ଦୁର୍ଘଟଣା ମୃତ ଯୁବକଙ୍କ ପରିବାରକୁ ସହାୟତା

ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) –  ଗତ ୬ ତାରିଖ ସନ୍ଧ୍ୟାରେ ଏହି ଜିଲାର ଧାମନଗର ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା ଘଟି ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଦୋବଲ ଶାଖାର ଅସ୍ଥାୟୀ କର୍ମଚାରୀ ରାଜେଶ   ଦାସଙ୍କ ମୃତୁ୍ୟ ଘଟିଥିଲା । ତାଙ୍କର ଅକାଳ ମୃତୁ୍ୟରେ ଭଦ୍ରକ ଜିଲା ଓଡିଶା ଗ୍ରାମ୍ୟ ବ୍ୟାଙ୍କର ବିଭିନ୍ନ ଶାଖାର କର୍ମଚାରୀଙ୍କ ପକ୍ଷରୁ  ଧାମନଗର ଶାଖା ପରିସରରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ଶାଖାର ଅବସରପ୍ରାପ୍ତ ପରିଚାଳକ ଅତୁଲ କୁମାର ଦେଙ୍କ ସଭାପତିତ୍ୱରେ ଏଥିରେ ଧାମନଗର ଶାଖା ପରିଚାଳକ ଦିବାକର ସାହୁ, କୋଷାଧ୍ୟକ୍ଷ ପ୍ରଭାତ ବେହେରା, ସୁବାସ ସାହୁ, ସିଦ୍ଧାର୍ଥଶଙ୍କର ଦାସ, ନିରଂଜନ ଜେନା, ଭଣ୍ଡାରିପୋଖରୀ ଶାଖା ପରିଚାଳିକା ସୁଶ୍ରୀ ସଂଗୀତା ବିଶ୍ୱାଳ, ଚନ୍ଦନ ସାମଲ, ସୁଶ୍ରୀ ଋତୁକ୍ଷୀରୋ, ଉକ୍ରଳ ଜେନା, ମହତାବ ନଗର ଶାଖା ପରିଚାଳକ ପତିତପାବନ ପତି, ଡୁଙ୍ଗୁରା ଶାଖା ପରିଚାଳକ କୋଷାଧ୍ୟକ୍ଷ ତଥା ଓଡିଶା ଗ୍ରାମ୍ୟ ବ୍ୟାଙ୍କ ରାଜ୍ୟ କର୍ମଚାରୀ ସଂଘର କାର୍ଯ୍ୟକାରୀ ସଭାପତି ମନୋରଂଜନ ଦାସ, ଦୋବଲ ଶାଖା ପରିଚାଳକ ଅଭିଶେକ ଜେନା, କୋଷାଧ୍ୟକ୍ଷ ବିଶ୍ୱଜିତ ନାୟକ ଓ ତାଙ୍କ ମାଆ ଲତାରାଣୀ ନାୟକ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦାସଙ୍କ ବିୟୋଗରେ ସ୍ମୃତି ଚାରଣ କରିଥିଲେ । ପ୍ରଥମେ ଦୁଇ ମିନିଟ ନିରବ ପ୍ରାର୍ଥନା କରିବା ସହ ମୃତ ରାଜେଶ ଘର ଭଣ୍ଡାରିପଦୀରେ ପହଞ୍ଚି ତାଙ୍କ ପରିବାର ବର୍ଗକୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *