ଜିଲ୍ଲା ପରିକ୍ରମା

ଦୁର୍ନୀତିରେ ଗନ୍ତାଘର ସାଜିଛି ଖଇରା ବ୍ଲକ, ଅଭିଯୋଗ ଆଣିଲା ଭାଜପା

ଖଇରା, ୨୨/୮/୨୦୧୮(ଓଡିଆ ପୁଅ / ନରେନ୍ଦ୍ର ପ୍ରସାଦ ବେହେରା)-ଭାରତୀୟ ଜନତା ପାର୍ଟି(ଭାଜପା)ର ଜିଲ୍ଲା ସଂପାଦକ ଅକ୍ଷୟ କୁମାର ଧିନ୍ଦା ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକରେ ବିଭିନ୍ନ ବିଭାଗରେ ଘଟୁଥିବା ଦୁର୍ନୀତି ବାବଦରେ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି। ଅଭିଯୋଗରୁ ଯାହା ଜଣାଯାଇଛି ଯେ ବିଡିଓ ମହେଶ ଚୌଧୁରୀଙ୍କର କାର୍ଯ୍ୟଳୟ ପରିସରରେ ସରକାରୀ ବାସଭବନ ଥିଲାବେଳେ ସେ କେତେବେଳେ ହେଲେ ନ ରହି ଭଦ୍ରକରେ ରହୁଛନ୍ତି। ଭଦ୍ରକରୁ ଖଇରା ଅଫିସ ପୁଣି ଖଇରାରୁ ଭଦ୍ରକ ଘରକୁ ଦୈନିକ ଯିବାଆସିବା ୪ଥର କରୁଛନ୍ତି ଭଡା ସୂତ୍ରରେଲାଗିଥିବା ବୋଲେରୁ ଗାଡିରେ। ଏବାବଦରେ ଯେଉଁ ଅର୍ଥ ଖର୍ଚ୍ଚ ହେଉଛି ସେ ଅର୍ଥ ଜନସାଧାରଣଙ୍କର ନା ଆଉ କାହାର ବୋଲି ଜନସାଧାରଣ ପ୍ରଶ୍ନ ଉଠାଇଛନ୍ତି। ଏମ.ଆଇ ବିଭାଗ ରେସନ କାର୍ଡକୁ ନେଇ ଦୁର୍ନୀତିରେ ବୁଡି ରହିଥିବା କଥା ଜନସାଧାରଣଙ୍କୁ ଅଜଣା ନାହିଁ। ପ୍ରକୃତ ଗରିବ ହିତାଧିକାରୀମାନେ ରେସନ କାର୍ଡରୁ ବଞ୍ଚିତ ହେଉଥିଲା ବେଳେ ଧନୀ ଶ୍ରେଣୀର ଲୋକଙ୍କୁ ଦିଆଯାଇଛି ରେସନ କାର୍ଡ। ଅଭିଯୋଗ କଲେ ବିଡିଓ ଓ ଏମ.ଆଇ କୁହନ୍ତି ତଦନ୍ତ କରିଦେଖିବୁ। ବିଡିଓ ଗରିବ ଲୋକମାନଙ୍କୁ ଗୁରୁତ୍ୱ ଦେଉନଥିଲାବେଳେ ସରକାରୀ ଅର୍ଥରେ ବ୍ୟକ୍ତିଗତ ଜାଗାରେ ଢଳେଇ ରାସ୍ତା ନିର୍ମାଣରେ ବ୍ୟସ୍ତ ରହୁଛନ୍ତି। ତାହାର ଏକ ଜ୍ୱଳନ୍ତ ଉଦାହରଣ ଖଇରା ପଞ୍ଚାୟତର ଆଳଦା ଗାଁ ୮ ନମ୍ବର ୱାର୍ଡରେ ପରିଲକ୍ଷିତ। ଗୋଚର, ରକ୍ଷିତଅନାବାଦି ଓ ଗୋଦଣ୍ଡା କିସମ ଜାଗାରେ ନିର୍ମାଣ ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟ କଥା ନକହିବାଭଲ। ଅନେକ ସମୟରେ ଏମ.ଆଇ ଚୌକି ଖାଲି ରହୁଥିବାରୁ ରେସନ କାର୍ଡ ବାବଦରେ ଦୂରଦୂରାନ୍ତରୁ ଆସୁଥିବା ଜନସାଧାରଣ ବହୁ ଅସୁବିଧାରେ ସମ୍ମୁଖିନ ହେଉଥିବାର ଏମ.ଆଇ ଅଫିସ ସମ୍ମୁଖ ଲୋକସମାଗମରୁ ଜଣାପଡେ। ଏମ.ଆଇ ବିଭାଗ ମଧ୍ୟରେ ଗୋପିନାଥ ପ୍ରଧାନ ବୋଲି ଜଣେ ବାହାର ବିଜେଡି ଲୋକ ସବୁବେଳେ ଅଫିସ ଚୌକିରେ ବସି କାର୍ଯ୍ୟ କରୁଛନ୍ତି। ଗୋପିନାଥ ପ୍ରଧାନ ବିଷୟରେ ବିଡିଓଙ୍କୁ ପଚାରିବାରୁ ପ୍ରଥମେ ସେ କିଏ ମୁଁ ଜାଣିନାହିଁ ଏମ.ଆଇ ସେବାବଦରେ କହିବେ। ଏମ.ଆଇ ଅଫିସକୁ ଆସିବାପରେ ପଚାରିବାରୁ ବିଡିଓ ଶ୍ରୀ ପ୍ରଧାନକୁ ରଖିଛନ୍ତି ବୋଲି କହିଲେ। ପୁନଶ୍ଚ ବିଡିଓଙ୍କୁ ପଚାରିବାରୁ ସେ ବିରକ୍ତ ହୋଇ କହିଲେ ମୁଁ କ’ଣ ଠିକାନେଇଛିକି ସବୁ ବିଭାଗ ବୁଲି ଦେଖିବି କିଏ କେଉଁଠି କ’ଣ କରୁଛି। କର୍ମଚାରୀ ଅଭାବଅଛି ଆପଣଆସି କରିବେ ଯଦି କରୁନ୍ତୁ କିଏ ମନାକରୁଛିକି। ଜଣେ ପ୍ରଶାସନିକ ଅଧିକାରୀଙ୍କ ଏଭଳି ମନ୍ତବ୍ୟ ପ୍ରଦାନକରିବା କେତେଦୂର ସମୀଚିନ ତାହା ସାଧାରଣ ଜନତାଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ବାହାର ଲୋକ ଦ୍ୱାରା ଏମ.ଆଇ ନିରଞ୍ଜନ ସାହୁ ପରିଚାଳିତ ହୋଇ ଗରିବ ଲୋକଙ୍କୁ ପାହାର ଦେଉଥିଲାବେଳେ ଧନୀ ଲୋକଙ୍କୁ ଜୁହାର ହେଉଛନ୍ତି। ଖଇରା ବ୍ଲକ କାର୍ଯ୍ୟାଳୟ ବର୍ତ୍ତମାନ ବିଜେଡି କାର୍ଯ୍ୟଳୟରେ ପରିଣତ ହୋଇଯାଇଛି। ଲୋକମାନଙ୍କ ସମସ୍ୟା ଦୂର ହେବା ପରିବର୍ତ୍ତେ ବଢି ବଢି ଚାଲିଛି। ଏହାଛଡା ଭତ୍ତା, ଆବାସ ଯୋଜନା, ପାନୀୟ ଜଳ ପ୍ରକଳ୍ପ କ୍ଷେତ୍ରରେ ବହୁ ଦୂର୍ନୀତି ପରିଲକ୍ଷିତ ହେଉଛି। ମାସ ମାସ ଧରି ପାନୀୟ ଜଳ ପ୍ରକଳ୍ପ ବନ୍ଦ ରହୁଥିଲେ ମଧ୍ୟ ବିଭାଗୀୟ ଜେଇ-୧ ସୁଶାନ୍ତ ସ୍ୱାଇଁ ଏବଂ ଜେଇ-୨ ତପସ୍ୱିନୀ ଦାସ ସମସ୍ତ ପ୍ରକଳ୍ପ ଚାଲୁଛି ବୋଲି କହିବାକୁ ପଛାନ୍ତି ନାହିଁ। ନିମ୍ନମାନର ପାଇପ ବ୍ୟବହାର ଦ୍ୱାରା ଗ୍ରାମବାସୀ ପାନୀୟଜଳ ପାଇବାରୁ ବଞ୍ଚିତ ହେଉଛନ୍ତି। ଦାମିକା ପାଇପ ବ୍ୟବହାର କଲେ ମରାମତି ହେବ ନାହିଁକି ଅର୍ଥ ଆତ୍ମସାତ ହୋଇପାରିବ ନାହିଁ ବୋଲି ଜେଇ ଶ୍ରୀମତୀ ଦାସଙ୍କର ଲକ୍ଷ। ସରକାରଙ୍କଠାରୁ ଦରମାନେଇ ଜନସାଧାରଣଙ୍କର ସେବାକରିବା ପାଇଁ ଚୌକିରେବସିଥିବା କର୍ମଚାରୀ ସେବାନାଁରେ ଶୋଷଣ କରିବାକୁ ବସିଛନ୍ତି। ଏଠି କେବଳ ଦଳୀୟ ମନୋଭାବ ରଖି କାର୍ଯ୍ୟ ହେଉଥିବାରୁ ଦଳୀୟ କର୍ମୀମାନେ ସରକାରୀ କର୍ମଚାରୀମାନଙ୍କୁ ବଶୀଭୁତକରି ନିଜର ସ୍ୱାର୍ଥକୁ ଚରିତାର୍ଥ କରୁଛନ୍ତି। ବର୍ତ୍ତମାନ ବାଲେଶ୍ୱର ଜିଲ୍ଲାର ଖଇରା ବ୍ଲକ ଜିଲ୍ଲାର ଅନ୍ୟ ବ୍ଲକ ଅପେକ୍ଷା ସବୁଠାରୁ ବେଶି ଦୁର୍ନୀତ ପୂର୍ଣ୍ଣ ହୋଇପଡିଥିବାରୁ ବଡଧରଣର ଭିଜିଲାନସ ତଦନ୍ତର ଆବଶ୍ୟକ ଦେଖାଦେଇଛି ବୋଲି ଭାଜପା ଖଇରା ମଣ୍ଡଳ ସଭାପତି ଶୁକଦେବ ପଣ୍ଡା, ସାଧାରଣ ସଂପାଦକ ଦାଶରଥି ଦାସ ଓ ଜିଲ୍ଲା କୃଷକ ମୋର୍ଚ୍ଚାର ସଂପାଦକ ଶ୍ରୀଧର ତ୍ରିପାଠୀ, ନନ୍ଦୁର ସରପଞ୍ଚ ସୁରେନ୍ଦ୍ର ପ୍ରସାଦ ନାୟକଙ୍କ ସମେତ ବହୁ ଭାଜପା କର୍ମୀ ଗଣମାଧ୍ୟମ ପ୍ରତିନିଧି ଆଗରେ ପ୍ରକାଶ କରିବା ସହିତ ଲିଖିତ ଅଭିଯୋଗ କରିଛନ୍ତି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଭାଜପା ସହିତ ଅଂଚଳବାସୀ ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top