ଓଡ଼ିଶା

‘ଦୂତିଙ୍କ ସଫଳତା ନୂଆ କ୍ରୀଡ଼ାବିତ୍‌ଙ୍କୁ ଉତ୍ସାହିତ କରିବ’ ସଂଗ୍ରାମୀ ବରୀ ମାଟିର ସ୍ୱର୍ଣ୍ଣୀମ ଇତିହାସରେ ଆଉ ଏକ ଉଜ୍ଜ୍ୱଳ ପୃଷ୍ଠା ଯୋଡ଼ି ହୋଇଛି: ବିଜୟ ନାୟକ

ଭୁବନେଶ୍ୱର, ୨୭/୮ (ଓଡ଼ିଆ ପୁଅ) : ଭାରତୀୟ କ୍ରୀଡ଼ା ଆକାଶର ଚାନ୍ଦ ଦୂତି ଚାନ୍ଦ ସଂପ୍ରତି ଚଳିତ ୧୮ତମ ଏସିଆନ୍‌ଗେମ୍ସରେ ୨୦ ବର୍ଷ ପରେ ଭାରତ ପାଇଁ ମେଡାଲ ଜିତି ଆମମାନଙ୍କୁ ଗର୍ବିତ କରିଛନ୍ତି। ଏହା ତାଙ୍କର ଦୀର୍ଘ ବର୍ଷର ସାଧନା, ସିଦ୍ଧି ଓ ସଂକଳ୍ପର ଫଳ। ସମଗ୍ର ଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଛି। ଦୂତିଙ୍କ ସଫଳତା ନୂଆ କ୍ରୀଡ଼ାବିତ୍‌ଙ୍କୁ ନିଶ୍ଚିତ ଭାବରେ ଉତ୍ସାହିତ କରିବ। ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦୂତିଙ୍କର ଏହି ସଫଳତା ପାଇଁ ଦେଢ଼ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛୁ। ରାଜ୍ୟ ସରକାର ଓଡ଼ିଶାର କ୍ରୀଡ଼ାର ବିକାଶ ପାଇଁ ବ୍ୟାପକ ଯୋଜନା କରୁଛନ୍ତି। ପ୍ରତି ପଞ୍ଚାୟତରେ ଖେଳ ପଡ଼ିଆ ଏବଂ ପ୍ରତି ବ୍ଲକରେ ମିନି ଷ୍ଟାଡିୟମ୍‌ନିର୍ମାଣ କରି ଓଡ଼ିଶାକୁ କ୍ରୀଡ଼ାର ହବ୍‌କରିବା ପାଇଁ ଯୋଜନା କରାଯାଉଛି। ହକି ବିଶ୍ୱକପ୍‌ଆୟୋଜନ ଏକ ଉଲ୍ଲେଖନୀୟ ସଂଯୋଜନା। ଉନ୍ନତମାନର ଭିତ୍ତିଭୂମି ଓ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦେଇପାରିଲେ ଓଡ଼ିଶାର ପ୍ରତିଭାମାନେ ରାଜ୍ୟ ଓ ଦେଶ ପାଇଁ ସୁନାମ ଆଣିପାରିବେ, ଯାହା ଦୂତି ଚାନ୍ଦଙ୍କ ସଫଳତାରୁ ସ୍ପଷ୍ଟ ହୋଇଛି। ଦୂତି ଚାନ୍ଦ ହେଉଛନ୍ତି, ବରୀ ମାଟିର ସୁଯୋଗ୍ୟ ସନ୍ତାନ। ତାଙ୍କର ଏହି ସଫଳତା ବିଶେଷକରି ବରୀବାସୀଙ୍କୁ ଉଲ୍ଲସିତ କରିଛି। ତାଙ୍କ ମାଧ୍ୟମରେ ସଂଗ୍ରାମୀ ବରୀ ମାଟିର ସ୍ୱର୍ଣ୍ଣୀମ ଇତିହାସରେ ଆଉ ଏକ ଉଜ୍ଜ୍ୱଳ ପୃଷ୍ଠା ଯୋଡ଼ି ହୋଇଯାଇଛି ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top