କୋରାପୁଟ

ଦୁଇ ବାଇକ ମୁହାଁମୁହିଁ ଧକ୍କା ଦୁଇ ବାଇକ ଆରୋହୀ ଗୁରୁତର ଆହତ

କୋରପୁଟ:୫/୬/୧୮(ଓଡ଼ିଆ ପୁଅ/ଅଭିନାଶ ଜାନାମ) ଜିଲ୍ଲାର ନନ୍ଦପୁର ବ୍ଲକର ପାଡୁଆ ଥାନା ଅନ୍ତର୍ଗତ ପଡୁଆ ବଡ଼ଦେବତା ମନ୍ଦିର ନିକଟ ତିନି ଛକ ନିକଟରେ ୨ଟି ବାଇକ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣ ବାଇକ ଆରହୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତରମାନଙ୍କୁ ପାଡୁଆ ଚିକିତ୍ସାଳୟରେ ଭର୍ତି କରାଯାଇ ଥିଲା ଓ ଗୁରୁତର ଆହତ ହୋଇ ଥିବାରୁ କୋରପୁଟ ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନନ୍ତର କରାଯାଇଛି। ସୂଚନା ଅନୁଯାଇ, ପଡୁଆ ଥାନା ଅନ୍ତର୍ଗତ ପ୍ରଜା ବଡ଼ପଡା ଗ୍ରାମ ପଞ୍ଚାୟତର ଡାଙ୍ଗବିର ଗ୍ରାମର ନାନାରାଓ ବଡନାୟକ ନିଜ ବାଇକ (ଓଡ଼ି୧୦ସି୬୪୩୬) ଯୋଗେ ପଡୁଆ ଠାରୁ ନିଜ ଘରକୁ ପେରୁଥିବା ସମୟରେ ବଡ଼ ଦେବତା ମନ୍ଦିର ନିକଟରେ ବିପରୀତ ଦିଗରୁ ଆସିଥିବା ବାଇକ ନାନାରାଓଙ୍କ ବାଇକକୁ ମୁହାଁମୁହିଁ ଧକ୍କା ହୋଇ ଯାଇଥିଲା। ଦୁର୍ଘଟଣାରେ ନାନାରାଓ ଏବଂ ଅନ୍ୟ ବାଇକ ଚାଳକ ଦୁରୁବା ଗ୍ରାମର ବୁଦୁରାମଗୋଲରି ଗୁରୁତର ଭାବେ ଆହତ ହୋଇ ଥିଲେ। ଉଭୟଙ୍କୁ କୋରପୁଟ ଚିକିତ୍ସାଲୟରେ ସ୍ଥାନନ୍ତର କରାଯାଇଥିବା ଜଣାପଡିଛି। ପାଡୁଆଥାନା ଏସଆଇ ଏସକେ ସାହୁ ଘଟଣାର ତଦନ୍ତ କରୁଥିବା ପାଡୁଆ ଥାନା ଅଧିକାରୀ ଗୁରୁଦେବ କର୍ମୀ ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top