରାମ୍ୟ କମିଟି ପକ୍ଷରୁ ଏମ୍.ସି.ଏଲ୍. ର ଲିଙ୍ଗରାଜ କ୍ଷେତ୍ର ମହାପ୍ରବନ୍ଧକଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଦେଉଳବେଡା ତେଲିସାହି ଗ୍ରାମଟି ଏମ୍.ସି.ଏଲ ଲିଙ୍ଗରାଜ ଖୋଲା କୋଇଲାଖଣି ଦ୍ୱାରା ପ୍ରତ୍ୟକ୍ଷ ଭାବରେ କ୍ଷତିଗ୍ରସ୍ତ ହେଉଅଛି। ଦେଶର ବୃହତର ସ୍ୱାର୍ଥ ଦୃଷ୍ଟିରୁ ଗ୍ରାମବାସୀ ସବୁବେଳେ ଏମ୍.ସି.ଏଲ୍. ଲିଙ୍ଗରାଜ କ୍ଷେତ୍ରକୁ ସାହାଯ୍ୟ କରିଆସିଛନ୍ତି। କିନ୍ତୁ ଗ୍ରାମବାସୀ ଗ୍ରାମର ସମସ୍ୟା ବିଷୟରେ ବହୁବାର କୋଇଲାଖଣି କର୍ତ୍ତୃପକ୍ଷଙ୍କୁ ଜଣାଇଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମସ୍ୟା ସମାଧାନ ହୋଇପାରି ନାହିଁ। କୋଇଲା ଖଣି ଦ୍ୱାରା ଯେଉଁ ପାଇପ୍ ଲାଇନ୍ ବିଛାଯାଇଛି ତାହା ଫାଟିବା ଫଳରେ ସେହି ପାଣିକୁ ଲୋକମାନେ ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି ଏବଂ ଏହାକୁ ବ୍ୟବହାର କରି ଗ୍ରାମବାସୀ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେଉଛନ୍ତି। ତେଣୁ ଫଟା ପାଇପ୍କୁ ବଦଳାଯାଇ ନୂତନ ପାଇପ୍ ଲଗାଇ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଲିଙ୍ଗରାଜ ଖଣି ରାସ୍ତାଠାରୁ ଡିମରଗୁଡି ସାହି ଦେଇ ବଂଶୀଧର ନାଏକଙ୍କ ଘର ପର୍ଯ୍ୟନ୍ତ ଆଲୋକୀକରଣ କରାଯିବା, ଗ୍ରାମର ଚାଷ ଜମି ଓ ପୋଖରୀରେ ମିଶୁ ଥିବା ଲିଙ୍ଗରାଜ ଖୋଲା ଖଦାନରୁ ନିର୍ଗତ ଗ୍ରୀସ୍ ଓ ତେଲ ମିଶା ପାଣିକୁ ବନ୍ଦ କରାଯିବା, ଆମ୍ଭ ଗ୍ରାମରେ ଜମୁଥିବା ବର୍ଷା ପାଣିକୁ ଡ୍ରେନେଜ୍ ବ୍ୟବସ୍ଥା କରାଯାଉ ବୋଲି ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଆସନ୍ତା ୧୦ ତାରିଖ ମଧ୍ୟରେ ଉକ୍ତ ଦାବି ଗୁଡିକ ସମାଧାନ କରାନଗଲେ ଗ୍ରାମବାସୀଙ୍କ ପକ୍ଷରୁ ୧୧ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଖଣି ବନ୍ଦ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଉଲ୍ଲେଖ କରାଯାଇଛି। ଏହି ଦାବିପତ୍ର ପ୍ରଦାନବେଳେ ଗ୍ରାମ ସଭାପତି ରାହାସ କୁମାର ସାହୁ, ସମ୍ପାଦକ କାର୍ତିକ ସାହୁ, ପୂର୍ବତନ କାଉନସିଲର ଶଙ୍କର୍ଷଣ ବେହେରା, କ୍ଲବ ସଭାପତି ତୁଷାର କୁମାର ସାହୁ, ସନ୍ତୋଷ ସାହୁ, ଦିବେଶ ପୃଷ୍ଟି, ଲୁଲୁ ପୃଷ୍ଟିଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top