କୋରାପୁଟ ; ତା୨୮-୦୪-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ଟାଉନ ଥାନା ଭବାନୀ ନଗର ଓଭର ବ୍ରିଜ ନିକଟରେ ଏକ ମୋଟର ସାଇକଲ ଦୁର୍ଘଟଣା ଗ୍ରସ୍ତ ହେବାରୁ ବାଇକ ଚାଳକ ଗୁରୁତର ଆହତ ହୋଇଥିବା ଜଣା ପଡିଛି। ଗୁରୁତର ଯୁବକ ଜଣକ ଦଶମନ୍ତପୁର ବ୍ଲକ ଖଜୁରୀଗୁଡା ଗ୍ରାମର ମଙ୍ଗଳା ଗୋଲରୀ ବୋଲି ପୋଲିସ ଜାଣିବାକୁ ପାଇଛି। ମଙ୍ଗଳା କୌଣସି କାମରେ କୋରାପୁଟ ଆସି ଦୃତ ଗତିରେ ଗାଁକୁ ଫେରୁଥିବା ସମୟରେ ରେଳ ଓଭର ବ୍ରିଜ ନିକଟରେ ଭାରସାମ୍ୟ ହରାଇ ପଡି ଯାଇଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି କୋରାପୁଟ ହସ୍ପିଟାଲକୁ ନେଇଥିଲେ। ମଙ୍ଗଳାର ମୁଣ୍ଡ ଓ ମୁହଁରେ ଗଭୀର କ୍ଷତ ଲାଗିଛି।

Loading...