ଦୂତୀ ଚାନ୍ଦଙ୍କୁ ଦେଢ଼ କୋଟି ଟଙ୍କାର ପୁରସ୍କାର ଦେବେ ରାଜ୍ୟ ସରକାର: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର ୨୭-୮ (ଓଡ଼ିଆ ପୁଅ) ଏୟୀୟ କ୍ରୀଡ଼ାରେ ୧୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିଥିବା ଦୂତୀ ଚାନ୍ଦଙ୍କୁ ଦେଢ଼ କୋଟି ଟଙ୍କାର ପୁରସ୍କାର ରାଜ୍ୟ ସରକାର ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ଘୋଷଣା କରିଛନ୍ତି।

ଭାରତୀୟ ମହିଳା ଆଥଲିଟ ଦୂତୀ ଚାନ୍ଦ ୧୮ତମ ଏସୀୟ କ୍ରୀଡ଼ାର ଅଷ୍ଟମ ଦିନ ରବିବାରଦିନ ୧୦୦ ମିଟର ରେସରେ ରୌପ୍ୟ ପଦକ ଜୀତିଛନ୍ତି। ଦୁତୀ ଫାଇନାଲ୍ ରେ ୧୧.୩୨ ସେକେଣ୍ଡ ସମୟ ନେଇକରି ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି।

ଦୂତୀ ସେମୀଫାଇନାଲ୍ ରେ ୧୧.୪୩ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନ ହାସଲ କରିଥିଲେ ଏବଂ ଫାଇନାଲ୍ ପାଇଁ କ୍ଵାଲିଫାଏ କରିଥିଲେ। ବାହାରୀନର ଇଡିଡୋଙ୍ଗ ଓଡିୟୋଂ ୧୧.୩୦ ସେକେଣ୍ଡ ସମୟରେ ସ୍ଵର୍ଣ୍ଣ ପଦକ ଜୀତିଛନ୍ତି। ଚୀନର ବେଂଗଲୀ ୟୋଈ ୧୧.୩୩ ସେକେଣ୍ଡରେ କାଂସ୍ୟ ପଦକ ନିଜର ନାମରେ କରିଛନ୍ତି।

Leave a Reply

Your email address will not be published. Required fields are marked *