ଦୁର୍ବୁତ୍ତଙ୍କ ଆକ୍ରମଣରେ ଦୁଇ ଛାତ୍ର ଗୁରୁତର

ବାରିପଦା ୮-୭ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ମୟୁରଭଞ୍ଜ ଜିଲ୍ଳାର ଝାର୍ଡ ପୋଖରୀରେ ଥାନା ଅନ୍ତର୍ଗତ ସରସ୍ୱତୀ ଶିଶୁ ମନ୍ଦିରରେ କୌଣସି ଦୁର୍ବୁତ୍ତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ଦ୍ୱାରା ଦୁଇ ଜଣ ଛାତ୍ର ଗୁରୁତର ହୋଇଛନ୍ତି।

ଘଟଣା ମୁତାବକ ଶିଶୁ ମନ୍ଦିରର ନବମ ଶ୍ରେଣୀର ଛାତ୍ର ମନୋଜ କୁମାର ମହନ୍ତ ଓ ଷଷ୍ଠ ଶ୍ରେଣୀର ଛାତ୍ର ସକାଳ ଚାରିଟା ସମୟରେ ଶୌଚ ହେବାପାଇଁ ଶୌଚାଳୟ ଯାଇଥିଲେ। ଏହି ସମୟରେ କୌଣସି ଦୁର୍ବୁତ୍ତ ମୁହଁରେ କପଡା ବାନ୍ଧି ଏକ ଧାରୁଆ ଅସ୍ତ୍ରରେ ଦୁହିଁଙ୍କୁ ଆକ୍ରମଣ କରିଥିଲା। ଛାତ୍ର ଦୁହିଁଙ୍କର ପାଟି ଶୁଣି ସମସ୍ତେ ପହଁଞ୍ଚିବା ବେଳକୁ ସେ ସେଠାରୁ ଫେରାର ହୋଇ ଯାଇଥିଲେ। ଆହତ ଛାତ୍ର ଦୁହିଁଙ୍କୁ ପ୍ରଥମେ ଝାର୍ଡ ପୋଖରିଆ ଓ ପରେ ପଣ୍ଡିତ ରଘୁନାଥ ମୂର୍ମୁ ମେଡ଼ିକାଲ କୋଲଜକୁ ସ୍ଥାନାନ୍ତର କରାଯାଇଥିଲା। ମନୋଜଙ୍କ ଆଘାତ ଗୁରୁତର ଥିବାରୁ ତାଙ୍କୁ ଷୋହଳଟି ଷ୍ଟିଚ କରାଯାଇଥିଲା। ଅପର ପଟେ ପ୍ରଧାନ ଗୁରୁଜୀଙ୍କ ଲିଖିତ ଅଭିଯୋଗ କ୍ରମେ ସ୍ଥାନୀୟ ପୋଲିସ ୬୨/୧୮ ରେ ଏକ ମାମଲା ରୁଜ୍ଜୁ କରି ଆସାମୀକୁ ଧରିବାରେ ଲାଗିପଡିଛି।

Leave a Reply

Your email address will not be published. Required fields are marked *