ଜିଲ୍ଲା ପରିକ୍ରମା

ଦୁର୍ଘଟଣାରେ ଗୁରୁତର ଯୁବକଙ୍କ ମୃତ୍ୟୁ

ରାଉରକେଲା ୧୦ ଜୁଲାଇ (ଓଡ଼ିଆ ପୁଅ/ଶିବରାମ ପାତ୍ର):ଗତକାଲି ରାତ୍ରୀରେ ଫେଟ୍କଲ ପେଟ୍ରୋଲ ପମ୍ପ ସମ୍ମୁଖ ଏନଏଚ- ୧୪୩ରେ ଏକ ୧୨ଚକିଆ ଟ୍ରକ ଏକ ଆଭେଂଚର ବାଇକକୁ ସମ୍ମୁଖରୁ ଜୋରରେ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ସାରନଗରୀ ଲକ୍ଷ୍ମୀ ମାର୍କେଟର ଅଭିମନ୍ୟୁ ସାହୁ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ବାଇକରେ ଥିବା ନବକୃଷ୍ଣନଗର ଅଂଚଳର ଅନିମେଶ ଆଚାର୍ଯ୍ୟ ଓ ଆଇଡିଏଲ ନିକଟ କାଳୀମନ୍ଦିର ଠାରେ ରହୁଥିବା ସଂଜୟ ବେହେରା ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଆଇଜିଏଚରେ ଚିକିତ୍ସାରତ ଥିବା ବେଳେ ଗତରାତ୍ରୀ ପ୍ରାୟ ୧୧.୩୦ ମିନିଟରେ ଅନିମେଷ ଆଚାର୍ଯ୍ୟଙ୍କ ମୃତ୍ୟୁ ହୋଇଯାଇଛି। ସଂଜୟ ବେହେରାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆଜି ମୃତ ଯୁବକ ଅନିମେଷଙ୍କ ଶବ ନବକୃଷ୍ଣନଗର ସ୍ଥିତ ତାଙ୍କ ବାସଭବନକୁ ଅଣାଯିବା ପରେ ସେଠାରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଏକ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top