ଦୁର୍ବିସହ ପାଲଟିଛି କର୍କଟ ଆକ୍ରାନ୍ତ ମଣିଭଦ୍ରଙ୍କ ଜୀବନ

ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : କର୍କଟ ରୋଗରେ ଆକ୍ରାନ୍ତ ମଣିଭଦ୍ରଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି। ଦୀର୍ଘ ବର୍ଷ ହେବ ଖାଦ୍ୟନଳିରେ ସୃଷ୍ଟି ହୋଇଥିବା ଏକ ବଥ ଏବେ କର୍କଟ ରୋଗର ରୂ ନେଇଛ। ଚିକିତ୍ସ। ପାଇଁ ନିଜର ଜମି ଖଣ୍ଡିକ ବିକ୍ରି କରିବା ସହ ବହୁଲୋକଙ୍କ ଠାରୁ ଧାରକରଜ କରି ସର୍ବଶ୍ୱାନ୍ତ ହୋଇଥିଲେ ବି ତାଙ୍କ ଦୁଃଖର ଅନ୍ତ ଘଟୁନି। ଅନ୍ୟପକ୍ଷରେ ଧାର ଅର୍ଥକୁ ପରିଷୋଧ କରିବା ନେଇ ପ୍ରତି ମୁହୂର୍ତ୍ତରେ ଘାଣ୍ଟିଚକଟି ହେଉଛନ୍ତି। ଏହି ଅବସ୍ଥାରୁ ମୁକ୍ତିପାଇଁ ସେ କେବଳ ସରକାରୀ ଅର୍ଥ କୁ ଚାତକ ପରି ଅନାଇ ରହିଛନ୍ତି। ଭଦ୍ରକ ଜିଲା ବନ୍ତ ବ୍ଲକ ଅନ୍ତର୍ଗତ ପଧାନପଡା ପଞ୍ଚାୟତ ଚଣ୍ଡୀପୁର ଗ୍ରାମର ମଣିଭଦ୍ର(୫୨)ଙ୍କର ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ଛଡା ଅନ୍ୟ କିଛି ନାହିଁ। ଗାଁ ମୁଣ୍ଡରେ କୁଡିଆଟିଏ କରି ସାଇକେଲ ମରାମତି ଦୋକାନ ଟିଏ କରିଛନ୍ତି। ସେଥିରୁ ଯୋଉଁ ଅର୍ଥ ମିଳୁଥିଲା ସେଥିରେ ୫ ପ୍ରାଣୀ କୁଟୁମ୍ବର ପରିବାର ଦୁଃଖେକଷ୍ଟେ ଚଳି ଯାଉଥିଲା। ପିଲାମାନେ ଛୋଟ ଥିବାବେଳେ ପତ୍ନୀଙ୍କର ଅକାଳ ବିୟୋଗ ଘଟିଲା। ପିଲାମାନଙ୍କୁ ମଣିଷ କରିବାକୁ ଉଦ୍ୟମ କରୁଥିବାବେଳେ ଖାଦ୍ୟନଳିରେ ଅସହ୍ୟ ଯନ୍ତ୍ରଣା ହେଲା। କଟକ ଯାଇଁ ପରୀକ୍ଷା ପରେ କର୍କଟ ରୋଗ ବୋଲି ଜଣାପଡିଲା। ଡାକ୍ତର ତୁରନ୍ତ ଅପରେସନ ପାଇଁ ପରାମର୍ଶ ମଧ୍ୟ ଦେଇଥିଲେ। ଅପରେସନ ପାଇଁ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ଜାଣି ଜମି ଖଣ୍ଡକ ବିକ୍ରି କରିବା ସହ ଲୋକଙ୍କଠାରୁ ଧାର କରଜ କରି ଅପରେସନ ହୋଇଥିଲେ। ଅପରେସନ ଡାକ୍ତର ବିଶ୍ରାମ ନେବାକୁ କହିଥିଲେ। ମାତ୍ର ପରିବାର ପ୍ରତିପୋଷଣ ସହ ଓ ଧାର ଅର୍ଥ ସୁଝିବା ଲାଗି ଦୋକାନ ଖୋଲିବାକୁ ପଡୁଛି। ଅନ୍ୟପକ୍ଷରେ ତାଙ୍କର ଏହି ଅବସ୍ଥା ଦେଖି ପୁଅଝିଅ ଦୁଃଖରେ ଭାଙ୍ଗି ପଡିପଡିଛନ୍ତି। ଅନ୍ୟପକ୍ଷରେ ତାଙ୍କର ବିିଏଲ କାର୍ଡ ବ୍ୟତିତ ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକ୍କାଘର ଯୋଜନାରେ ଘରଟିଏ ମିଳିନି। ଏହି ଅସହାୟ ପରିବାର ପ୍ରତି ଯଦି ସରକାର କିମ୍ବା କୌଣସି ବଦାନ୍ୟ ବ୍ୟକ୍ତି ସହାୟତାର ହାତ ବଢାନ୍ତେ, ତାହେଲେ ଅସହାୟ ମଣିଭଦ୍ର ଟିକେ ରାହା ପାଆନ୍ତେ ବୋଲି ଗ୍ରାମବାସୀ କହିଛନ୍ତି।

Leave a Reply

Your email address will not be published. Required fields are marked *