ଜିଲ୍ଲା ପରିକ୍ରମା

ଦୁଇ ବେଆଇନ ବାଲି ଘାଟରୁ ବାଲି ଉଠାଣ, ଜିଲା ପ୍ରଶାସନ ନୀରବ

ଯାଜପୁର-୧୪/୭(ଓଡିଆ ପୁଅ/ଏ.ରାଉତ) ଯାଜପୁର ତହସିଲ ଅଧିନ ଛତିଶ ଦେବିଲ ପଂଚାୟତରେ ପ୍ରବାହିତ ହେଉଥିବା ଖରସ୍ରୋତା ନଦୀର ଦୁଇଟି ବେଆଇନ ବାଲି ଘାଟରୁ ପ୍ରତିଦିନ ବେଆଇନ ଭାବେ ଶହଶହ ଟ୍ରିପ ବାଲି ଉଠାଣ ହେଉଥିଲାବେଳେ ଜିଲାପ୍ରଶାସନ ନିକଟରେ ଅଭିଯୋଗ ଥାଇ ମଧ୍ୟ ନୀରବ ରହିଥିବା ଅଭିଯୋଗ ହୋଇଛି। ଜିଲା ପ୍ରଶାନର ନୀରବତାର ସୁଯୋଗ ନେଇ ବାଲି ଚାଲାଣକାରୀମାନେ ବର୍ଷା ଆସିବା ପୂର୍ବରୁ ପ୍ରତିଦିନ ବିପୁଳ ପରିମାଣର ବାଲି ଚାଲାଣ କରିବା ସହିତ ରାଜସ୍ୱକୁ ଫାଙ୍କି ଚାଲିଛନ୍ତି। ମହମ୍ମଦଜମାପୁର ଆରିକ୍ଷାବାଙ୍କ ଘାଟ ଓ ରିଷିପୁର ଘାଟରୁ ଏହି ବାଲି ଚାଲାଣ ହେଉଛି। କିଛି ବ୍ୟକ୍ତି ବିଶେଷ ଏହି ବାଲି ଚାଲାଣ କରୁଥିଲାବେଳେ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି। ଗ୍ରାମବାସୀ ଗାଡି ଗଡୁଥିବା ଗୋଡାକୁ ଭାଙ୍ଗି ଦେଇଥିଲେ ମଧ୍ୟ ପରମୁହୁର୍ତରେ ସଂପୃକ୍ତ ବାଲି ଚାଲାଣକାରୀ ଏହାକୁ ନିର୍ମାଣ କରି ବାଲି ନଦୀରୁ ଉଠାଉଛନ୍ତି। ପ୍ରତିଦିନ ଦୁଇଟି ଘାଟରୁ ପ୍ରାୟ ୨ଶହ ଟ୍ରିପ ବାଲି ଉଠାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଥିଲାବେଳେ ଏହାକୁ ନେଇ ଜିଲାପାଳ, ଉପଜିଲାପାଳ ଓ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କଲେମଧ୍ୟ ସେମାନେ କୈାଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି। ଜିଲାପ୍ରଶାସନ ତୁରନ୍ତ ଏ ବିଷୟରେ ପଦକ୍ଷେପ ନେବାକୁ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top