ଦୁର୍ନୀତିରେ ଭରପୁର ଆମ ଅଙ୍ଗନୱାଡିକେନ୍ଦ୍ର

ଖଇରା, ୧/୯ (ଓଡିଆ ପୁଅ / ନରେନଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକରେ ଆମଅଙ୍ଗନୱାଡି କେନ୍ଦ୍ର ଓ ଉପକେନ୍ଦ୍ରକୁ ମିଶାଇ ପ୍ରାୟ ୩୦୦ରୁ ଉର୍ଦ୍ଦ ଆମଅଙ୍ଗନୱାଡି କେନ୍ଦ୍ର କାର୍ଯ୍ୟକ୍ଷମ ଅଛି। କାଁ ଭାଁ କେତେଗୁଡିଏ କେନ୍ଦ୍ରକୁ ଓ ଉପକେନ୍ଦ୍ରକୁ ଛାଡିଦେଲେ ପ୍ରାୟ ସମସ୍ତ କେନ୍ଦ୍ର ଦୁର୍ନୀତିରେ ଚାଲିଛି। କେଉଁଠି ପିଲା ଉପସ୍ଥାନକୁ ନେଇ ବିବାଦ ଚାଲିଛିତ କେଉଁଠି ଖାଦ୍ୟକୁନେଇ, ପୁଣି କେଉଁଠି ପିଲାଙ୍କ ପାଇଁ କିଣାଯାଇଥିବା କିଟ୍ କୁନେଇଚାଲିଛି ଦୁର୍ନୀତି, ତ ପୁଣି କେଉିଁଠି କେଉଁଠି କେନ୍ଦ୍ର ଖୋଲିବାନେଇ ଚାଲିଛି ଲାଗିରହିଛି ସମସ୍ୟା। ସାନକମାରି ଅଙ୍ଗନୱାଡି କେନ୍ଦ୍ରରେ ୩/୪ପିଲାଙ୍କ ଉପସ୍ଥାନକୁ କର୍ମଚାରୀ ୨୦/୨୫ପିଲାଙ୍କ ଉପସ୍ଥାନ ଦର୍ଶାଇ ଦୁର୍ନୀତିରେ ବୁଡିରହିବା ଏହାର ଗୋଟିଏ ଜ୍ଜଳନ୍ତ ଉଦାହରଣ କହିଲେ ଅତ୍ୟୁକ୍ତି ହେବନାହିଁ। ସିଡିପିଓଙ୍କୁ ପଚାରିଲେ କୁହନ୍ତି ଏମିତିରେ ରାଜ୍ୟ ଚାଲିଛି। ସୁପରଭାଇଜରକୁ ପଠାଇ ତଦନ୍ତ କରିବି। ବର୍ତ୍ତମାନ ସରକାର ଅଙ୍ଗନୱାଡି କେନ୍ଦ୍ର ମାଧ୍ୟମରେ ଶିଶୁମାନଙ୍କର ବିକାଶ ପାଇଁ ବିଭିନ୍ନ ପଦକ୍ଷେପମାନ ନେଉଛନ୍ତି। କେବଳ ଶିଶୁ ନୁହେଁ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟରକ୍ଷାଲାଗି ମଧ୍ୟ ଅଙ୍ଗନୱାଡି କେନ୍ଦ୍ରକୁ ପୁଷ୍ଟିକର ଖାଦ୍ୟ ସରକାର ଯୋଗାଇ ଦେଉଛନ୍ତି। ଅଙ୍ଗନୱାଡି କେନ୍ଦ୍ରରେ ୬ବର୍ଷର ଶିଶୁମାନଙ୍କୁ ପ୍ରାକ୍ ପ୍ରାଥମିକ ଶିକ୍ଷା ଦିଆଯାଉଥିବାରୁ ସରକାର ଅଙ୍ଗନୱାଡି କେନ୍ଦ୍ରକୁ ବ୍ୟାପକ ଅର୍ଥ ଯୋଗାଇ ଦେଉଛନ୍ତି। କିନ୍ତୁ ଏହି ଖଇରା ବ୍ଲକର ସମନ୍ୱିତ ଶିଶୁ ବିକାଶ ଯୋଜନା ଦିଗହରା ହୋଇପଡିଛି। କେବଳ ଗର୍ଭବତୀ ମହିଳା ଓ ଶିଶୁମାନଙ୍କ ଲାଗି ଆସୁଥିବା ଅର୍ଥ ହଡପ ହେଉଛି ତା’ନୁହେଁ କର୍ମୀ ଓ ସହାୟିକାମାନେ ନିୟମିତ କେନ୍ଦ୍ରକୁ ଆସୁ ନଥିଲେ ମଧ୍ୟ ତାଙ୍କ ଜରିଆରେ ବି ହଡପହେଉଥିବାର ଜଣାଯାଇଛି। ଗାଁ ପରିମଳ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହି ଅର୍ଥ ବ୍ୟୟ କରାଯିବାକୁ ଥିଲେ ମଧ୍ୟ ଏହି ଖଇରା ବ୍ଲକର କାଁ ଭାଁ କେତେକ କେନ୍ଦ୍ରକୁ ଛାଡିଦେଲେ ପ୍ରାୟ ସମସ୍ତ କେନ୍ଦ୍ରରେ ସରକାରଙ୍କଠାରୁ କେନ୍ଦ୍ରକୁ ଆସୁଥିବା ଅର୍ଥକୁ କର୍ମୀ ଓ ସିଡିପିଓ କାର୍ଯ୍ୟାଳୟ ଦ୍ୱାରା ହଡପ କରାଯାଉଥିବାର ଦେଖାଯାଇଛି। କର୍ମୀ ଓ ସହାୟିକାମାନେ ସେବାମନୋଭାବ ନେଇ କାର୍ଯ୍ୟ କରୁନଥିବାରୁ ଅଙ୍ଗନୱାଡି କେନ୍ଦ୍ର ମାଧ୍ୟମରେ ଗ୍ରାମବାସୀମାନେ ଯାହା ଉପକୃତ ହେବାକଥା ହୋଇପାରୁ ନାହାଁନ୍ତି। ସରକାରଙ୍କ ନୀତି ନିୟମକୁ ପାଳନ କରିବାରେ କେନ୍ଦ୍ରର କର୍ମୀ କି ସହାୟିକାଙ୍କର ଆଗ୍ରାହ ନାହିଁ। ଆଗ୍ରହ ଅଛି କେବଳ ପିଲାଙ୍କ ପାଇଁ ଆସୁଥିବା ଖାଦ୍ୟ, ଅଣ୍ଡା, ପୋଷାକ ପ୍ରଭୁତି ସହାୟତାକୁ କମ୍ ପିଲାକୁ ବେଶି ପିଲା ଦର୍ଶାଇ ହଡପ କରିବାକୁ। ବିଷୟରେ ସିଡିପିଓଙ୍କ କାର୍ଯ୍ୟଳୟ ସହିତ ଯୋଗାଯୋଗ ଉତ୍ତର ମିଳୁଛି ରାଜ୍ୟସାରା ଚ ଚାଲିଛି ଦୁର୍ନିତି ଖାଲି ଖଇରା ବ୍ଲକରୁ ଦୁର୍ନିତି ହଟିଗଲେ କ’ଣ ଏ ଦେଶରୁ ଦୁର୍ନିତି ହଟିଯିବ। ଚାଲିଛି ଚାଲିବ କିଛି କରାଯାଇପାରିବ ନାହିଁ। ଗଣମାଧ୍ୟର ପ୍ରତିନିଧି ମାମଙ୍କ ଦ୍ୱାରା ନଜରକୁ ଆସିଲା ସମୟ ସୁବିଧା ଦେଖି ତଦନ୍ତ କରାଯିବ। ପ୍ରାୟ ପ୍ରତି କେନ୍ଦ୍ର ଓ ଉପକେନ୍ଦ୍ର ମାନଙ୍କରେ ଦୈନିକ କିଛିନା କିଛ ଦୁର୍ନିତି ଦେଖିବାକୁ ମିଳୁଛି। ସରକାର ଲୋକମାନଙ୍କ ପାଇଁ ଯେତେ ପ୍ରକାର ଜନହିତକର ଯୋଜନା ପ୍ରଣୟନ କଲେ ମଧ୍ୟ କର୍ମଚାରୀମାନେ ସେହିସବୁ ଜନହିତକର ଯୋଜନାକୁ ଲୋକମାନଙ୍କ ପାଖରେ ନ ପହଞ୍ଚାଇ ନିଜ ଘରେ ପହଞ୍ଚାଇବାରେ ସଫଳ ହୋଇପାରୁଛନ୍ତି। ସେମାନେ କେବେ ଚିନ୍ତା କରୁନାହାଁନ୍ତି କି ପିଲାମାନଙ୍କ ପାଇଁ ଆସୁଥିବା ଖାଦ୍ୟ, ଅଣ୍ଡା, ପୋଷାକ ଓ ଉପସ୍ଥାନ ଇତ୍ୟାଦିରେ କାହିଁକି ଦୁର୍ନିତିରେ ଲିପ୍ତ ରହିବୁ। ପିଲାମାନେ ହେଉଛନ୍ତି ଦେଶର ଭବିଷ୍ୟତ। ସରକାର ଆମଅଙ୍ଗନୱାଡି କେନ୍ଦ୍ରକୁ ଯାହା ସବୁ ଯୋଗାଇଦେଉଛନ୍ତି ତାହାଯଦି ଠିକଣା ଭାବରେ ପ୍ରତି ପିଲାଙ୍କ ପାଖରେ ପହଞ୍ଚି ପାରିଲେ ଆଜିର ପିଲା କାଲିର ଭବିଷ୍ୟତ ବାକ୍ୟଟି ସଫଳ ହୋଇପାରନ୍ତା। ତେଣୁ ପ୍ରତି ଅଙ୍ଗନୱାଡି କେନ୍ଦ୍ର ମାନଙ୍କରେ ପରିଲକ୍ଷିତ ହେଉଥିବା ଦୁର୍ନୀତିକୁ ରୋକିବାପାଇଁ ତଳସ୍ତରରୁ ଉପର ସ୍ତର ପର୍ଯ୍ୟନ୍ତ ସମସ୍ତଙ୍କର ଦାୟିତ୍ୱବାନ୍ ହେବାଉଚିତ। ଖଇରା ବ୍ଲକରେ ଆମଅଙ୍ଗନୱାଡି ବ୍ୟତିତ ଦୁର୍ନୀତିରେ ଭରପୂର ଥିବା କାର୍ଯ୍ୟାଳୟ ଗୁଡିକୁ ଭିଜିଲାନସ ତଦନ୍ତ ପରିସରଭୁକ୍ତ କରାଯାଇ ଦୁର୍ନୀତିର ମୂଳୋତ୍ ପାଟନ କରି ଦୋଷୀ କର୍ମଚାରୀଙ୍କ ବିରୋଧରେ ଦୃଢକାର୍ଯ୍ୟାନୁଷ୍ଠା ନେବାକୁ ଅଂଚବାସୀଙ୍କ ତରଫରୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *