ଓଡ଼ିଶା

ଦିଲ୍ଲୀପଙ୍କୁ ଝଟକା, ଜୁଏଲଙ୍କୁ ମଉକା

ରାଉରକେଲା୪-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର) ସଦ୍ୟ ସମାପ୍ତ ରାଉରକେଲା ଇସ୍ପାତ କାରଖାନା ସୀକୃତପ୍ରାପ୍ତ ଶ୍ରମିକ ସଂଘ ନିର୍ବାଚନରେ ଯଦିଓ ବିଜେପି ସମର୍ଥିତ ଶ୍ରମିକ ସଂଘଠନ ବିଏମସକୁ ଅନନ୍ୟ ସଫଳତା ମିଳିଛି ତେବେ ଦିଲ୍ଲୀପଙ୍କୁ ଝଟକା, ଜୁଏଲଙ୍କୁ ମଉକା ବୋଲି ସହରରେ ଚର୍ଚ୍ଚା ଜୋର ଧରିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଦିଲ୍ଲୀପ ରାୟ ଓ ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ମଧ୍ୟରେ ବିଗତ କିଛି ଦିନ ହେବ ସାମାନ୍ୟ ମନାନ୍ତର ଥିବା ବିଭିନ୍ନ ରାଜନୈତିକ ମହଲରେ ଆଲୋଚନା ହେଉଥିବାବେଳେ ବିଗତ ଦିନରେ ସହରରେ ବିଜେପି ପକ୍ଷରୁ ପାଳନ କରାଯାଇଥିବା ବିଜୟ ଉତ୍ସବ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଦିଲ୍ଲୀପ ନିଜକୁ ଦୁରେଇ ରଖିବା ବାସ୍ତବତାକୁ ପରିପ୍ରକାଶ କରିଛି। ଦ୍ୱତୀୟ ବ୍ରାହ୍ମଣୀ ସେତୁ ଓ ଆଇଜିଏଚକୁ ସୁପର ସ୍ପେଷାଲିଷ୍ଟ ମେଡିକାଲ କଲେଜ ଘୋଷଣା ଖୋଦ ପ୍ରଧାନମନ୍ତ୍ରୀ କରିଥିଲା ବେଳେ କାର୍ଯ୍ୟରେ ବିଳମ୍ବକୁ ନେଇ ଦିଲ୍ଲୀପ ଖୁଲ୍ଲମଖୁଲ୍ଲା ଅସନ୍ତୋଷ ବ୍ୟକ୍ତ କରିବା ମଧ୍ୟ ସେତେବେଳେ ବିଜେପି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲା। ତେବେ ସେତେବେଳେ କେତେକ ଏହାକୁ ଦିଲ୍ଲୀପ ବିଜେଡି ଆଡକୁ ଢଳୁଥିବା ନେଇ ମଧ୍ୟ କହୁଥିବାବେଳେ ରାଜ୍ୟ ବିଜେପିର ତୁଂଗ ନେତାଙ୍କ ସହିତ ଜୁଏଲ ମଧ୍ୟ ଦିଲ୍ଲିପଙ୍କୁ ବୁଝାଶୁଝା କରିବାକୁ ଭରପୁର ଚେଷ୍ଟା କରିଥିଲେ। ମାତ୍ର ତାହା ସଫଳ ହୋଇନଥିବା ଦିଲ୍ଲୀପଙ୍କ କିଛି ଅନୁଗତଙ୍କ ବ୍ୟବହାରରୁ ପଦାରେ ପଡିଥିଲା। ଜିଲ୍ଲା ବିଜେପି କାର୍ଯ୍ୟାଳୟକୁ ନଯାଇ ସମାନ୍ତରାଳ ଭାବେ ଦିଲ୍ଲୀପଙ୍କ ବାସଭବନରୁ ଦଳ ପରିଚାଳନା ଆରମ୍ଭ କରିଥିଲେ କିଛି ଚାଟୁକାର, ଯାହାକୁ ପୁରୁଖା ବିଜେପି କର୍ମା ନାପସନ୍ଦ କରିଥିଲେ ହେଁ ଦିଲ୍ଲୀପଙ୍କ ସମ୍ମୁଖରେ କିଛି କହିବାକୁ ଉଚିତ ମଣି ନଥିଲେ। ବିଗତ ଦିନରେ ଦ୍ୱୀତୀୟ ବ୍ରାହ୍ମଣୀ ସେତୁ ଉଦଘାଟନ ଉତ୍ସବ ସମୟରେ ଦିଲ୍ଲୀପ ସେନା ଲେଖାଥିବା ଟି ସାର୍ଟ ପିନ୍ଧାକୁ ସେତେବେଳେ ଗଡକରି ନାପସନ୍ଦ କରିଥିବା ମଧ୍ୟ ଚର୍ଚ୍ଚା ହେଉଛି। ଦିଲ୍ଲୀପଙ୍କ ପତିଆରା ବିଜେପିର ଦିଲ୍ଲୀ ଦରବାରରେ ଥିଲା ବେଳେ ରାଜ୍ୟ ବିଜେପିର କିଛି ତୁଂଗ ନେତା ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସହ ମିଶି ତାଙ୍କ ବାଟ ଓଗାଳୁଥିବା କିଛି ଅନୁଗତ ମାନେ ଛକ ବଜାରରେ ଆଲୋଚନା କରିବାକୁ ମଧ୍ୟ ପଛାଉ ନାହାନ୍ତି। ଏଭଳି ପରିସ୍ଥିତିରେ ରାଉରକେଲା ଇସ୍ପାତ କାରଖାନାର ସ୍ୱୀକୃତି ନିର୍ବାଚନ ଘୋଷଣା ହେବା ପରେ ବିଭିନ୍ନ ଶ୍ରମିକ ସଂଘଠନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିଭିନ୍ନ ଶ୍ରମିକ ସଂଘଠନକୁ ସମର୍ଥନ ଜଣାଇ ନିର୍ବାଚନ ରଣାଂଗନକୁ ଓହ୍ଲାଇ ଥିଲେ। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ବିଜେପି ସମର୍ଥôତ ଭାରତୀୟ ମଜଦୁର ସଂଘକୁ ସମର୍ଥନ ଜଣାଇ ପ୍ରଚାର କରୁଥିବାବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଧାୟକ ଦିଲ୍ଲୀପ ରାୟ ନିର୍ବାଚନ ପୂର୍ବରୁ ମାତ୍ରଧିକ ସମୟ ରାଉରକେଲାରୁ ବାହାରେ ରହିବା. ଆଉ ସହରରେ ଥିଲେ କାହା ସପକ୍ଷରେ ନକହି ନିରବ ରହୁଥିଲେ। ମାତ୍ର ଦିଲ୍ଲୀପଙ୍କ ଖାସ ଅନୁଗତ ମାନେ କଂଗ୍ରେସ ସମର୍ଥିତ ପ୍ରାର୍ଥô ପାଇଁ ପ୍ରଚାର କରିବା ସହରରେ ନୁତନ ରାଜନୈତିକ ସମିକରଣକୁ ଜନ୍ମ ଦେଇଥିଲା। କେହି ଏହାକୁ ଦିଲ୍ଲୀପଙ୍କ ପ୍ରେସର ପଲିଟିକ୍ସ କହୁଥିବାବେଳେ କେହି ବିଜେପିକୁ ଚେକ ଦେବା ପାଇଁ ଏହା ଏକ ସୁଚିନ୍ତିତ ପଦକ୍ଷେପ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ମାତ୍ର ବିଜେପି ସମର୍ଥିତ ପ୍ରାର୍ଥୀ ପ୍ରାୟ ୧୨୦୦ ଭୋଟରେ ବିଜୟ ଲାଭ କରିଥିଲା ବେଳେ ପୁରୁଖା ବିଜେପି କର୍ମୀ ତଥା ଜୁଏଲ କ୍ୟାମ୍ପର ଖୁସି ସହଜେ ଅନୁମେୟ। ଅପରପକ୍ଷେ ଜନସାଧାରଣଙ୍କ ସହିତ କୌଣସି ସମ୍ପର୍କ ରଖୁନଥିବା କିଛି ଅନୁଗତଙ୍କ ଭ୍ରମାତ୍ମକ ଆକଳନ ଦିଲ୍ଲୀପଙ୍କ ଅଡୁଆ ପରିସ୍ଥିତିରେ ପକାଇଲା ବୋଲି ଶ୍ରମିକ ମହଲରେ ଆଲୋଚନା ହେଉଛି। ଏକଦା ବିଜୁବାବୁଙ୍କ ମାନସପୁତ୍ର ଭାବେ ପରିଚିତ ଦିଲ୍ଲୀପ ବିଜୁ ଜନତା ଦଳ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ବେଳେ ପରବର୍ତ୍ତୀ ସମୟରେ ନବୀନ ପଟ୍ଟନାୟକ ତାଙ୍କୁ ଅପ୍ରତ୍ୟାଶିତ ଭାବେ ଦଳରୁ ବାହାର କରି ଦେଇଥିଲେ। ତେବେ ରାଜନୀତିରେ କେହି ସର୍ବଦା ଶତ୍ରୁ କିମ୍ବା ମିତ୍ର ନଥିବା ଉକ୍ତିକୁ ମଧ୍ୟ ବର୍ତ୍ତମାନ ପରୀପ୍ରେକ୍ଷୀରେ ଅସ୍ୱୀକାର କରାଯାଇନପାରେ। ରାଉରକେଲା ନିର୍ବାଚନ ମଣ୍ଡଳୀରେ ଦିଲ୍ଲୀପଙ୍କ ପତିଆରା ଏମିତିଯେ, ଗତ ନିର୍ବାଚନରେ ଖୋଦ ନବୀନ ପଟ୍ଟନାୟକ ତାଙ୍କ ବିରୋଧରେ ପ୍ରଚାର କରିଥିଲେ ହେଁ ସେ ବିଜୟୀ ହୋଇଥିଲେ ଏବଂ ବିଜେପି ସାଂସଦଙ୍କ ଜିତିବାର ବାଟ ପରିଷ୍କାର କରିଥିଲେ। ମାତ୍ର ସମୟ କ୍ରମେ ରାଉରକେଲା ଇସ୍ପାତ କାରଖାନାରେ ଶ୍ରମିକ ସଂଘ ନିର୍ବାଚନରେ ଦିଲ୍ଲୀପଙ୍କ ପତିଆରା ଅକ୍ଷୁର୍ଣ୍ଣ ରହିପାରିଲାନି ଏଣୁ ଦିଲ୍ଲିପଙ୍କୁ ଝଟକା ବେଳେ ଜୁଏଲଙ୍କୁ ମଉକା ମିଳିବା ସ୍ୱାଭାବିକ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top