କୋରାପୁଟ

ଦୃଷ୍ଟିହୀନ କଣ୍ଠଶିଳ୍ପୀଙ୍କ ଭଜନ ସମାରୋହ

କୋରାପୁଟ ୧୬-୦୬-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ରଜ ମହୋତ୍ସବର ଦ୍ୱିତୀୟ ଦିନ ଶୁକ୍ରବାର ରାତିରେ ସଦର ବ୍ଲକର ଡୁମୁରିପୁଟ ବସଷ୍ଟାଣ୍ଡରେ ବୀର ସୁରେନ୍ଦ୍ର ସାଏ ପାଠାଗାରର ସହାୟତାରେ ଏକ ଭଜନ ସମାରୋହ ଆୟୋଜିତ ହୋଇଥିଲା। ଦୃଷ୍ଟିହୀନ କଳାକାର ମାନଙ୍କ ଉଚ କୋଟିର ସଙ୍ଗୀତ ପରିବେଷଣରେ ଉପସ୍ଥିତ ସହସ୍ରାଧିକ ଜନତା ମଜା ନେଇଥିବାବେଳେ କଳାକାର ମାନଙ୍କୁ ଉଚ ପ୍ରଶଂସା କରିଥିଲେ। ତେବେ ଏପରି କଳାକାର ମାନଙ୍କୁ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ବିଭିନ୍ନ ଯୋଜନାର ପ୍ରଚାର ପ୍ରସାରର ନିମନ୍ତେ ସୁଯୋଗ ଦେଲେ ସେମାନେ ନିଜ କଳା ସହ ସରକାରୀ ଯୋଜନାର ଉତମ ପ୍ରଚାର କରି ପାରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଡୁମୁରିପୁଟ ରାମ ମନ୍ଦିର ପରିଚାଳନା କମିଟି ସଭାପତି ନୀଳାମ୍ବର ସାହୁ, ସମ୍ପାଦକ ଦୀନବନ୍ଧୁ ବାରିକ, ଉପ-ସଭାପତି ଗୋପିନାଥ ପାଣିଗ୍ରାହି, ଭିଏସଏସ ପାଠାଗାର ସଭାପତି ଏମ୍.ସୁରେଶ କୁମାର, ସମ୍ପାଦକ ଜଗଦିଶ ଖୋସ୍ଲା, କୋଷାଧ୍ୟକ୍ଷ ତ୍ରିପତି ପାଣିଗ୍ରାହି, ସାଂସ୍କୃତିକ ସମ୍ପାଦକ ଜୀତେନ୍ଦ୍ର ସାହୁ, ସନ୍ତୋଷ ଶତପଥି, ମଧୁ ସୂଦନ ଖେମୁଣ୍ଡୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତିରୁମଲେଶ୍ୱର ଚୌଧରୀ, ଦିଲୀପ କୁମାର ସାମନ୍ତରାୟ ପ୍ରମୁଖ ଦୃଷ୍ଟିହୀନ କଲାକାର ମାନଙ୍କୁ ଡମୁରିପୁଟ ଅଂଚଳର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ କରିବାକୁ ପ୍ରତିଶୃତି ଦେବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top