ଓଡ଼ିଶା

ଦିଲ୍ଲୀରେ ଲାଗିଲା କଟକଣା: ପ୍ରବେଶ କରିପାରିବ ନାହିଁ ଭାରୀ ଏବଂ ମଧ୍ୟମ ଧରଣର ବସ୍ତୁବାହୀ ଯାନ

ନୂଆଦିଲ୍ଲୀ ୮-୧୧ (ଓଡ଼ିଆ ପୁଅ) ଦିଲ୍ଲୀର ବାୟୁ ପ୍ରହୂଷଣ ବିପଦପୂର୍ଣ୍ଣ ସୀମାରୁ ବହୁତ ଉପରସ୍ଥରକୁ ପହଁଚି ଗଲାଣି। ଏଥିପାଇଁ ଦିଲ୍ଲୀର ପରିବହନ ବିଭାଗ ତରଫରୁ ଭାରୀ ଏବଂ ମଧ୍ୟମ ଧରଣର ବସ୍ତୁବାହୀ ଯାନ ଦିଲ୍ଲୀ ଭିତରକୁ ପ୍ରବେଶ କରିପାରିବେ ନାହିଁ ବୋଲି ଏକ ନିର୍ଦ୍ଦେଶ ଜାରି କରାଯାଇଛି। ଏହି ନିର୍ଦ୍ଦେଶ ଅନୁଯାୟୀ ଭାରୀ ଏବଂ ମଧ୍ୟମ ଧରଣର ବସ୍ତୁବାହୀ ଯାନ ଆଜି ରାତ୍ର ୧୧ ଘଟିକା ସମୟରୁ ଆସନ୍ତା ୧୧ ତାରିଖ ଅର୍ଥାତ ୧୧ ନଭେମ୍ବର ରାତ୍ର ୧୧ ଗଟିକା ପର୍ଯ୍ୟନ୍ତ ଦିଲ୍ଲୀରେ ପ୍ରବେଶ କରିପାରିବେ ନାହିଁ। କେବଳ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ପରିବହନ କରୁଥିବା ବାହନ ପାଇଁ ଏହି ନିୟମ ଲାଗୁ ହେବ ନାହିଁ।

ସୂଚନାଯୋଗ୍ୟଯେ, ଦିଲ୍ଲୀର ବିପଦପୂର୍ଣ୍ଣ ବାୟୁ ପ୍ରହୂଷଣ କାରଣରୁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଦିଲ୍ଲୀରେ ବିପଦପୂର୍ଣ୍ଣ ପ୍ରଦୂଷଣରୁ ଉଦ୍ଧାର ପାଇବା ପାଇଁ ଦିପାବଳି ପରେ କୃତ୍ରିମ ବର୍ଷା କରାଇବା ଉପରେ ବିଚାର କରୁଛି। ସିପିସିବି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି ଦୀପାବଳି ପରେ କୃତ୍ରିମ ବର୍ଷା କରାଇବା ପାଇଁ ଭାରତୀୟ ପ୍ରୌଦ୍ୟୋଗିକୀ ସଂସ୍ଥାନ (ଆଇଆଇଟି) କାନପୁର ଏବଂ ଭାରତୀୟ ପାଣିପାଗ ବିଭାଗ ସହିତ କଥାବାର୍ତ୍ତା କରୁଛନ୍ତି। ଦୀପାବଳି ପରେ ପ୍ରଦୂଷଣ ର ‘ଗମ୍ଭୀରରୁ ଅଧିକ ଜରୁରୀକାଳୀନ’ ଶ୍ରେଣୀରେ ପହଁଚିବା ପରେ ଏହାର ଆଶଙ୍କା କରାଯାଉଛି। ସିପିସିବିର ସଦସ୍ୟ ପରିବହନ ଅଧିକାରୀମାନଙ୍କ ସହିତ ବୈଠକରେ ଆଠ ନଭେମ୍ବରରୁ ୧୧ ନଭେମ୍ବର ପର୍ଯ୍ୟନ୍ତ ଦିଲ୍ଲୀରେ ଭାରୀ ବାହନ ଗୁଡ଼ିକର ପ୍ରବେଶ ଉପରେ କଟକଣା ଲଗାଇବା ପାଇଁ ସୁପାରିଶ କରିଥିଲେ। ସିପିସିବିର ଏକ ଅନ୍ୟ ଅଧିକାରୀ କହିଛନ୍ତି ଯେ ବାହନ ପ୍ରଦୂଷଣକୁ ବହୁତ ବଢ଼ାଉଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top