ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ଦୁଇ ଗୁରୁତର

ତୁରୁମୁଙ୍ଗା ୧୪ ମଇ (ଓଡ଼ିଆ ପୁଅ) କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ 49 ନମ୍ବର ଜାତୀୟ ରାଜପଥ ଚିଲିଦା ନିକଟରେ ଆଜି ସକାଳେ ଦୁଇ ଟ୍ରକ WB ,23 E 3131ଓ WB33 C 7269 ମଧ୍ୟରେ ମୁହାଁମୁହିଁ ଧକ୍କା ଫୋଳରେ ଦୁଇଟି ଯାକର ଗାଡିର ଡ୍ରାଇଭର ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାଇ କୋଲକତା ପଟୁ ଆଳୁ ବୋଝେଇ କରି ଆସୁଥିବା ଟ୍ରକ ଏବଂ ନାସିକ ପଟୁ ପିଆଜ ବୋଝେଇ କରି ଆସୁଥିବା ଦୁଇଟି ଗାଡି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା। ଖବର ପାଇ ତୁରୁମୁଙ୍ଗା ଥାନା ପୋଲିସ ପହଁଚି ଦୁଇଟି ଯାକ ଗାଡିକୁ ଜବତ କରିଛି।

Leave a Reply

Your email address will not be published. Required fields are marked *