ଗଞ୍ଜାମ

ଦୁର୍ନୀତି ପ୍ରସଙ୍ଗରେ ବିଜେପି ପକ୍ଷରୁ ଆସିକା ବ୍ଲକ ଘେରାଉ

ଆସିକା:୨୯/୧୦(ଓଡ଼ିଆ ପୁଅ/ଲଡୁ କିଶୋର ଦାସ) ରାଜ୍ୟରେ ପିସି କାରବାର ପ୍ରତିବାଦରେ ବିଜେପି ପକ୍ଷରୁ ଆସିକା ବ୍ଲକ ଅଫିସ ଘେରିଛି। ତିତଲି ପ୍ରଭାବରେ ବନ୍ୟା ପିଡିତ ଲୋକଙ୍କୁ ରାଜ୍ୟ ସରକାରଙ୍କ ମନମୁଖୀ ନୀତି ଓ ଜିଲ୍ଲା ପ୍ରଶାସନ ସହ ଆସିକା ବ୍ଲକ ପକ୍ଷରୁ ରିଲିଫ ସହ ଘର ଭଙ୍ଗା, କୃଷି ସହାୟତା ରାଶି ଦେବାରେ ପାତର ଅନ୍ତର ନୀତିକୁ ବିରୋଧ କରି ଗଞ୍ଜାମ ଜିଲ୍ଲା ଅଧିନ ଘୁମୁସର ଜିଲ୍ଲା ବିଜେପି ସଭାପତି ସୁର୍ଯ୍ୟନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଆଜି ଏକ ବିରାଟ ପଟୁଆର ରାଜସ୍ୱ ବଙ୍ଗଳା ବାହାରି ସହର ପରିକ୍ରମା କରି ତହସିଲ ଓ ବ୍ଲକ ଠାରେ ବ୍ଲକ ଘେରାଉ କରିଥିଲେ। ପ୍ରାୟ ଏକ ହଜାରରୁ ଉର୍ଦ୍ଦ ବିଜେପି କର୍ମି ଆସିକା ରାଜସ୍ୱ ବଙ୍ଗଳା ଠାରୁ ବିଭିନ୍ନ ବ୍ୟାନର, ପତାକା ସହ ପ୍ଲାକାର୍ଡ ଓ ସ୍ଲୋଗାନ ଦେଇ ରାଜ୍ୟ ସରକାରଙ୍କ ବିରୋଧରେ ନାରା ଦେଇ ବ୍ଲକ କାର୍ଯ୍ୟାଳୟ ଠାରେ ପହଚିଂଥିଲେ। ସେଠାରେ ଘୁମୁସର ଜିଲ୍ଲା ସଭାପତି ସୂର୍ଯ୍ୟନାରାୟଣ ଦାଶଙ୍କ ପୈାରହିତ୍ୟରେ ଅନୁଷ୍ଠୀତ ସଭାରେ ଜିଲ୍ଲା ଉପସଭାପତି ଦୁର୍ଗା ଚରଣ ପଟ୍ଟନାୟକ, ରାଜ୍ୟ ପରିଷଦ ସଦସ୍ୟ ନାରାୟଣ ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମହେଶ ମହାନ୍ତି, ଜିଲ୍ଲା କାର୍ଯ୍ୟକାରିଣି ସଦସ୍ୟ ପ୍ରଶାନ୍ତ ଚର୍ଚ୍ଚି, ବିଧାନ ସଭା ପ୍ରଭାରୀ ମୁରଲିଧର ପାଣିଗ୍ରାହି, ଜିଲ୍ଲା କାର୍ଯ୍ୟକାରିଣି ତଥା ଉତ୍କଳ ଫାର୍ମାସିଷ୍ଟ ଡାଇରେକ୍ଟର ରଞ୍ଜନ ପଣ୍ଡା, କେନ୍ଦୁପଦର ମଣ୍ଡଳ ସଭାପତି ସୁଶାନ୍ତ ରାଉତ, ପୂର୍ବତନ ଜିଲ୍ଲା ସଭାପତି ଉମାଚରଣ ପ୍ରଧାନ, ମଣ୍ଡଳ ସଭାପତି ରଘୁନାଥ ଗୈାଡ, ବିଜେପି ନେତା ଅଭିମନ୍ୟୁ ରାଉତ, ପଚାଂନନ ରାଉତ, ସରୋଜ କୁମାର ଭଞ୍ଜ, ଦିପକ ପରିଡା, ନଗର ବିଜେପି ସଭାପତି ନାରାୟଣ ହୋତା, କଂଗ୍ରେସ ପ୍ରଧାନ ପ୍ରମୁଖ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଲାଚଂ ବନ୍ଦ କରିବା, ସ୍ୱଚ୍ଚ ଭାରତ ଯୋଜନାରେ ଲାଚଂ ବନ୍ଦ କରିବା, ଉନ୍ନୟନ କାର୍ଯ୍ୟରେ ପିସି ବନ୍ଦ କରିବା, ସ୍କୁଲରେ ଶିକ୍ଷକ ଓ ମେଡିକାଲ ଠାରେ ଡାକ୍ତର ନଥିବା ଆଦି ଅଭିଯୋଗ କରିଥିଲେ। ଶେଷରେ ଆସିକା ବିଡିଓ ଗାୟତ୍ରୀ ଦତ ନାୟକ ଓ ତହସିଲଦାର ସୁବାଷ ଚନ୍ଦ୍ର ସେଠିଆଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ଆସନ୍ତା ୧ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ବିଜେପିର ପଦଯାତ୍ରା ଓ ଡିସେମ୍ବର ମାସରେ ପରିବର୍ତ୍ତନ ଯାତ୍ରା ହେବାର ସୂଚନା ପ୍ରଦାନ କରାଯାଇଥିଲା। ଏହି ବ୍ଲକ ଘେରାଉ ବେଳେ ତିତଲି ବାତ୍ୟାରେ ଗୃହ ହରାଇଥିବା ଲୋକ ଓ ଅସହାୟ ଜନତାଙ୍କୁ ପ୍ରଶାସନ ତୁରନ୍ତ ରିଲିଫ ପ୍ରଦାନ କରିବାକୁ ନିବେଦନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top