ଜିଲ୍ଲା ପରିକ୍ରମା

ଦୁତିଙ୍କୁ ଦି୍ୱତୀୟ ଚାନ୍ଦି, କୋରେଇ ବିଧାୟକଆକାଶ ଦାସ ନାୟକ ଙ୍କ ଶୁଭେଚ୍ଛା

ଯାଜପୁର-୩୧/୮(ଓଡିଆ ପୁଅ/ଏ.ରାଉତ) ଦେଶର ଦୈାଡରାଣୀ ଯାଜପୁର ଏକ୍ସପ୍ରେସ ଦୁତି ଚାନ୍ଦ ଚଳିତ ଏସୀୟ କ୍ରୀଡାରେ ଦ୍ୱିତୀୟ ରୋପ୍ୟ ପଦକ ବିଜୟୀନି ହୋଇଛନ୍ତି । ବୁଧବାର ଅନୁଷ୍ଠିତ ୨୦୦ ମିଟର ଦୈାଡରେ ଦୁତି ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହିତ ରୈାପ୍ୟ ପଦକ ବିଜୟୀନି ହେବାରେ ସକ୍ଷମ ହୋଇଛନ୍ତି । ଏହି ଖବର ଜଣା ପଡିବା ପରେ କେବଳ ଦୁତିଙ୍କ ଗ୍ରାମ ନୁହେଁ ସାରା ଜିଲାରେ ଖୁସିର ବାତାବରଣ ସୃଷ୍ଟି ହୋଇଛି । ଜିଲାବାସୀ ଆଜି ୨୦୦ ମିଟର ଫାଇନାଲର ଫଳାଫଳକୁ ଉକôଣ୍ଠାର ସହିତ ଅପେକ୍ଷା କରିଥିଲେ । ପଳାଫଳରେ ଦୁତି ରୈାପ୍ୟ ପଦକ ବିଜୟୀନି ହେବା ଜିଲାବାସୀଙ୍କୁ ବେଶ ଆନନ୍ଦ ଦେଇଥିଲା । ଲଗାତାର ଦୁଇଟି ଇଭେଂଟରେ ଯାଜପୁର ଜିଲାର ଦୁତି ରୈାପ୍ୟ ବିଜୟୀ ହେଲାପରେ କୋରେଇ ବିଧାୟକ ଆକାଶ ଦାସ ନାୟକ ଖୁସି ବ୍ୟକ୍ତ କରିବା ସହିତ ଦୁତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏହା ସହିତ ଦୁତିଙ୍କ ସହିତ ତାଙ୍କ ପୁରା ପରିବାରକୁ ମୋର ଅଭିନନ୍ଦନ । ଦୁତି ଆଗାମି ଦିନରେ ଏହିଭଳି ସଫଳତା ପାଆନ୍ତୁ ଭଗବାନଙ୍କ ପାଖରେ ମୋର ପ୍ରାର୍ଥନା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top