ଜିଲ୍ଲା ପରିକ୍ରମା

ଦୁଇଟି ବ୍ଲକକୁ ସଂଯୋଗ କରୁଥିବା ରାସ୍ତା ଏବେବି ଅବହେଳିତ

ଖଇରା, ୫/୯/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ସରକାର ରାସ୍ତା ନିର୍ମାଣ ବାବଦରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିଲାବେଳେ ଜନସାଧାରଣ ତା’ର ସୁଫଳ ପାଇବାରୁ ବଞ୍ଚିତ ହେଉଥିବାର ପରିଲକ୍ଷିତ ହୋଇଛି। ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାର ପଡୋଶୀ ବ୍ଲକ ଭାବେ ପରିଚିତ ଖଇରା ଓ ଔପଦା ବ୍ଲକକୁ ସଂଯୋଗ କରୁଥିବା କେନ୍ଦୁଭଦଳି-ନୁଣିପଦା ରାସ୍ତା। ଆଜକୁ ୩୦ବର୍ଷରୁ ଉର୍ଦ୍ଧହେବ ଏହି ରାସ୍ତାଟି ନିର୍ମାଣ ହୋଇଥିଲେ ମଧ୍ୟ ଏବେବି ଅବହେଳିତ। ରାଜନେତା କି ବିଭାଗୀୟ ଅଧିକାରୀଙ୍କର ଏହି ରାସ୍ତାପ୍ରତି ଦୃଷ୍ଟି ନପଡିବା ବଡ ଆଶ୍ଚର୍ଯ୍ୟର କଥା। ଖଇରା ବ୍ଲକ ସାରକୋଣା ପଞ୍ଚାୟତ କେନ୍ଦୁଭଦଳି -ସୁଜାଗଡରାସ୍ତାରୁ କେନ୍ଦୁଭଦଳି ଗ୍ରାମର ଗ୍ରାମଦେବତି ଠାରୁ ବାହାରି ଖଇରା-ଫତେପୁର ରାସ୍ତାର ବିକ୍ରମପୁର ଛକରୁ ପାଇକପଡା ଶୋଳଭଉଣୀ ରାସ୍ତାର ନୁଣିପଦାଠାରେ ସଂଯୋଗ ହୋଇଛି। ଏହି ରାସ୍ତାର ଲମ୍ବ ପ୍ରାୟ ୫୦୦ମିଟର ଦୂରତାହେବ। ଗୋଟିଏ ଜିଲ୍ଲାର ୨ପଡୋଶୀ ବ୍ଲକକୁ ସଂଯୋଗ କରୁଥିବା ଏହି ରାସ୍ତା ବେଳେ ବେଳେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଥାଏ ମନୁଷ୍ୟର ଆପଦ ବିପଦ ସମୟରେ। ଉଭୟ ଗ୍ରାମରେ କୌଣସି ଜରୁରୀ କାଳୀନ ସମୟରେ ପହଞ୍ଚିବାକୁ ହେଲେ ୫୦୦ମିଟର ରାସ୍ତାକୁ ମାତ୍ର କେଇ ମିନିଟି ଲାଗିଥାଏ। କିନ୍ତୁ ଏହି ଜରୁରୁୀ ସମୟରେ ବୁଲାଣିଆ ରାସ୍ତା ଦେଇ ଉଭୟ ଗ୍ରାମରେ ପହଞ୍ଚିବାକୁ ହେଲେ ୫୦୦ମିଟର ଜାଗାରେ ଲାଗିଥାଏ ପ୍ରାୟ ୫କି.ମିରୁ ଉର୍ଦ୍ଧ। ୨ଟି ବ୍ଲକକୁ ସଂଯୋଗ କରୁଥିବାବେଳେ ଔପଦା ବ୍ଲକର ଆଖପାଖ କେତେ ଖଣ୍ଡ ଗ୍ରାମର ଗ୍ରାମବାସୀଙ୍କ ସମେତ ସାମାନ୍ୟ ବର୍ଷାହେଲେ ସ୍କୁଲ, କଲେଜ ଛାତ୍ରଛାତ୍ରୀ ଓ ବ୍ୟବସାୟୀଙ୍କର ଖଇରାକୁ ମୁଖ୍ୟ ରାସ୍ତା ପାଲଟିଥାଏ ନିତି ଦିନିଆ କାର୍ଯ୍ୟପାଇଁ। ସେହିପରି ଖଇରା ବ୍ଲକବାସୀଙ୍କୁ ମଧ୍ୟ ସେହି ରାସ୍ତାଦେଇ ବିଭିନ୍ନ ସମୟରେ କାର୍ଯ୍ୟ ନିମନ୍ତେ ଯାତାୟତ କରିବାକୁ ପଡିଥାଏ ଔପଦା ବ୍ଲକ ଅଂଚଳକୁ। ଜରୁରୀ କାଳୀନ ସମୟରେ ୧୦୨, ୧୦୮ ଓ ଦମକଳ ଗାଡି ସେହି ରାସ୍ତା ଦେଇ ଯାଇନପାରି ବୁଲିବୁଲି ଗଲାବେଳକୁ ବେଶି ସମୟ ଲଗୁଥିବାରୁ ଜନସାଧାରଣଙ୍କର ଉତ୍ତେଜନା ବୃଦ୍ଧି ପାଇଥାଏ। ଦୂରତ୍ୱ କମାଇବା ଓ ସମୟ ବଞ୍ଚାଇବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ରାସ୍ତାର ପ୍ରସସ୍ତି କରଣ ସାଙ୍ଗକୁ ନୂତନ ରାସ୍ତା ନିର୍ମାଣରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ସାମାନ୍ୟ ଏହି ପ୍ରାୟ ୫୦୦ମିଟରରୁ ଉର୍ଦ୍ଧ ରାସ୍ତାଟି ପ୍ରତି କାହାରି ନଜର ନପଡିବା, ମୁଖ୍ୟମନ୍ତ୍ରୀଙ୍କ ଗାଁକୁ କାମ ମାକୁ ସମ୍ମାନ ଓ ଆମଗାଁ ଆମ ବିକାଶ କାର୍ଯ୍ୟକ୍ରମ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ସାଧାରଣଙ୍କ ଗମନାଗମନର ସୁବିଧା ନିମନ୍ତେ କୋଟିକୋଟି ଟଙ୍କା ବ୍ୟୟରେ ରାସ୍ତା ତିଆରିକରି ବାହାବା ନେଉଥିବା ବେଳେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଜନସାଧାରଣ ସ୍ୱାଧିନତାର ସ୍ୱାଦ ଏପର୍ଯ୍ୟନ୍ତ ଚାଖି ନ ପାରିବାର କାରଣ କ’ଣ ? ରାସ୍ତାଟି ବର୍ତ୍ତମାନ କାହା ଅଧିନରେ କିଏ ତାପ୍ରତି ଚିନ୍ତା କରିବ ବୋଲି ଅଂଚଳବାସୀଙ୍କୁ ଚିନ୍ତାରେ ପକାଇଛି। ଆଜି ପର୍ଯ୍ୟନ୍ତ ସଂଯୋଗି ରାସ୍ତାଟି ଅବହେଳିତ ଭାବରେ ପଡିରହିଛି ଯେ ସରକାରଙ୍କର ସମସ୍ତ ଜରୁରୀ କାଳିନ ସେବା ଠପ୍ ହୋଇଯାଇଛି। ଏ ଯାଏଁ ନା ପଡିପରିଲା ମୋରମ ମୁଠେ, ନା ହୋଇପାରିଲା ସ୍ଥାୟି ପକ୍କା ରାସ୍ତା, ପୂର୍ବ ମେଟାଲିକରଣ ଉଠିଗଲାଣି। ଖାଲଖମାରେ ପୂର୍ଣ୍ଣ ଏହି ରାସ୍ତାଟି ଜନସାଧାରଣଙ୍କ ଯାତାୟତ ତଥା ଜରୁରୀ କାଳୀନ ସେବାପାଇଁ ବିପଦର ମୁଖ୍ୟ କାରଣ ପାଲଟିଛି। ମା’ବାପା ଛେଉଣ୍ଡ ପିଲାଟି ଯେପରି ସଂସାରରେ ଅବହେଳିତ ହୋଇପଡିଥାଏ, ସେହିପରି ଏହି ସଂଯୋଗିକରଣ ରାସ୍ତାଟିର ମା’ବାପା ନ ଥିଲାପରି ମନେହେଉଥିବାର ଜଣାପଡିଛି। ମରାମତି କାର୍ଯ୍ୟ ପାଇଁ ନା ବୁଝୁଛି ଖଇରା ବ୍ଲକ ନା ଔପଦା ବ୍ଲକ। ଉଭୟ ବ୍ଲକରୁ ମାଟିରାସ୍ତା ଲିଭିବାକୁ ବସିଥିବାବେଳେ ଏହି ରାସ୍ତାଟିର ଉନ୍ନତି କରଣକରାଯାଇ ସ୍ଥାୟି ପକ୍କା କିମ୍ବା ପିଚୁରାସ୍ତା କରିବାପାଇଁ ସମାଜସେବୀ ମଦନମୋହନ ବେହେରାଙ୍କ ସହିତ ଅଂଚଳବାସୀ ଦାବି କରିଛନ୍ତି। ଏ ବିଷୟର ଗିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ। ତୁରନ୍ତ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଅଂଚଳର ଜନସାଧାରଣ ନିବେଦନ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top