କୋରାପୁଟ

ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ

କୋରାପୁଟ ; ତା୧୦-୦୭-୧୮ (ଓଡିଆପୁଅ/ରଂଜନ କୁମାର ଦାସ) ଦାମନଯୋଡି ନର୍ସରୀ ନିକଟରେ ଭାରସାମ୍ୟ ହରାଇ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହେବାରୁ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ କୋରାପୁଟ ବ୍ଲକ ମାଥାଲପୁଟ ପଂଚାୟତ ଲଛମଣି ଗ୍ରାମର ପ୍ରଦୀପ ଖରା(୪୦) ବୋଲି ଜଣା ପଡିଛି । ମୃତ ପ୍ରଦୀପ ନାଲକୋର ଏକ ଘରୋଇ କମ୍ପାନୀ ଅଧୀନରେ ମେନେଂଟେନାନ୍ସ ବିଭାଗରେ ଶ୍ରମିକ ଭାବେ କାମ କରୁଥିଲେ । ଆଜି ସଂନ୍ଧ୍ୟାରେ ଡ୍ୟୁଟି ସାରି ନିଜ ମୋଟର ସାଇକଲରେ ଘରକୁ ଫେରୁଥିବାବେଳେ ନର୍ସରୀ ନିକଟରେ ଭାରସାମ୍ୟ ହରାଇ ପଡି ଯାଇଥିଲେ । ଗୁରୁତର ଅବସ୍ଥାରେ ନାଲକୋ ହସ୍ପିଟାଲରେ ଭର୍ତି କରା ଯାଇଥିବାବେଳେ ଚିକିସôାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top