ad
ଆନ୍ତର୍ଜାତୀୟ

ଦୁବାଇରେ ଓଡିଆ ସଂଗଠନ ପକ୍ଷରୁ ପ୍ରବାସୀ ଶ୍ରମିକ ଶିବିରରେ ନିଶୁଳ୍କ ଚିକିତ୍ସା ଶିବିର

ସମ୍ବଲପୁର ୨୮.୦୧ (ଓଡ଼ିଆ ପୁଅ) ଦୁବାଇ ସ୍ଥିତ ୟୁନାଇଟେଡ ଆରବ ଏମିରେଟସ୍ ଓଡିଆ ସମାଜ ପକ୍ଷରୁ ପ୍ରତି ବର୍ଷ ଭଲି ଏଥର ମଧ୍ୟ ପ୍ରବାସୀ ଓଡିଆ ଶ୍ରମିକ ମାନେ ରହୁଥିବା କେମ୍ପରେ ନିଶୁଳ୍କ ଚିକତ୍ସା ଶିବିର ଆୟୋଜନ କରାଯାଇଥିଲା

ଏଥିରେ ପ୍ରାୟ ୨୦୦ ଶ୍ରମିକଙ୍କ ରକ୍ତଚାପ, ମଧୁମେହ, ବି.ଏମ.ଆଇ. ପ୍ରଭୃତି ନିୟମିତ ଶାରିରୀକ ପରିକ୍ଷା ସହିତ ଚିକିତ୍ସା କରାଯାଇଥିଲା। ଏଭିଭୋ ଗ୍ରୁପ ସହଯୋଗରେ ଆୟୋଜିତ ଏହି ଶିବିରରେ ପ୍ରତିଷ୍ଠିତ ବିଶେଷଜ୍ଞ ଡାକ୍ତର ମାନେ। ରୋଗିମାନଙ୍କ ଚିକିତ୍ସା କରିଥିଲେ।

ଏଥି ପୂର୍ବରୁ ଓଡିଆ ସମାଜ ତରଫରୁ ପ୍ରଥମ ଥର ପାଇଁ ଆୟୋଜିତ କ୍ରିଡା ଦିବସରେ ୟୁ.ଏ.ଇ ଏବଂ ଆଖ ପାଖ ଦେଶର ବହୁ ସଂଖ୍ୟକ ପ୍ରବାସୀ ଓଡିଆ ପରିବାର ଅଂଶ ଗ୍ରହଣ କରିଥିଲେ ଉତ୍ସବରେ ପାରମ୍ପାରିକ ଓଡିଆ ଖାଦ୍ୟ ଦ୍ରବ୍ୟ ପ୍ରସ୍ତୁତି ସହିତ ଖେଲ ପ୍ରତିଯୋଗିତାରେ ମହିଳା ଓ ଶିଶୁମାନେ ଉତ୍ସାହର ସହିତ ଅଂଶ ଗ୍ରହଣ କରିଥିଲେ। ସଂଗଠନର ସଭାପତି ଶୁଭ୍ରାଶୁଂ ଜାନା ଏଥିରେ ସ୍ୱାଗତ ଭାଷଣ ଦେଇ ଏକତା ଓ ଭାତୃଭାବ ବଜାଇ ରଖିବା ସହିତ ଶାରିରୀକ ଓ ମାନସିକ ସୁସ୍ଥତା ପାଇଁ ଓଡିଆ ସମାଜ ବଦ୍ଧ ପରିକର ବୋଲି କହିଥିଲେ। ଭବିଷ୍ୟତରେ ଏହି ଭଳି ଉତ୍ସବରେ ନୂଆଁ କାର୍ଯ୍ୟକ୍ରମ ସାମିଲ କରାଯିବା ସଙ୍ଗେ ସଙ୍ଗେ ଅଧିକରୁ ଅଧିକ ପରିବାରଙ୍କ ଯୋଗଦାନ ଉପରେ ଗୁରୁତ୍ୱାରୋପ କରିଥିଲେ। ଫେବୃୟାରୀ ୧୫ ତାରିଖରେ ସଂଗଠନ ପକ୍ଷରୁ ଓଡିଆ ଖାଦ୍ୟ ଦ୍ରବ୍ୟ ସମ୍ମିଳିତ ‘ହାଣ୍ଡିଶାଳ’ ଏବଂ ଏପ୍ରିଲ ୫ ତାରିଖରେ ଓଡିଶା ଦିବସ ସଫଳ ଆୟୋଜନ ପାଇଁ ଆଲୋଚନା କରାଯାଇଥିଲା।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top