ଜିଲ୍ଲା ପରିକ୍ରମା

ଦିଲ୍ଲୀ ଯାତ୍ରାରେ ବାହାରିଲେ ମୁକ୍ତିକାନ୍ତ

ରାଉରକେଲା ୧୮-୪ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ଓ ମେଡ଼ିକାଲ କାର୍ଯ୍ୟ ଦେଇଥିବା ପ୍ରତିଶୃତି ବିଳମ୍ବକୁ ନେଇ ଆଜି ରାଉରକେଲାର ସାଧାରଣ ଯୁବକ ମୁକ୍ତିକାନ୍ତ ବିଶ୍ୱାଳ ଦିଲ୍ଲୀ ପଦଯାତ୍ରା ଆରମ୍ଭ କରିଛନ୍ତି। ଆଜି ସକାଳ ୯ଟାରେ ସେକ୍ଟର-୨ ଖରିଆବାହାଲ ଶିବ ମନ୍ଦିର ଛକରୁ ଉକ୍ତ ପଦଯାତ୍ରା ଆରମ୍ଭ କରିଥିଲେ। ଏହି ଅବସରରେ ଶତାଧିକ ମହିଳା ଓ ପୁରୁଷ, ଯୁବବର୍ଗ ତାଙ୍କୁ ଶୁଭେଚ୍ଛା ଜଣାଇବା ପରେ ବାହାରିଥିଲେ। ପରେ ସେକ୍ଟର-୨ ବିଜୁ ପଟ୍ଟନାୟକ ଛକ ପହଂଚିବା ପରେ ନିଜ ପୁରୁଣା ସ୍କୁଲ ଡିଭାଇନ ଲାଇଫ ଏକାଡେମୀ ପ୍ରଧାନ ଶିକ୍ଷକ ରମାକାନ୍ତ ମଲ୍ଲିକଙ୍କ ନେତୃତ୍ୱରେ ଶତାଧିକ ଛାତ୍ରଛାତ୍ରୀ ଓ ଶିକ୍ଷକ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ ସାମାଜିକ ଅନୁଷ୍ଠାନ ସହାୟତା, ସାଇ ଆଶ୍ରିତ କ୍ଲବ, ଜଗନ୍ନାଥ ସେବା ପକ୍ଷରୁ ମୁକ୍ତିକାନ୍ତଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top