ଓଡ଼ିଶା

ଦିଲ୍ଲୀ – ଏନସିଆରରେ ଭୂମିକମ୍ପର ଝଟକା, ହରିଆଣାର ସୋନୀପତରେ ଥିଲା ଭୂମିକମ୍ପର କେନ୍ଦ୍ର

ନୂଆଦିଲ୍ଲୀ ୧-୭ (ଓଡ଼ିଆ ପୁଅ) ଦିଲ୍ଲୀ-ଏନସିଆର ଏବଂ ହରିଆଣାର ଅନେକ ସହରରେ ଭୂମିକମ୍ପର ଝଟକା ଅନୁଭବ କରାଯାଇଛି। ୩ ଟା ୩୭ ମିନଟରେ ଆସିଥିବା ଏହି ଝଟକାରେ କୌଣସି ଧନଜୀବନର କ୍ଷତିର କୌଣସି ଖବର ମିଳିନାହିଁ। ୪.୦ ମ୍ୟାଗ୍ନିଚ୍ୟୁଟ୍ ର ତୀଵ୍ରତା ଥିବା ଏହି ଭୂମିକମ୍ପର କେନ୍ଦ୍ର ହରିଆଣାର ସୋନୀପତ ବୋଲି କୁହାଯାଉଛି।

ଭୂମିକମ୍ପର ଝଟକା ହଲୁକା ଥିଲା, କିନ୍ତୁ ଦିଲ୍ଲୀ ବ୍ୟତୀତ ନୋଏଡା, ଗାଜିଆବାଦ, ଫରୀଦାବାଦ, ସୋନୀପତରେ ଲୋକମାନେ ନିଜନିଜର ଘରୁ ବାହରକୁ ଆସିଯାଇଥିଲେ। ଅବଶ୍ୟ ଏପର୍ଯ୍ୟନ୍ତ ଏଥିରେ କୌଣସି କ୍ଷତିଗ୍ରସ୍ତର ଖବର ନାହିଁ, କିନ୍ତୁ ଏହାର କାରଣରୁ ଲୋକମାନଙ୍କର ମଧ୍ୟରେ ଭୟର ମାହୌଲ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଭୂମିକମ୍ପର ଝଟକା ଦିଲ୍ଲୀର ବ୍ୟତୀତ ହରିଆଣା (ସୋନୀପତ, ଫରୀଦାବାଦ, ଗୁରୁଗ୍ରାମ, ପଲବଲ, ବଲ୍ଲଭଗଢ଼) ଏବଂ ଉତ୍ତର ପ୍ରଦେଶର (ନୋଏଡା, ଗାଜିଆବାଦ) ରେ ମଧ୍ୟ ଅନୁଭବ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top