ଦୀର୍ଘ୨୦ଦିନ ପରେ ଅମଲାସଂଘ ଆନ୍ଦୋଳନ ପ୍ରତ୍ୟାହାର,ଜିଲ୍ଲାର ୨୦୦ଅମଲା କାର୍ଯ୍ୟରେ ଯୋଗଦେଲେ

ମାଲକାନଗିରି,୧ା୯ (ଓଡିଆ ପୁଅ । ସୁଚିତ୍ରାଦାଶ )   ୯ଦଫା ଦାବିପୁରଣ ନେଇ ରାଜସ୍ୱଅମଲା ସଂଘପକ୍ଷରୁ ଦୀର୍ଘ୨୦ଦିନ ଧରି କାମବନ୍ଦ ଆନ୍ଦୋଳନ ଚାଲିଥିଲା । ଗୁରବାର ରାତ୍ରରେ ରାଜ୍ୟସରକାର ଅମଲା ମାନଙ୍କ ୯ଟି ଦାବି ମଧ୍ୟରୁ ୪ଟି ଦାବିପୁରଣ କରିବା ସହିତ କିଛି ଦିନ ମଧ୍ୟରେ ଅନ୍ୟଦାବିଗୁଡିକ ପୁରଣ କରା ଯିବବୋଲି ପ୍ରତି ଶୃତିଦେବାପରେ ଅମଲା ମାନେ ଶୁକ୍ରବାର ଦିନ ଆନ୍ଦୋଳନରୁ ଓହରି ଯାଇଛନ୍ତି ।ଅମଲା ମାନଙ୍କ ଦାବିଗୁଡିକ ମଧ୍ୟରେ ପ୍ରବେଶିକା ଯୋଗ୍ୟତା ସ୍ନାତକକୁ ବୃଦ୍ଧି,ପଦବି ନାମ କିରାଣୀ ପରପିବର୍ତେ କାର୍ଯ୍ୟନିର୍ବାହ ସହକାରୀ,ଓଡିଶା ରାସ୍ୱସେବା ଚାକିରିରେ ରାଜସ୍ୱ ଅମଲା ମାନଙ୍କ ନିମନ୍ତେ ୪୦ପ୍ରତିଶତ ସ୍ଥାନ ସଂରକ୍ଷଣ, ସପ୍ତମବେତନ କମିଶନ ଲାଗୁ ଏହି ୪ଟି ଦାବିଗୁଡିକ ରାଜ୍ୟ ସରକାର ପୁଣ କରିବା ପାଇଁ  ଗୁରୁବାର ରାତ୍ରରେ ଘୋଷଣା କରିବା ପରେ ଅମଲା ମାନେ ଆନ୍ଦୋଳନ ପ୍ରତ୍ୟାହର କରିଥିଲେ । ଶୁକ୍ରବାର ଠାରୁ  ମାଲକାନଗିରି ଜିଲ୍ଲାର କାର୍ଯ୍ୟରତ ପ୍ରାୟ ୨୦୦ଅମଲା ନିଜ ନିଜ କାର୍ଯ୍ୟାଳୟରେ ଯୋଗଦେଇ ନିଜନିଜ ଅଫିସ କାମକରିବା ଆରମ୍ଭ କରିଦେଇଛନ୍ତି । ଗତ ୧୨ତାରିଖ ଠାରୁ ମାଲାକନଗିରି ଜିଲ୍ଲାରେ କାର୍ଯ୍ୟରତ ୨୦୦ ରାଜସ୍ୱ ଅମଲା ମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାମବନ୍ଦ ଆନ୍ଦୋଳନ ଆରମ୍ଭ କରିଦେଇଥିଲେ, ଦୀର୍ଘ ୨୦ଦିନ ଧରି ଜିଲ୍ଲାର ସମସ୍ଥ କାର୍ଯ୍ୟାଳୟ ରେ ଶହଶହ ସଂଖ୍ୟାରେ ଫାଇଲଗୁଡିକ ପଡିରହିଛି ।ଅଫିସ ଗୁଡିକର କାମ ସବୁ ବନ୍ଦରହୁଥିବାରୁ ଲୋକମାନେ ବହୁତ ଅସୁବିଧାର ସମ୍ମୁଖିନ ହେଉଥିଲେ, ଅମଲା ମାନେ କାର୍ଯ୍ୟବନ୍ଦ କରିଥିବାରୁ ଜିଲ୍ଲାରେ ଥିବା ଜିଲ୍ଲାପାଳ,ତହସିଲ, ବ୍ଲକ, ଉପଜିଲ୍ଲାପାଳ,ଆଇଟିଡିଏ,ଡିଆରଡିଏ, ଆଇସିଡିଏସ,ଜିଲ୍ଲାପରିଷଦ ଅଫିସ ସହିତ  ଅନ୍ୟାନ ରାଜସ୍ୱ ବିଭାଗ ଅଫିସ ଗୁଡିକରେ କାର୍ଯ୍ୟ ଠପ୍ ହୋଇ ଯାଇଥିଲା  ।

ବିଭିନ୍ନ କାର୍ଯ୍ୟ ପାଇଁ ଗାଁ ଗହଳରୁ ବ୍ଲକ,ତହସିଲ ସହିତ ଅନ୍ୟାନ ଅଫିସକୁ ଖର୍ଚାନ୍ତ ହୋଇ ଦୂର ଦୁରାନ୍ତରୁ ଆସୁଥିବା ଗ୍ରାମବାସୀ ମାନେ ଅମଲା ମାନଙ୍କ କାମବନ୍ଦ ଆନ୍ଦୋଳନ  ଯୋଗୁ ସେମାନଙ୍କ ଅଫିସ କାମ କରିନପାରି ଫେରିଯାଉଥିଲେ,ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସହିତ ମାଲକାନଗିରି,ପିଡିଆ, କାଲିମେଳା, କୋରକୁଣ୍ଡା,ଚିତ୍ରକୋଣ୍ଡା, ଖଇରପୁଟ, ମାଥିଲି,ସାତଟି ବ୍ଲକ ଓ ତହସିଲରେ କାର୍ଯ୍ୟରତ ପ୍ରାୟ୨୦୦ ରାଜସ୍ୱ ଅମଲା ମାନେ ଏହି ଆନେ୍ଦାଳନରେ ସମିଲ ହୋଇଥିଲେ । ଦାବିଗୁଡିକ ମଧ୍ୟରେ ମୁଖ୍ୟତ କିରାଣିମାନଙ୍କର ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏଟ କରି ସ୍କେଲ ଅପ ପେ ୫୨୦୦ଟଙ୍କାରୁ ୯୩୦୦ ଓ ଗ୍ରେଡ ପେ ୧୯୦୦ ଟଙ୍କାରୁ ୪୨୦୦ ଟଙ୍କାକୁ ବୃଦ୍ଧି କରିବା ବରିଷ୍ଟ କିରାଣିଙ୍କୁ ନିର୍ବାହି ସହକାରି ,ମୁଖ୍ୟକିରଣିଙ୍କୁ ସେକସନ ଅଫିସର,ସପ୍ତମ ପେ କମିଶନ ଲାଗୁକରିବା,ଜିଲ୍ଲା ଓ ବ୍ଲକ କାର୍ଯ୍ୟାଳୟରେ ଖାଲିପଡିଥିବା କିରାଣି ପଦବି ଗୁଡିକ ପୁରଣକରିବା ଦାବି ରହିଛି । ଜିଲ୍ଲାରେ ଅମଲା ମାନଙ୍କ ଆନେ୍ଦାଳନ ପାଇଁ କୌଣସି ସରକାରି କାର୍ଯ୍ୟ ହୋଇପାରୁ ନଥିଲା,ଗ୍ରାମଗୁଡିକରୁ ଭତା,ଇନ୍ଦିରା ଆବାସ, ବିଲ ଉଠାଇବା ସବୁ ବନ୍ଦ ହୋଇ ଯାଇଥିବାରୁ ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟ ରେ ବାଧାସୃଷ୍ଟି ହୋଇଥିଲା,  ଶୁକ୍ରବାର ଠାରୁ ସମସ୍ତ ଅମଲା ମାନେ କାର୍ଯ୍ୟରେ ଯୋଗଦେଇ ଥିବାରୁ ପୁବ ର୍ପରି ଅଫିସ କାମ ଚାଲିଛି ।

Leave a Reply

Your email address will not be published. Required fields are marked *