ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ

କେନ୍ଦ୍ରାପଡା ୨୫/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )-ବାରମ୍ବାର ନିର୍ଜ୍ଜାତନାର ଶିକାର ହୋଇ ସଦର ଥାନାରୁ ନ୍ୟାୟ ନପାଇଥିବା ଏକ ପରିବାର ଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିବାକୁ ବାଧ୍ୟ ହୋଇଥିବା ଦେଖାଯାଇଛି।ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଅନୁଆପଡା ଗ୍ରାମର ପ୍ରଶନ୍ନ ତ୍ରିପାଠିଙ୍କ ପରିବାର ଉପରେ ସେହି ଗ୍ରାମର କିଛି ଖଳ ପ୍ରକୃତିର ଲୋକମାନେ ଅକଥନୀୟ ଅତ୍ୟାଚାର କରିବା, ଚାଷଜମିରୁ ଫସଲ ନଷ୍ଟ କରିଦେବା ସହିତ ବାରମ୍ବାର ନିର୍ଜ୍ଜାତନା ଦେବା ଓ ଜୀବନରେ ମାରିଦେବାକୁ ଧମକ ଦେବା ଯୋଗୁ ପ୍ରଶନ୍ନ ପରିବାର ସହିତ ନିଜର ଭିଟାମାଟି ଛାଡି ଗ୍ରାମ ବାହାରେ ରହୁଛନ୍ତି। ଏ ସମ୍ପର୍କରେ ସେ ମାନବିକ ଅଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମାନବିକ ଅଧିକାର କମିଶନ ଜିଲ୍ଲାପାଳଙ୍କୁ ଏସମ୍ପର୍କରେ ରିପୋର୍ଟ ମାଗିଥିବା ଜଣାପଡିଛି। କିନ୍ତୁ ଚାଷ ଉପରେ ନିର୍ଭର କରି ଜୀବନ ନିର୍ବାହ କରୁଥିବା ଏହି ଅସହାୟ ପରିବାରକୁ କୈାଣସି ସହାୟତା ଥାନା କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆନଜିବାରୁ ପ୍ରଶନ୍ନ ପରିବାର ସହିତ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିରହିଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କୈାଣସି ସରକାରୀ ଅଧିକାରୀ ଅନଶନ ସ୍ଥଳକୁ ଆସିନଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *