ଦୀପକ ପଣ୍ଡାଙ୍କ ରଚିତ ସମ୍ବଲପୁର ଇତିହାସ ଏମସିଏଲ ସିଏମଡ଼ିଙ୍କ ଦ୍ୱାରା ଉନ୍ମୋଚିତ

ସମ୍ବଲପୁର, ୧୫/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା)- ଶନିବାରଦିନ ଅପରାହ୍ନରେ ବୁର୍ଲା ସ୍ଥିତ ମହାନଦୀ କୋଇଲା କମ୍ପାନୀ ମୁଖ୍ୟାଳୟର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଅନୀଲ କୁମାର ଝାଙ୍କ ପ୍ରକୋଷ୍ଠରେ ଏମସିଏଲର ସମସ୍ତ ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ସମ୍ବଲପୁର ପ୍ରେସ କ୍ଲବର ସଭାପତି ଦୀପକ କୁମାର ପଣ୍ଡାଙ୍କ ଦ୍ୱାରା ରଚିତ ‘ସମ୍ବଲପୁର ଇତିହାସ’ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଯେଉଁଥିରେ ଦ୍ୱିତୀୟ ଶତାବ୍ଦୀରୁ ଆଜି ପର୍ଯ୍ୟନ୍ତ ସମ୍ବଲପୁରର ଇତିହାସ ଧାରାବାହିକ ଭାବରେ ବର୍ଣ୍ଣନା କରାଯାଇଛି।

ଏହି ଅବସରରେ ବୈଷୟିକ ପରିଚାଳନା ନିର୍ଦ୍ଦେଶକ ଜେ.ପି.ସିଂହ, କାର୍ମିକ ନିର୍ଦ୍ଦେଶକ ଲୀଳାନନ୍ଦ ମିଶ୍ର, ମୁଖ୍ୟ ସତର୍କତା ଅଧିକାରୀ (ଆଇଆରପିଏଫ) ମୁନାବର ଖୁର୍ସିଦ, ଯୋଜନା ଓ ପରିଯୋଜନା ବୈଷୟି୍କ ନିର୍ଦ୍ଦେଶକ ଓ.ପି.ସିଂ, ଏହି ପୁସ୍ତକର ଲେଖକ ବିଶିଷ୍ଟ ଐତିହାସିକ ତଥା ସମ୍ବଲପୁର ପ୍ରେସକ୍ଲବର ସଭାପତି ଦୀପକ କୁମାର ପଣ୍ଡା, ପ୍ରେସକ୍ଲବର ସାଧାରଣ ସଚିବ ରାଜାରାମ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଐତିହାସିକ ପୁସ୍ତକରେ ଲେଖକଙ୍କ ସମ୍ବଲପୁରର ଇତିହାସ ରଚନା ବେଶ୍ ପ୍ରଶଂସନୀୟ ହୋଇଛି। ଏମସିଏଲ ପରିଚାଳନା ନିର୍ଦ୍ଦେଶକ କହିଛନ୍ତି ଯେ, ଆମ ଭବିଷ୍ୟ ପୀଢ଼ି ପାଇଁ ଆମ ଇତିହାସରେ ସଂରକ୍ଷଣ ନିମନ୍ତେ ଯୋଗଦାନ ସମସ୍ତ ନାଗରିକଙ୍କ କର୍ତ୍ତବ୍ୟ। ଏହି ପୁସ୍ତକରେ ବହୁ ଅମୂଲ୍ୟ ଓ ଦୁଷ୍ପ୍ରାପ୍ୟ ଐତିହାସିକ ତଥ୍ୟ, ସମ୍ବଲପୁର ହୀରା ଖଣି, ପ୍ରମୁଖ ସରକାରୀ ଦସ୍ତାବେଜ, ବ୍ରିଟିଶ ସାମ୍ରାଜ୍ୟବାଦକାଳୀନ ରିପୋର୍ଟ, ମହାତ୍ମାଗାନ୍ଧି, ଫ୍ରେଜର ତଥା ଅନ୍ୟାନ୍ୟ ସମ୍ବଲପୁରକୁ ଲେଖିଥିବା ପତ୍ର, ବହୁ ପୁରାତନ ଫଟୋ ଆଦି ସ୍ଥାନିତ ହୋଇଛି।

Leave a Reply

Your email address will not be published. Required fields are marked *