ଦୁଇ ଚୋରା ଚାଲାଣ ପଥର ଗାଡ଼ି ଜବତ

ବାରିପଦା ୧-୭ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ଆଜି ସକାଳୁ ଡୁକୁରା ବନ ବିଭାଗ ଦ୍ଵାରା ଚୋର କଳା ମୁଗୁନି ପଥର ଚାଲାଣ କାରୁଥିବା ଗୋଟିଏ ଟ୍ରାକ୍ଟର ଓ ଗୋଟିଏ ଟିପର ଜବତ କରାଯାଇଛି। ଘଟଣା ମୁତାବକ OR 11 F 3863 ନମ୍ବର ଟ୍ରାକ୍ଟର ତାଡ଼କୀ ସ୍ଥିତ କ୍ରୋସର କୁ ପଥର ଚାଲାଣ କରୁଥିବା ସମୟରେ ଖଣ୍ଡା ବୁଡା ଗ୍ରାମ ନିକଟରେ ରେଞ୍ଜ ଅଫିସରେ ଅନନ୍ତ କୁମାର ଜେନାଙ୍କ ନେତୃତ୍ବରେ ସ୍ପେସିଆଲ ଟିମ ଦ୍ୱାରା ଧରା ଯାଇଥିଲା ଅପରୋପକ୍ଷେ OR 11 B 5034 ନମ୍ବର ବିଶିଷ୍ଟ ଟିପର ଟି ଗୁଣ୍ଡିହୁଡ଼ି ପଥର ଖାଦାନ ରୁ ପଥର ନେଇ କୁଳିଅଣା କୁ ନେବା ସମୟରେ ଗୁଣ୍ଡିହୁଡ଼ି ଗ୍ରାମ ରାସ୍ତାରେ ଧରା ଯାଇଥିଲା।

Leave a Reply

Your email address will not be published. Required fields are marked *