ଦୂର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

ଖଇରା, ୨/୯(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଶ୍ୟାମସୁନନ୍ଦରପୁର ପଞ୍ଚାୟତର ଗଣ୍ଡିବେଡ ବଜାରରେ ହେଉଥିବା ଦୂର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଣ୍ଡିବେଡ ଦୂର୍ଗାପୂଜା କମିଟିର ସଭାପତି ଭାଗିରଥୀ ଦାସଙ୍କ ସଭାପତିତ୍ୱରେ ଗ୍ରାମର ଗ୍ରାମଦେବତୀ ମା ସିଦ୍ଧ ବେକେଟେଇଙ୍କ ପା୍ରଙ୍ଗଣରେ ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ସଭାରେ ଉପସଭାପତି କୃଷ୍ଣ ଚନ୍ଦ୍ର ସାହୁ, ସଂଯୋକ ମାନସରଞ୍ଜନ ରାଉଳ, ସହ ସଂଯୋକ ବାବାଜି ଚରଣ ମହାନ୍ତି, କୋଷାଧ୍ୟକ୍ଷ ଇନ୍ଦୁଭୂଷଣ ପ୍ରଧାନ, ସହ କୋଷାଧ୍ୟକ୍ଷ ରତ୍ନାକର ମହାନ୍ତି, ସଂଯୋଜକ ରାଧାକାନ୍ତ ରାଉଳ, ସହସଂଯୋଜକ ଉଦୟନାଥ ରାଉଳ ଓ ଉପଦେଷ୍ଠା ସୁଧାଂଶୁ ଶେଖର ଦାସଙ୍କ ସହିତ ଗ୍ରାମବାସୀ ଓ ବଜାରବାସୀ ପ୍ରମୁଖ ବୈଠକରେ ଉପସ୍ଥିତ ରହି ଚଳିତ ବର୍ଷର ଦୂର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକରେ ଅଂଶ ଗ୍ରହଣ କରିଥିଲେ। ଦୂର୍ଗାପୂଜା କିପରି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହେବ ସେବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ସବୁ ବର୍ଷପରି ଏ ବର୍ଷ ଶାନ୍ତି ଶୃଙ୍ଖଳାର ସହିତ ଦୂର୍ଗାପୂଜା ପୂଜା ଉତ୍ସବକୁ ସମସ୍ତେ ସହଯୋଗ କରିବେ ବୋଲି ସମ୍ମତି ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *