ଦୁଷ୍କର୍ମ ଉଦ୍ୟମ କରି ଯୁବକ ଗିରଫ

କୋରାପୁଟ;ତା୧୦-୦୬-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ଜଣେ ଅଙ୍ଗନୱାଡି କର୍ମୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗରେ ଦଶମନ୍ତପୁର ପୋଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ବ୍ଲକ କଲୋନୀରେ ରହୁଥିବା ବିବାହିତ ସୂର୍ଯ୍ୟମଣି କର ବୋଲି ଜଣା ପଡିଛି। ସୂଚନା ଅନୁଯାୟୀ, ବ୍ଲକ କଲୋନୀ ନିକଟରେ ରହୁଥିବା ଜଣେ ଅବିବାହିତ ଅଙ୍ଗନୱାଡି କର୍ମୀ ରାତିରେ ପରିଶ୍ରା ଯିବାକୁ ବାହାରକୁ ବାହାରିଥିବା ସମୟରେ ଆଗରୁ ଛପି ରହିଥିବା ଅଭିଯୁକ୍ତ ସୂର୍ଯ୍ୟମଣି ସମ୍ପୃକ୍ତ କର୍ମୀଙ୍କୁ ଧରି ପକାଇ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଯୁବତୀ ଚିତ୍କାର କରିବାରୁ ଅଭିଯୁକ୍ତ ତାଙ୍କୁ ଛାଡି ପଳାଇ ଯାଇଥିଲା। ଦଶମନ୍ତପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା(କେଶ୍ ନଂ-୬୮/୨୦୧୮)ରୁଜୁ କରି ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Leave a Reply

Your email address will not be published. Required fields are marked *