ଜିଲ୍ଲା ପରିକ୍ରମା

ଦୁର୍ଗମଅଚଂଳ ରେ ଯନ୍ତ୍ରଣା ଭୋଗୁଥିବା ବୃଦ୍ଧଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନେଇ ମାନବିକତାର ପରିଚୟ ଦେଖାଇଲେ ଜବାନ

ମାଲକାନଗିରି,୧୩ା୭ (ଓଡିା ପୁଅ ) ଚୋର,ଡକାଏତ,ଗୁଣ୍ଡା ବଦମାସ, ମାଓବାଦୀ ମାନଙ୍କୁ ଦମନକରି ଶନ୍ତିଶୃଙ୍ଖଳା ପ୍ରତିଷ୍ଟା ପାଇଁ ସେମାନେ ନିଷ୍ଟୁର ହୋଇପାରନ୍ତି ହେଲେ କୌଣସି ରୋଗ ଗସ୍ତ ପରିବାର କି ନିରିହ ଜନସାଧାରଣ ଙ୍କ ପାଇଁ  ସରଳ ପାଲଟି ସେମାନଙ୍କ ନିକଟରେ ଦେବଦୂତ ପରି ହାଜର ହୋଇ ଯାଇଥାନ୍ତି ଏହି ଜବାନ ମାନେ । ଏମିତି ଏକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ କୋଣ୍ଡାଗାଁ ଜିଲ୍ଲାସ୍ଥ ମାଓପ୍ରବଣ ଖୋର୍ସା ଗ୍ରାମରେ । ସେହି ଗ୍ରମର  ଶଙ୍କର ନାମକ ୬୦ବର୍ଷର ବୃଦ୍ଧ ଙ୍କ ହଟାତ ଛାତି ଯନ୍ତ୍ରଣା ହେବା ଦେଖି ତାଙ୍କୁ ଦୁର୍ଗମ ପାହଡ ଇଲାରୁ ଉଦ୍ଧାର କରି ଡାକ୍ତର ଖାନାନେଇ ଚିକିତ୍ସା କରିବା ଘଟଣା ଯାହାକି ସମଗ୍ର ମାନବ ସମାଜ ପାଇଁ ଉଦାହରଣ ପାଲଟିଛି । ମାଓଦମନ ପାଇଁ କୋଣ୍ଡାଗାଁ ଜିଲ୍ଲା ହଡେଲ୍ଲି ଗ୍ରାମ ଠାରେ ଥିବା ଆଇଟିବିପି ଜବାନ କ୍ୟାମ୍ପର ଜବାନ ମାନେ ମାଓପ୍ରଭାବିତ ଖୋର୍ସା ଗାଁକୁ ସର୍ଚଅସନରେ ଯାଇଥିଲେ । ସେମାନେ ସେଠାରେ ପହଁଚି ଦେଖିଲେ ଯେ ସେହି ଗ୍ରାମର ବୃଦ୍ଧ ଶଙ୍କର ଛାତି ଯନ୍ତ୍ରଣାରେ ଛଟପଟହେଉଛନ୍ତି । ଗ୍ରାମଟି ଅତ୍ୟନ୍ତ ଦୁର୍ଗମ ପାହାଡି ଇଲାକା ରେ ରାସ୍ତା ଘାଟ ନଥିବାରୁ ତାଙ୍କ ପରିବାର କିପରି ଡାକ୍ତର ଖାନା ନେବେ ସେହି କଥା ଚିନ୍ତାକରି ମନଦୁଃଖରେ ବସି କାନ୍ଦୁଥିଲେ । ଠିକ ସେହି ସମୟରେ ଦେବଦୂତ ପରି ସେହି ଗାଁରେ ପହଁଚିଗଲେ  ଜବାନମାନେ । ସେହି ଗ୍ରାମକୁ କୌଣସି ରାସ୍ତା ନଥିବାରୁ ଗାଡି କି ଆମ୍ବୁଲାନ୍ସ ପହଁଚିବା ସମ୍ଭବପର ନହେବାରୁ ଜବାନ ମାନେ ନିଜର ମାନବିକତା ଦେଖାଇ ଉକ୍ତ ବୃଦ୍ଧ ଙ୍କୁ ମେଡିକାଲ ନେବାପାଇଁ ସ୍ଥିରକଲେ ,ପ୍ରବଳ ବର୍ଷାରେ ହେବା ସ୍ୱତ୍ୱେ ବୃଦ୍ଧ ଙ୍କୁ ସ୍ଟ୍ରେଚରରେ ରଖି କାନ୍ଧରେ ବୋହି ପାହଡ ନାଳ ଘାଟି କାଦୁଅ ରାସ୍ତା ଦୀର୍ଘ ୧୦କିମି ଚାଲିଚାଲି  ହଡେଲି ଠାରେ ଥିବା ଜବାନଙ୍କ କ୍ୟାମ୍ପର ମେଡିକାଲ କୁ ନେଇ ଚିକିତ୍ସା କରିଥିଲେ । ସେଠାରେ ଡାକ୍ତର ମାନେ ଉକ୍ତ ବୃଦ୍ଧଙ୍କୁ ପରୀକ୍ଷାକରି ତାଙ୍କୁ ଚିକିତ୍ସା କରିଥିଲେ । ଡାକ୍ତର ଖାନା ଆଣିବା ବିଳମ୍ବ ହୋଇଥିଲେ ଉକ୍ତ ବୃଦ୍ଧଙ୍କୁ ବଚାଂଇବା କଷ୍ଟକର ହୋଇପଡିଥାନ୍ତା ବୋଲି ଡାକ୍ତର କହିଛନ୍ତି । ମାଓଦମନପାଇଁ  ନିଯୁକ୍ତି ପାଇଥିବା ଏହି ଆଇଟିବିପି ଜବାନ ମାନେ ନିଜଜୀବନକୁ ପାଣି ଛଡାଇ ଦିନରାତି ସୁରକ୍ଷା ଯୋଗାଇ ଆସୁଥିବା  ଜବାନମାନଙ୍କ ଏହି ସେବା କାର୍ଯ୍ୟକୁ ଖୋର୍ସା ଗ୍ରାମବାସୀ ମାନେ ପ୍ରସଶାଂ କରିବା ସହ ସାଧୁବାଦ ଜଣାଇଛିନ୍ତି । ସନ୍ତ୍ରାସବାଦ, ମାଓବାଦୀଙ୍କ ପାଇଁ ଜବାନ ମାନେ ନିଷ୍ଟୁର ହୋଇଥାନ୍ତି ହେଲେ ସାଧରଣ ଲୋକଙ୍କ ନିକଟରେ ନିରିହ ମଣିଷ ସାଜି ମାନବିକାତାର ପରା କାଷ୍ଟ ଦେଖାଇଥିବାରୁ ବୃଦ୍ଧଙ୍କ ଜୀବନ ବଚିଂଯାଇ ପାରିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top