ଓଡ଼ିଶା

ଦିଲ୍ଲୀ-ଏନସିଆରରେ ଭୂମିକମ୍ପର ଝଟକା, ଘରୁ ବାହାରିଲେ ଲୋକେ

ନୂଆଦିଲ୍ଲୀ ୯-୯ (ଓଡ଼ିଆ ପୁଅ) : ଦିଲ୍ଲୀ-ଏନସିଆରରେ ରବିବାରଦିନ ଭୂମିକମ୍ପର ଝଟକା ଅନୁଭବ କରାଯାଇଛି। ରେକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୮ ଥିଲା। ଭୂକମ୍ପ ରବିବାର ସଂଧ୍ୟା ୪:୩୭ ବେଳେ ଆସିଥିଲା। ଭୂମିକମ୍ପର କେନ୍ଦ୍ର ହରିଆଣାର ଝଜ୍ଜରରେ ଥିଲା। ଭୂମିକମ୍ପର ତୀବ୍ରତା କମ ହେବା କାରଣରୁ କୌଣସି କ୍ଷତିର ଖବର ଆସିନାହିଁ। ଝଟକା ଆସିବାରୁ ଲୋକ ଘର-ଅଫିସ୍ ରୁ ବାହରକୁ ଆସିଥିଲେ। ଅବଶ୍ୟ ଅନେକ ଲୋକ ଏହାର ପ୍ରଭାବ ଅନୁଭବ କରିପାରିନଥିଲେ।

ସୂଚନାଯୋଗ୍ୟଯେ, ଏହା ପୂର୍ବରୁ ୧ ଜୁଲାଇରେ ମଧ୍ୟ ଦିଲ୍ଲୀ-ଏନସିଆର ସହିତ ସମ୍ପୂର୍ଣ୍ଣ ଉତ୍ତର ଭାରତରେ ଭୂମିକମ୍ପର ଝଟକା ଅନୁଭବ କରାଯାଇଥିଲା। ଭୂମିକମ୍ପର ତୀବ୍ରତା ରିକ୍େର ସ୍କେଲରେ ୪.୦ ଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top