ଜଗତସିଂହପୁର

ଦୁଇମାସର ଭତ୍ତାପାଇବାରୁ ବଞ୍ଚିତ ଦିବ୍ୟାଙ୍ଗ

ତିର୍ତ୍ତୋଲ୨୭/୮(ଓଡ଼ିଆ ପୁଅ/ଟୁକନ ସେଠୀ) -ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର(ଶ) ପଞ୍ଚାୟତ ଶଙ୍ଖେଶ୍ୱର ଗ୍ରାମର ଟୁଟୁ ବେହେରା ଶତପ୍ରତିଶତ ମୁକ ଓ ବଧିର ଅଟନ୍ତି। ସେ ପୂର୍ବରୁ ୩ ଶହ ଟଙ୍କା ଭତ୍ତା ଆକାରରେ ପାଉଥିଲେ। ସରକରାଙ୍କ ପକ୍ଷରୁ ଗତ ଦୁଇମାସ ହେବ ଶତପ୍ରତିଶତ ଦିବ୍ୟାଙ୍ଗମାନଙ୍କ ପାଇଁ ୫ ଶହ ଟଙ୍କା ଭତ୍ତା ଦେବାପାଇଁ ସୂଚନା ଯାରି କରିଥିଲେ। ଟୁଟୁ ବେହେରା ଶତପ୍ରତିଶତ ଦିବ୍ୟାଙ୍ଗ ହୋଇ ମଧ୍ୟ ଦୁଇମାସ ହେବା ଏହି ଭତ୍ତାଟଙ୍କା ପାଇବାରୁ ବଞ୍ଚିତ ଅଛନ୍ତି। ଆଜି ଟୁଟୁ ବେହେରା ତିର୍ତ୍ତୋଲ ବିଡ଼ିଓ ରଞ୍ଜନ ପରିଡ଼ାଙ୍କ ଦୃଷ୍ଟି ଗୋଚର କରିଥିଲେ। ବିଡ଼ିଓ ଶ୍ରୀଯୁକ୍ତ ପରିଡ଼ା ଅତ୍ୟନ୍ତ ଦୁଃଖ ପ୍ରକାଶ କରିବା ସହିତ ଗୋପାଳପୁର(ଶ) ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରି ସୁଧିର କୁମାର ସ୍ୱାଇଁଙ୍କୁ ତୁରନ୍ତ ଭତ୍ତାଟଙ୍କା ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସ୍ୱାଇଁଙ୍କୁ ପଚାରିବାରୁ ଆସନ୍ତା ମାସରେ ସମସ୍ତ ଭତ୍ତାଟଙ୍କା ଦିଆଯିବବୋଲି କହିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top