ଜଗତସିଂହପୁର

ଦୁଇଟି ପ୍ରକଳ୍ପର ଶିଳାନ୍ୟାସ କଲେ ସରପଞ୍ଚ

ତିର୍ତ୍ତୋଲ୧୧/୦୫ (ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଡ଼ତିରା ପଞ୍ଚାୟତ ବନ୍ଧବାଟି ନିକଟରେ ସରପଞ୍ଚ କବିତା ବେହେରାଙ୍କଦ୍ୱାରା ଗୁରୁବାରଦିନ ଦୁଇଟି ପ୍ରକଳ୍ପର ଶିଳାନ୍ୟାସ ହୋଇଥିବା ଦେଖିବାକୁ ମିଳିଥିଲା। ବନ୍ଧବାଟି ନିକଟରେ ଥିବା ହନୁମାନଙ୍କ ମନ୍ଦିର ନିକଟରୁ ସରପଞ୍ଚ ଶ୍ରୀମତି ବେହେରା ତାଙ୍କ ସମର୍ଥକମାନଙ୍କ ସହିତ ଶୋଭାଯାତ୍ରାରେ ବାହାରି ବନ୍ଧବାଟି ପାନୀୟ ଜଳଯୋଗାଣ ପ୍ରକଳ୍ପ ନିକଟରେ କଲ୍ୟାଣ ମଣ୍ଡପ ଗୃହ ଓ ପଞ୍ଚେଇ ନିକଟରେ ଅଙ୍ଗୱାଡ଼ି କେନ୍ଦ୍ରଗୃହ ନିର୍ମାଣପାଇଁ ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ। ସରପଞ୍ଚ ଶ୍ରୀମତି ବେହେରାଙ୍କ ସମେତ ୱାର୍ଡ଼ସଭ୍ୟ/ସଭ୍ୟା ହରେକୃଷ୍ଣ ନାଥ, ବସନ୍ତ ମଞ୍ଜରୀ ସାହୁ, ସୁକାନ୍ତି ନାଥ, ଅଶ୍ୱିନି ନାଥ, ବିଜୟ ସାହୁ, କାବେରୀ ନାୟକ, ତ୍ରିଲୋଚନ ମଲ୍ଲିକ, ବିକାଶ ଦାସ, ସୁମତି ଦାସ, ନାଏବ ସରପଞ୍ଚ ସୁପ୍ରିୟା ବାରିକ୍, ଅଶୋକ କୁମାର ନାଥ, ରଞ୍ଜନ କୁମାର ନାଥ, ଦେବାଶିଷ ଶର୍ମା, ରୂପକ ନାଥ, ଅମେରେନ୍ଦ୍ର ନାଥ, ବିମଲା ଦାସ, ମାନିନି ଦାସ, ପ୍ରଭାତି ବେହେରା, ଛବିରାଣି ମଲ୍ଲିକ୍, ସସ୍ମିତା ବାରିକ୍, ରଞ୍ଜନ କୁମାର ସ୍ୱାଇଁ, ଗୌରାଙ୍ଗ ଚରଣ ବେହେରାଙ୍କ ସମେତ ଶତାଧିକ ଗ୍ରାମବାସୀ ଯୋଗଦେଇଥିଲେ। ସୂଚନାଯୋଗ୍ୟଯେ ଏହି ଦୁଇଟି ପ୍ରକଳ୍ପ ଶିଳାନ୍ୟାସ ପାଇଁ ଲାଗିଥିବା ଫଳକରେ ପାରାଦ୍ୱୀପ୍ ବିଧାୟକ ଡ଼ା.ଦାମୋଦର ରାଉତ, ସାଂସଦ ଡ଼. କୁଳମଣି ସାମଲ, ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ବିଶ୍ୱାଳ, ତିର୍ତ୍ତୋଲ ପଞ୍ଚାୟତ ସମିତିଅଧ୍ୟକ୍ଷା ସୁଜାତା ମହାନ୍ତି, ବିଡ଼ିଓ ରଞ୍ଜନ କୁମାର ପରିଡ଼ା, ଜିଲ୍ଲାପରିଷଦ ସଭ୍ୟ ପ୍ରବୀର ରାଏ ପ୍ରମୁଖଙ୍କ ନାମ ଉଲ୍ଲେଖ ରହିଥିବାବେଳେ ଉପରୋକ୍ତ ଅତିଥିମାନେ ଏହି ଉତ୍ସବରେ ଯୋଗନଦେବାକୁ ନେଇ ଜଡ଼ତିରା ପଞ୍ଚାୟତବାସୀଙ୍କ ମନରେ ଅବଶୋଷ ଦେଖାଦେଇଥିବାବେଳେ ଏହାର କାରଣକୁ ନେଇ ବିଭିନ୍ନ କଥା ଆଲୋଚନା ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top