ad
ଓଡ଼ିଶା

ଦିଲ୍ଲୀ ମହିଳା କମିଶନରଙ୍କ ଚିଠି ମୁଖ୍ୟମନ୍ତ୍ରୀ ଓ ପୋଲିସର ପାରିବାପଣିଆର ପ୍ରମାଣପତ୍ର: ବିଜେପି

ନାବାଳିକା ଦୁର୍ଷମ ଘଟଣାରେ ଦିଲ୍ଲୀ ମହିଳା କମିଶନଙ୍କର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ପ୍ରସଙ୍ଗରେ
– ମହିଳା କମିଶନ ଅଧ୍ୟକ୍ଷାଙ୍କର ସେହି ଗୋଟିଏ ଚିଠି ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥାର ଏକ ଭୟଙ୍କର ଦୃର୍ବଳତାକୁ ପଦାରେ ପକାଇଛି
– ଜଣେ ନାବାଳିକା ଅପହର୍ତାଙ୍କୁ ପୋଲିସ୍ କାହିଁକି ଜାଣିଶୁଣି ନିଜ ହାତପାହାନ୍ତାରୁ ଛାଡିଲା?
– ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷାଙ୍କ ଚିଠିର ୨ ଦିନ ପରେ ବି ମୁହଁ ଖୋଲୁନି ମୁଖ୍ୟମନ୍ତ୍ରୀଙ୍କର

ଭୁବନେଶ୍ୱର, ତା.୧୦/୦୨ (ଓଡ଼ିଆ ପୁଅ) : ଓଡିଶାର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ମାଲିକାନାରେ ଥିବା ଗୃହ ବିଭାଗର ପୋଲିସ ନାବାଳିକା ଧର୍ଷଣକାରୀ ଆଉ ଅପହରଣକାରୀଙ୍କୁ ସାହାଯ୍ୟ କରେ ଆଉ ସୁରକ୍ଷା ଦିଏ। ଏକଥା ଭାରତୀୟ ଜନତା ପାର୍ଟିର ମହିଳା ମୋର୍ଚ୍ଚା ଆଗରୁ ଅନେକ ଥର କହି ଆସିଛି। ଏବେ ଏକଥାରେ ମୋହର ମାରିଛନ୍ତି ଦିଲ୍ଲୀ ମହିଳା କମିଶନର ଅଧ୍ୟକ୍ଷା ସ୍ୱାତୀ ମାଲିଓାଲ। ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷାଙ୍କର ସେହି ଗୋଟିଏ ଚିଠି ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥାର ଏକ ଭୟଙ୍କର ଦୃର୍ବଳତାକୁ ପଦାରେ ପକାଇଛି। ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ସେହି ଚିଠିଟି ହେଉଛି ମୁଖ୍ୟମନ୍ତ୍ରୀ ଓ ଓଡିଶା ପୋଲିସର ଅପାରଗତାର ପ୍ରମାଣପତ ବୋଲି ଏକ ସାମ୍ବାଦିକ ସମ୍ମିଳନିରେ କହିଛନ୍ତି ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡା।

ଯେତେବେଳେ ୨୦୧୭ ମସିହାରେ ସୁନ୍ଦରଗଡର ସେହି ୧୬ ବର୍ଷୀୟା ନାବାଳିକା ଝିଅଟିକୁ ଜଣେ ୪୦ ବର୍ଷିଆ ଲୋକଟି ଅପହରଣ କରିଲା ସେତେବେଳେ ଝିଅଟିର ବାପା ପୋଲିସରେ ଅଭିଯୋଗ ଦେଇଥିଲେ। ହେଲେ ଲାଠିପଡା ପୋଲିସ ନିଷ୍କ୍ରିୟତା ପ୍ରକାଶ କରି ସେହି ଘଟଣାରେ କୌଣସି ପଦକ୍ଷେପ ନେଲା ନାହିଁ। ପୋଲିସ ସେହି ଅପହର୍ତାକୁ ନିଜ ହାତପାହାନ୍ତାରୁ ଛାଡିଦେଲା। ଜଣେ ନାବାଳିକା ଅପହର୍ତାଙ୍କୁ ପୋଲିସ୍ କାହିଁକି ଜାଣିଶୁଣି ଛାଡିଲା? କାହାର ଚାପ୍ରେ ପୋଲିସ ଏପରି କରିଲା ବୋଲି ଶ୍ରୀମତି ପରିଡା ପ୍ରଶ୍ନ କରିଛନ୍ତି।

ପରେ ଅପହର୍ତାମାନେ ସେହି ଝିଅଟିକୁ ରାଜସ୍ଥାନରେ ବିକ୍ରି କରି ଦେଇଥିଲା। ସବୁ ଜାଣିଶୁଣି ବି ଓଡିଶା ପୋଲିସ କିଛି କଲା ନାହିଁ ବୋଲି ଶ୍ରୀମତି ପରିଡା କହିଛନ୍ତି।

ଓଡିଶା ପୋଲିସ ନ୍ୟାୟ ଦେବାରେ ବିଫଳ ହେବା କାରଣରୁ ସବୁ କ୍ଷେତ୍ରରୁ ନିରାଶ ହେଲା ପରେ ଝିଅଟିର ବାପା ଦିଲ୍ଲୀ ମହିଳା କମିଶନଙ୍କ ପାଖରେ ଅଭିଯୋଗ କଲେ। ଦିଲ୍ଲୀ ମହିଳା କମିଶନ ଗୋଟିଏ ଦିନରେ ଝିଅଟିକୁ ଉଦ୍ଧାର କରିପାରିଲେ। ଯାହା ଓଡିଶା ପୋଲିସ ୨ ବର୍ଷରେ କରିପାରିଲେ ନାହିଁ ତାହା ଦିଲ୍ଲୀ ପୋଲିସ ଗୋଟିଏ ଦିନରେ କରିପାରିଲା। ସେହି ଅପହରଣ ମାମଲାରେ ଓଡିଶା ପୋଲିସର ସିଧାସଳଖ ସମ୍ପୃକ୍ତି ଅଛି ଏକଥା ଆଜି ପ୍ରମାଣିତ ବୋଲି ଶ୍ରୀମତି ପରିଡା କହିଛନ୍ତି।

ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷାଙ୍କ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କୁ ଚିଠି ଦେବାର ଆଜକୁ ୨ ଦିନ ହୋଇଗଲାଣି ହେଲେ ନବିନ ବାବୁ ଆଜି ଯାଏଁ କାହିଁକି ମନ୍ତ୍ୟବ ଦେଉନାହାନ୍ତି। କାହିଁକି ସମ୍ପୃକ୍ତ ପୋଲିସ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ଭାତ ହାଣ୍ଡିରୁ ଗୋଟିଏ ଚିପିଲା ପରି ଏହା ଗୋଟିଏ ଘଟଣା ବୋଲି ଶ୍ରୀମତି ପରିଡା କହିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top