ଓଡ଼ିଶା

ଦୃର୍ଗମ ଇଲାକା ଡଙ୍ଗାଧର ଠାରେ ଜିଲ୍ଲାପାଳ ପାଦ ପଡିବା ପରେ, ପ୍ରଥମଥର ପଡିଲା ହରିଚନ୍ଦନପୁର ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସ୍ବାସ୍ଥ୍ୟ ମେଳା, ୧୭୭ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ଓୗଷଧ ବିତରଣ

ହରିଚନ୍ଦନପୁର, ତା ୦୨.୦୫ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ରାସୋଳ ଗ୍ରାମ ପଞ୍ଚାୟତର ଦୃର୍ଗମ ଅଞ୍ଚଳ ଆଳୁତୁମା ଗ୍ରାମ ନିକଟସ୍ଥ ଡଙ୍ଗାଧର ଗ୍ରାମରେ ଗତ ୨୬ତାରିଖ ଗୁରୁବାର ଦିନ କେନ୍ଦୁଝର ନୂତନ ଜିଲ୍ଲାପାଳ ଆଷିସ ଠାକରେଙ୍କ ପାଦ ପଡିଥିଲା। ତାହାକୁ ନେଇ ଜିଲ୍ଲା ଓ ବ୍ଲକର ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ଗମନାଗମନର ପ୍ରଶାସନିକ ଅଧିକାରୀ ଅଣ୍ଟା ଭିଡିଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ହରିଚନ୍ଦନପୁର ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ସୁରେନ୍ଦ୍ରନାଥ ସିଂଙ୍କ ନେତୃତ୍ୱରେ ଡଙ୍ଗାଧର ଗ୍ରାମରେ ଏକ ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ମେଳାରେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ରାଜେନ୍ଦ୍ର କୁମାର ନାୟକ ଓ ସୁରେନ୍ଦ୍ରନାଥ ସିଂ ୧୭୭ଜଣଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିବାର ଜଣାପଡିଛି। ସେଥିମଧ୍ୟରୁ ୨ଜଣଙ୍କର ମ୍ୟାଲେରିଆ ପଜେଟିଭ, ୨୨ଜଣଙ୍କର ଥଣ୍ଡା ଜ୍ବର, ୧୦ଜଣଙ୍କର କାଛୁ କୁଣ୍ଡିଆ ଜନିତ, ୧୨ଜଣଙ୍କର କୃମି ସଂକ୍ରମଣ, ୧୪ଜଣଙ୍କର ଅନ୍ୟ ରୋଗର ସଂକ୍ରମଣ, ୧୨ଜଣଙ୍କର ଶିଥିଳ ଚଳନର ଭଙ୍ଗୀ ଓ ୫ଜଣଙ୍କୁ ରୋଗ ପ୍ରତିଷେଧନର ଓୗଷଧ ବିତରଣ କରାଯାଇଛି। ଏବଂ ସେହି ଦିନ ୨ଜଣ ଶିଶୁକୁ ଚିହ୍ନଟ କରି ଅପପୁଷ୍ଟି ସାଧନ କେନ୍ଦ୍ର କେନ୍ଦୁଝରକୁ ସ୍ଥାନାନ୍ତର କରାଯାଇଥିବାର ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଉକ୍ତ କାର୍ଯ୍ୟକ୍ରମଟିକୁ ରାସୋଳ ଗ୍ରାମପଞ୍ଚାୟତର ସରପଞ୍ଚ ନାରଣ ପୂର୍ତ୍ତି, ନାୟବ ସରପଞ୍ଚ ପାର୍ବତୀ ମୁଣ୍ଡା, ୱାଡମେମ୍ବର ମନ୍ମଥ ଦାସ, ଅଙ୍ଗନୱାଡି କର୍ମୀ ସରସ୍ୱତୀ ତିରିଆ, ଆଶା କର୍ମୀ ପ୍ରିୟଦର୍ଶନୀ ବାଙ୍କିରା, ପୁରୁଷ ସ୍ୱାସ୍ଥ୍ୟ କର୍ମୀ ନୀଳମାଧବ ସେଠୀଙ୍କ ସହ ଉପସ୍ବାସ୍ଥ୍ୟ କର୍ମୀ ଯୋଗ ଦେଇ ସହଯୋଗ କରିଥିବାର ଜଣାପଡିଛି।


Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top