ଦୁଷ୍କର୍ମ ପୀଡିତାଙ୍କ ଆରୋଗ୍ୟ କାମନା କରି ବିଜେପି ମହିଳାମୋର୍ଚ୍ଚାର ଦୀପଦାନ

ଭଦ୍ରକ, ୨୬ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ ୬ ବର୍ଷର ନାବଳିକା ଦୁଷ୍କର୍ମର ଶିକାର ହୋଇ ଏବେ ମୃତ୍ୟୁ ସହ ସଂଗ୍ରାମରତ। ତାଙ୍କର ଆଶୁ ଆରୋଗ୍ୟ କାମନା କରି ଆଜି ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଦକ୍ଷିଣେଶ୍ୱରୀ କାଳୀ ମନ୍ଦିରରେ ସମୂହ ଦୀପଦାନ ଓ ପ୍ରାର୍ଥନା କରାଯାଇଛି। ପୀଡିତା ନାବାଳିକା ଏବେ ଆଇସିୟୁରେ ରହି ଚିକିତ୍ସାଧିନ ରହିଛନ୍ତି। ନବୀନ ସରକାର ଅମଳରେ ରାଜ୍ୟରେ ମହିଳାମାନେ ସୁରକ୍ଷିତ ହୋଇ ରହି ନାହାନ୍ତି। ଏବେ ମହିଳାଙ୍କ ପରେ ନାବାଳିକା କୋମଳମତୀ ଛୋଟ ପିଲାମାନେ ଦୁଷ୍କର୍ମକାରୀଙ୍କ ନଜରରେ ରହିଛନ୍ତି। ଜଣେ ପରେ ଜଣେ ଦୁଷ୍କର୍ମର ଶିକାର ହୋଇ ଚାଲିଛନ୍ତି। ଏହାର ପ୍ରତିରୋଧ ପାଇଁ ମହିଳାମାନେ ସ୍ୱରୋତ୍ତଳନ କରିବାକୁ ମୋର୍ଚ୍ଚାର ସଭାନେତ୍ରୀ ମନସ୍ମିତା ଖୁଣ୍ଟିଆ ଆହ୍ୱାନ ଦେଇଛନ୍ତି। ଏହି ଦୀପଦାନ କାର୍ଯ୍ୟରେ ବିଜେପି ନେତ୍ରୀ ମନୋରମା ପାତ୍ର, ପୁଷ୍ପାରାଣୀ ବେହେରା, ଉର୍ମିଳା ସାହୁ, ପଦ୍ମିନୀ ଦ୍ୱିବେଦୀ, କଳ୍ପନା ଜେନା, ଭାରତୀ ବିଶ୍ୱାଳ, ସୁମିତ୍ରା ପାଣି, ନବନ୍ୱିତା ନାୟକ, ଲିପିକା ଦାସ, ରମିତା ପାଢୀ ପ୍ରମୁଖ ଯୋଗ ଦେଇ ଦୀପଦାନ କରିଥିଲେ।

Leave a Reply

Your email address will not be published. Required fields are marked *