ଓଡ଼ିଶା

ଦୁର୍ବ୍ୟବହାର କରି ରେଲୱେ କର୍ମଚାରୀ କ୍ଷମା ମାଗିଲେ

ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଜନୈକ ରେଳବାଇ କର୍ମଚାରୀ ଟିକେଟ କାଉଣ୍ଟରରେ ଯାତ୍ରୀଙ୍କୁ ଦୁର୍ବ୍ୟବହାର କରି ଶେଷରେ ସମସ୍ତଙ୍କ ସମ୍ମୁଖରେ କ୍ଷମା ମାଗିବା ପରି ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଛି। ବିବରଣୀ ଅନୁଯାୟୀ ଜଣେ ରେଳବାଇ କର୍ମଚାରୀ କାଉଣ୍ଟରରେ ଟିକେଟ କାଟିବା ସମୟରେ ଅହେତୁକ ବିଳମ୍ବ କରିଚାଲିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଟ୍ରେନରେ ଯାତ୍ରା ପାଇଁ ସମୟ ପାଖେଇ ଆସୁଥିବାରୁ ଯାତ୍ରୀମାନେ ବ୍ୟସ୍ତ ହେଉଥିବା ସମୟରେ ସେ କିନ୍ତୁ ବିଳମ୍ବ କରିଚାଲିଥିଲେ। ଜନୈକ ଆଇନଜୀବୀ ଏହାର ପ୍ରତିବାଦ କରିବାରୁ ସଂପୃକ୍ତ କର୍ମଚାରୀ ତାଙ୍କୁ ଦୁର୍ବ୍ୟବହାର କରିବାରୁ ଯାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଭଦ୍ରକ ଓକିଲ ସଂଘର ସଂପାଦକ ଗଦାଧର ବଳ, ବାର ଆସୋସିଏସନ ସଂପାଦକ ବିଜନ ଜେନା ଓ ଅନ୍ୟ କେତେକ ଆଇନଜୀବୀଙ୍କ ସମେତ ବହୁ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ହୋହାଲ୍ଲା କରିଥିଲେ। ଟାଉନ ଥାନା ପୁଲିସ ଖବର ପାାଇ ଘଟଣାସ୍ଥଳରେ ପହଞ୍ଚିଥିବାବେଳେ, ଯାତ୍ରୀଙ୍କ ପକ୍ଷରୁ ରେଳବାଇ ଥାନାରେ ମଧ୍ୟ ଏକ ଅଭିଯୋଗ କରାଯାଇଥିଲା। ତେବେ ଉତ୍ୟକ୍ତ ଲୋକଙ୍କ ଦାବି ଓ ପୁଲିସ ହସ୍ତକ୍ଷେପ ଫଳରେ ସଂପୃକ୍ତ କର୍ମଚାରୀ ବାହାରକୁ ଆସି କ୍ଷମା ପ୍ରାର୍ଥନା କରିବା ପରେ ପରିସ୍ଥିତି ସ୍ୱାଭାବିକ୍ ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top