ଶିବ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ୍ …ଫାଣ୍ଡିରେ ଏତଲା ଦୁର୍ବୁତ୍ତଙ୍କ ନିଶାନାରେ ଶିବ ମନ୍ଦିର

ନୟାଗଡ଼ ୧୯/୧୨ (ଓଡ଼ିଆ ପୁଅ/ଜୟେନ୍ଦ୍ର ବେହେରା) ନୟାଗଡ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ରାଜସୁନାଖଳା ଫାଣ୍ଡି ଅଧିନ ତାଳକଣି ପଚାଂୟତ କୋଟ ପୋଖରୀସ୍ଥ ଶପ୍ତଦଶ ଶତାପଦ୍ଧିର ପ୍ରସିଦ୍ଧ ବାଙ୍କନିଧି ଦେବଙ୍କ (ଶିବ ମନ୍ଦିର) ମନ୍ଦିରରୁ ସୋମବାର ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ସାମଗ୍ରି ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ଗ୍ରାମବାସୀ ପକ୍ଷରୁ ମନ୍ଦିର ପୂଜକ ସୁଦର୍ଶନ ଋଣା ସ୍ଥାନୀୟ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ୍ ଠାରୁ ମିଳିଥିବା ସୂଚନା ଅନୁସାରେ ସୋମବାର ସନ୍ଧ୍ୟା ଧୂପ ପରେ ପୂଜକ ମନ୍ଦିର ତାଲା ପକାଇ ଘରକୁ ଫେରିଥିଲେ। ମଙ୍ଗଳବାର ସକାଳ ୬ ଟା ସମୟରେ ଉକ୍ତ ସେବାୟତ ଦୈନଦିନ ନୀତି ସଂପର୍ଣ୍ଣ ନିମନ୍ତେ ମନ୍ଦିରକୁ ଗଲା ବେଳେ ମନ୍ଦିର ମୁଖ୍ୟ ଦ୍ୱାର ମୁକୁଳା ପଡିଥିବା ଦେଖିବାକୁ ପାଇଥିଲେ ଏବଂ ମନ୍ଦିର ଭିତରେ ମହାପଭୂଙ୍କ ବହୁ ମୂଳ୍ୟବାନ ସାମଗ୍ରୀ ପିତ୍ତଳ ଘଣ୍ଟି ୪ ଟା .ଗରା. ୧ଟି. ଅଭିଷେକ ପାତ୍ର ୧ ଟି .ଆହୁଜା ସାଉଣ୍ଡ ମେସିନ୍, ଆସବାବପତ୍ର. ପିତ୍ତଳ ଥାଳି, ତାଲା, ଏଲଇଡି ବଲ୍ବ ୩ଟି. ସହ ବହୁ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ଘଟଣା ପ୍ରଘଟ ହେବା ପରେ ମନ୍ଦିରରେ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିବା ବେଳେ ଅନେକ ଶୈବ ଭକ୍ତମାନେ ଦୁଖ ପ୍ରକାଶ କରିଥିଲେ। ଏ ନେଇ ଗ୍ରାମବାସୀଙ୍କ ଏତଲା କ୍ରମେ ରାଜସୁନାଖଳା ଫାଣ୍ଡି ଅଧିକାରୀ ଅମ୍ବିକା ପ୍ରସାଦ ପଟ୍ଟନାୟକ ଏକ ମାମଲା ରୁଜୁ କରିବା ସହ ତୁରନ୍ତ ଘଟଣା ସ୍ଥଳକୁ ଯାଇ ଜୋରଦାର ତଦନ୍ତ ଚଳାଇଛି। ସୂଚନାଥାଉକି ସ୍ଥାନୀୟ ବେଣୁଧରପୁର ଶିବ ମନ୍ଦିରରୁ ଗତ ୧୦ ତାରିଖ ରାତିରେ କେହି ଦୃବୃତ୍ତ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରୀ ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଅଚଂଳରେ ଏବେ ଚୋରୀ କରିବା ଏକ ନିତିଦିନିଆ ଘଟଣାରେ ପରିଣତ ହେଲାଣି। ଏହି ଅଚଂଳରେ କିଛି ଦିନ ମଧ୍ୟରେ ଦୁଇ ଦୁଇଟି ମନ୍ଦିରରୁ ଚୋରୀ ହୋଇଥିଲେ ମଧ୍ୟ କୌଣସି ଦୃବୃର୍ତ୍ତଙ୍କୁ ଧରିବାରେ ପୋଲିସ୍ ସକ୍ଷମ ହୋଇନଥିବା ଘଟଣା ଏହି ଅଚଂଳର ବୃଦ୍ଧିଜୀବିଙ୍କ ମହଲରେ ଚର୍ଚ୍ଚା ବିଷୟ ପାଲଟିଛି। ପୋଲିସ୍ ର ପେଟ୍ରୋଲିଙ୍ଗ ହୋଉନଥିବାରୁ ଏଭଳି କରିବାକୁ ଚୋରମାନେ ସାହାସ କରୁଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି। ତେଣୁ ଉକ୍ତ ଅଚଂଳରେ ପେଟ୍ରୋର୍ଲି୍ଙ୍ଗ କରିବା ସହ ଦୁର୍ବୃତ୍ତଙ୍କୁ ଧରିବା ପାଇ ଅଚଂଳବାସୀ ଦୃଢ ଦାବି କରିଛନ୍ତିା

One thought on “ଶିବ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ୍ …ଫାଣ୍ଡିରେ ଏତଲା ଦୁର୍ବୁତ୍ତଙ୍କ ନିଶାନାରେ ଶିବ ମନ୍ଦିର

Leave a Reply

Your email address will not be published. Required fields are marked *