ଓଡ଼ିଶା

ଦୁର୍ନୀତି ଖବର ପ୍ରସାରଣ ପରେ କ୍ଷୁବ୍ଧ ହେଲେ ବେଗୁନିଆ ପଡ଼ା ସିଡିପିଓ : ସାମ୍ବାଦିକମାନଙ୍କ ବିରୁଦ୍ଧରେ ମିଥ୍ୟା ମାମଲା ଦାୟର

ବେଗୁନିଆ ପଡ଼ା ଜୁଲାଇ୧୨ (ଓଡ଼ିଆ ପୁଅ/ନୃସିଂହ ନାଥ ସ୍ୱାଇଁ) ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ବ୍ଳକ ବିଭିନ୍ନ ସମୟରେ ବିଭିନ୍ନ ଦୁର୍ନୀତିକୁ ନେଇ ଚର୍ଚ୍ଚାରେ ରହିଥିବା ବେଳେ ନିକଟରେ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟର ଦୁର୍ନୀତି ଅଭିଯୋଗକୁ ନେଇ ବେଶ୍ ସରଗରମ ରହିଛି। ବ୍ଲକର ମର୍ଦ୍ଦକୋଟ ଓ କେ. ବରିଡ଼ା ପଞ୍ଚାୟତର ଅଂଗନବାଡି କେନ୍ଦ୍ର ବାରମ୍ବାର ବନ୍ଦ ରହୁଥିବା ନେଇ ଖବରକାଗଜରେ ପ୍ରକାଶ ପାଇବା ପରେ ସିଡିପିଓ ତଦନ୍ତ କରିବା ଦୂରର କଥା ଓଲଟା ୨ ସାମ୍ବାଦିକଙ୍କ ବିରୁଦ୍ଧରେ ମିଥ୍ୟା ମାମଲା ରୁଜୁ କରିଥିବା ଅଭିଯୋଗ ହୋଇଛି ଏବଂ ପ୍ରତିବାଦ ସ୍ୱରୂପ ସମସ୍ତ ତଥ୍ୟ ପ୍ରମାଣ ସହ ଦୁଇ ସାମ୍ବାଦିକ ମଧ୍ୟ ପାଲଟା ଏତଲା ଦେଇଛନ୍ତି। ସିଡିପିଓଙ୍କ ଏହିଭଳି କାର୍ଯ୍ୟକୁ କବିସୂର୍ଯ୍ୟନଗର ପ୍ରେସ୍ କ୍ଲବ ସମେତ ବିଭିନ୍ନ ସଂଗଠନ ଏବଂ ମର୍ଦ୍ଦକୋଟ ଓ କେ. ବରିଡ଼ା ପଞ୍ଚାୟତର ଜନପ୍ରତିନିଧିମାନେ କଡା ନିନ୍ଦା କରିଛନ୍ତି। ତୁରନ୍ତ ସାମ୍ବାଦିକ ମାନଙ୍କ ପ୍ରତି କରାଯାଇଥିବା ମିଥ୍ୟା ମାମଲା ପ୍ରତ୍ୟାହାର କରିବା ସହ ଗଣମାଧ୍ୟମକୁ ମୁକ୍ତ ରଖିବା ପାଇଁ ଅପିଲ୍ ହୋଇଛି। ଏଥିସହ ପ୍ରକାଶ ପାଇଥିବା ଖବରକୁ ଆଧାର କରି ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାକୁ ଦାବି ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top