ଅନୁଗୁଳ

ଦୁର୍ଗାପୂଜା ପାଇଁ ଏମ୍.ସି.ଏଲ୍ ବଳରାମ ଓସିପି ପୂଜାକମିଟିର ମାଟି ଅନୁକୂଳ

ତାଳଚେର, ୨୦/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଶାରଦୀୟ ଦୁର୍ଗାପୂଜା ନିମନ୍ତେ ତାଳଚେର ବ୍ଲକ ଅନ୍ତର୍ଗତ ଏମ.ସି.ଏଲ୍ ବଳରାମ ଓସିପି ପୂଜାକମିଟି ପକ୍ଷରୁ ମାଟି ଅନୁକୂଳ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ପୂଜା କମିଟିର ସଭାପତି ତଥା ପ୍ରକଳ୍ପ ଅଧିକାରୀ ନରେଶ ସିଂହଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ପୂଜକ ଟଙ୍କଧର ଶତପଥୀ ଓ ସନ୍ତୋଷ ଶତପଥୀ ଯଥାବିଧି ପୂଜାର୍ଚ୍ଚନା କରିଥିଲେ। କର୍ତା ଭାବରେ ପୂଜା କମିଟିର ସମ୍ପାଦକ ବ୍ରଜବନ୍ଧୁ ବିଶ୍ୱାଳ ଯୋଗ ଦେଇଥିଲେ। ଏହାପରେ ଅନୁକୂଳ ମାଟିକୁ ଏକ ଶୋଭାଯାତ୍ରାରେ ନିଆଯାଇ କଳିଙ୍ଗ ଟାଉନସିପ୍ ନିକଟସ୍ଥ ଦୁର୍ଗାପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା। ଏହି ଶୋଭାଯାତ୍ରାରେ ଷ୍ଟେରିଙ୍ଗ କମିଟି ସଦସ୍ୟ ଶରତ ବେହେରା, ଲଳିତ କୁମାର ଦାସ, କୋଷାଧ୍ୟକ୍ଷ ସାଗର ପ୍ରଧାନ, ନରୋତମ ଗଡନାୟକ, ବସନ୍ତ ପ୍ରଧାନ, ସୁଧୀର କୁମାର ମଲ୍ଲିକ, ସୂର୍ଯ୍ୟକାନ୍ତ ସାହୁଙ୍କ ସମେତ ସମସ୍ତ ସଦସ୍ୟ ସାମିଲ ହୋଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top