ଦିଲ୍ଲୀ-ଏନସିଆରରେ ପୁଣି ଭୂମିକମ୍ପର ଝଟକା

ନୂଆଦିଲ୍ଲୀ ୯-୯ (ଓଡ଼ିଆ ପୁଅ) : ଦିଲ୍ଲୀ-ଏନସିଆରରେ ସୋମବାରଦିନ ପୁନଃ ଭୂମିକମ୍ପର ଝଟକା ଅନୁଭବ କରାଯାଇଛି।ସୋମବାର ଦିନ ସକାଳ ୬ଟା ୨୮ ମିନିଟ ସମୟରେ ଏହି ଭୁମିକମ୍ପ ଅନୁଭବ କରାଯାଇଛି। ମିରଟଠାରୁ ୬ କିଲୋମିଟର ଦୂର ଉତ୍ତର ପ୍ରଦେଶର ଖରକୁଡ଼ାରେ ଏହାର କେନ୍ଦ୍ରଥିଲା। ଗତକାଲି ଅର୍ଥାତ୍ ରବିବାରଦିନ ମଧ୍ୟ ଭୂମିକମ୍ପର ଝଟକା ଅନୁଭବ କରାଯାଇଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀ ଏବଂ ଏନ୍.ସି ଆର ରେ ଦ୍ୱିତୀୟଥର ପାଇଁ ଏହି ଭୁକମ୍ପର ଝଟକା ଅନୁଭୁତ କରାଯାଇଛି।

ସୂଚନାଯୋଗ୍ୟଯେ, ରବିବାରଦିନର ହୋଇଥିବା ଭୂମିକମ୍ପର ତିବ୍ରତା ରେକ୍ଟର ସ୍କେଲରେ ୩.୮ ଥିଲା। ଭୂକମ୍ପ ରବିବାର ସଂଧ୍ୟା ୪:୩୭ ବେଳେ ଆସିଥିଲା। ଭୂମିକମ୍ପର କେନ୍ଦ୍ର ହରିଆଣାର ଝଜ୍ଜରରେ ଥିଲା। ଭୂମିକମ୍ପର ତୀବ୍ରତା କମ ହେବା କାରଣରୁ କୌଣସି କ୍ଷତିର ଖବର ଆସିନାହିଁ। ଝଟକା ଆସିବାରୁ ଲୋକ ଘର-ଅଫିସ୍ ରୁ ବାହରକୁ ଆସିଥିଲେ। ଅବଶ୍ୟ ଅନେକ ଲୋକ ଏହାର ପ୍ରଭାବ ଅନୁଭବ କରିପାରିନଥିଲେ।

ପୁନଃ ସୂଚନାଯୋଗ୍ୟଯେ, ଏହା ପୂର୍ବରୁ ୧ ଜୁଲାଇରେ ମଧ୍ୟ ଦିଲ୍ଲୀ-ଏନସିଆର ସହିତ ସମ୍ପୂର୍ଣ୍ଣ ଉତ୍ତର ଭାରତରେ ଭୂମିକମ୍ପର ଝଟକା ଅନୁଭବ କରାଯାଇଥିଲା। ଭୂମିକମ୍ପର ତୀବ୍ରତା ରିକ୍େର ସ୍କେଲରେ ୪.୦ ଥିଲା।

Leave a Reply

Your email address will not be published. Required fields are marked *