ଓଡ଼ିଶା

ଦୁଇ ଟିଡିପି ବିଧାୟକଙ୍କ ମାଓବାଦୀ ଗୁଳିରେ ମୁତ୍ୟୁ

କୋରାପୁଟ ୨୩/୯/୨୦୧୮( ଓଡ଼ିଆ ପୁଅ/ଅଭିନାଶ ଜାନାମ)ଆନ୍ଧ୍ର ପ୍ରଦେଶର ବିଶାଖାପାଟନମ ଜିଲ୍ଲାର ଆରକୁ ନିର୍ବାଚନ ମଣ୍ଡଳୀର ତେଲଗୁ ଦେଶମପାର୍ଟିର ଦୁଇ ଜଣ ନେତା, ବର୍ତ୍ତମାନର ବିଧାୟକ କେ. ସର୍ବେଶ୍ୱର ରାଓ ଓ ପୂର୍ବତନ ବିଧାୟକ ସିବେରୀ ସମା ମିଶି ଡୁମୁରି ଗୁଡ଼ା ମଣ୍ଡଳମର କଣ୍ଡରୁମ ଗ୍ରାମ ଏକ ଜନ ସଭାରେ ଯୋଗ ଦେବାକୁ ଯାଉଥିବା ସମୟରେ ଲିଟିପୁଟ ଘାଟି ନିକଟରେ ଦିନ ୧୨ଘଣ୍ଟା ସମୟରେ ମାଓବାଦୀମାନେ ଗୁଳିକରି ହତ୍ୟା କରିଛନ୍ତି। ୪ଜଣ ସହଯୋଗୀ ମଧ୍ୟ ମାଓବାଦୀ ଆକ୍ରମଣରେ ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଡୁମୁରିଗୁଡ଼ା ମେଡ଼ିକାଲରେ ଭର୍ତ୍ତି କରାଯାଇ ଆରକୁ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ କେ.ସର୍ବେଶ୍ୱର ରାଓ ଓ ପୂର୍ବତନ ବିଧାୟକ ସିବେରୀ ସୋମା ଡୁମୁରି ଗୁଡ଼ା ମଣ୍ଡଳମର କଣ୍ଡରୁମ ଗ୍ରାମକୁ ଜନ ସଭାରେ ଯାଉଥିବାବେଳ ଲିଟିପୁଟ ଘାଟି ନିକଟରେ ୬୦ ଜଣ ମାଓବାଦୀ ସଙ୍ଘ ବଦ୍ଧଭାବେ ଆକ୍ରମଣ କରିଥିଲେ। ମାଓବାଦୀଙ୍କ ମଧ୍ୟରୁ ୩୦ ରୁ ଅଧିକ ମହିଳା ମାଓବାଦୀ ଥିଲେ ବୋଲି ଖବର ମିଲି ଥିବା ବେଳେ ପ୍ରଥମେ ସୁରକ୍ଷା କର୍ମୀଙ୍କୁ କାବୁ କରି ନେଇଥିଲେ ଓ ଦୁଇ ବିଧାୟକଙ୍କୁ ଗୁଳି କରି ହତ୍ୟା କରିଥିଲେ। ମାଓବାଦୀଙ୍କ ଆକ୍ରମଣରେ ସହଯୋଗୀମାନେ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ଡୁମୁରିଗୁଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଶବ ଜବତ କରି ଶବ ବ୍ୟବଚ୍ଛେଦ କରିବା ପାଇଁ ବିଶାଖାପାଟନାମ ପଠାଇ ଦିଆଯାଇଛି। ପୋଲିସ ତଦନ୍ତ ଜାରି ରହିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top