ଅନୁଗୁଳ

ଦୁଇ ଜଣଙ୍କ ଅର୍ଦ୍ଧପୋତା ମୃତଦେହ ଉଦ୍ଧାର

ଅନୁଗୋଳ, ୪/୧୧ ( ଅଜିତ କୁମାର ବେହେରା): ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଠାକୁରଗଡ଼ ଗ୍ରାମପଞ୍ଚାୟତର ରାଣୀବନ୍ଧ ଗ୍ରାମ ନିକଟସ୍ଥ ବନ୍ଧଠାରୁ ଆଜି ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ସୂଚନାରୁ ପ୍ରକାଶ, ହତାସିମିଳି ଗ୍ରାମର ସିପୁନ ନାଏକ (ବୟସ ୧୬) ଏବଂ ଅମୁଲ୍ୟ ନାଏକ (ବୟସ ୧୮) ଗତ ୨୩ ତାରିଖଠାରୁ ନିଖୋଜ ଥିଲେ ବୋଲି ତାଙ୍କ ମା ହେମଲତା ନାଏକ ପ୍ରକାଶ କରିଛନ୍ତି। ଆଜି ଦିନ ୧୨ ରେ ରାଣୀବନ୍ଧର କିଛି ଗ୍ରାମବାସୀ ଖାଲପଡା ନାଳକୁ ଗାଧୋଇବାକୁ ଯାଇ ଥିବାବେଳେ ଦୁର୍ଗନ୍ଧ ହେବା ଯୋଗୁଁ ସନ୍ଦେହରେ ଦେଖିବାରୁ ଦୁଇଟି ମୃତ ଦେହ କାଦୁଅରେ ଅର୍ଦ୍ଧପୋତା ଅବସ୍ଥାରେ ରହିଥିବାର ଦେଖିବାକୁ ମିଳିଥିଲା। ଏହାଦେଖି ଗ୍ରାମବାସୀମାନେ ଠାକୁରଗଡ଼ ଥାନାକୁ ଜଣାଇଥିଲେ। ଘଟଣାସ୍ଥଳରେ ଠାକୁରଗଡ଼ ଆଇଆଇସି ଗାଭାସ୍କର ନାୟକ, ଆଠମଲ୍ଲିକ ତହସିଲଦାର ଏବଂ ଅନୁଗୋଳ ଅତିରିକ୍ତ ଏସପି ବିକେ ପ୍ରଧାନ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ଦିଆ ଯାଇଥିଲା। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଅମୁଲ୍ୟ ନାଏକଙ୍କର ବାପା ଭୀମସେନ ନାଏକ ପାଖ ଜଙ୍ଗଲରେ ଶିକାର କରିବା ପାଇଁ ୧୧ କେଭି ବିଦ୍ୟୁତ ତାରକୁ ସଂଯୋଗ କରି ବିଛାଇଥିଲେ। ତେବେ ତାଙ୍କୁ ଖୋଜିବାକୁ ଆସି ତାଙ୍କର ପୁଅ ଅମୁଲ୍ୟ ନାଏକ ଏବଂ ପୁତୁରା ସିପୁନ ନାଏକ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲେ ବୋଲି ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top