ଗଜପତି

ଦୃଷ୍ଟିହୀନଙ୍କ ପାଇଁ ସଶକ୍ତିକରଣ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, ୧୨ା୧(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ହୋମଗାର୍ଡ ପଡିଆ ସମୁଖରେ ଦୃଷ୍ଟିହୀନମାନଙ୍କ ପାଇଁ ଏକ ସଶକ୍ତିକରଣ ପ୍ରଶିକ୍ଷଣ ଗୃହ ଉଦ୍ଘାଟିତ ହୋଇଛି। ଏହାକୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସିସିଡି ଆନୁକୁଲ୍ୟରେ ଉଦ୍ଘାଟନ କରାଯାଇଥିବା ବେଳେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରିନ୍ସିପାଲ ସେକ୍ରେଟେରୀ ନିତିନ ଚନ୍ଦ୍ରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଗଜପତି ଜିଲାପାଳ ତଥା ଭିନ୍ନକ୍ଷଣ ଉପଆୟୋଗ ସୁଧାଂଶୁ ମୋହନ ସାମଲ ଯୋଗ ଦେଇଥିଲେ। ଏହି ପ୍ରଶିକ୍ଷଣ କେନ୍ଦ୍ରରେ ମୁଖ୍ୟତଃ ଦୃଷ୍ଟିହୀନମାନଙ୍କୁ ବିଭିନ୍ନ ଯୋଗ୍ୟତା ଭିତ୍ତିରେ ପ୍ରଶିକ୍ଷଣ ଦେବାପାଇଁ ବ୍ୟବସ୍ଥା କରାଯାଇଛି। ସେହିପରି ଏହି ପ୍ରଶିକ୍ଷଣ କେନ୍ଦ୍ର ଦ୍ୱାରା ଦୃଷ୍ଟିହୀନ ଏବଂ କମ ଦୃଷ୍ଟିଶକ୍ତି ଥିବା ବ୍ୟକ୍ତିବିଶେଷମାନେ କିପରି ସମାଜର ମୁଖ୍ୟସ୍ରତରେ ସାମିଲ ହୋଇପାରିବେ ସେଥିପାଇଁ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଜିଲା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ବିଭିନ୍ନ ଉପକରଣମାନ ଯୋଗାଇ ଦିଆଯାଇଛି। ଆନ୍ତର୍ଜାତୀୟ ସମାଜସେବୀ ଲୁଇସ ବ୍ରେଲଙ୍କ ଜନ୍ମତିଥି ଅବସରରେ ଏହିପରି ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ.ପୁର୍ଣ୍ଣ ଚନ୍ଦ୍ର କୋରା, ଜିଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଅଧିକାରୀ ରବିନ୍ଦ୍ରନାଥ ବେହେରା, ନିୟତି ଅନୁଷ୍ଠାନର ମୁଖ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top