ଓଡ଼ିଶା

ଦିଲୀପ କୁମାର ଅସୁସ୍ଥ: ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ ୫-୯ (ଓଡ଼ିଆ ପୁଅ) ଟ୍ରାଜେଡି କିଙ୍ଗ ନାମରେ ଖ୍ୟାତନାମା ଅଭିନେତା ଦିଲୀପ କୁମାରଙ୍କୁ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭର୍ତି କରାଯାଇଛି। ଖବର ମିଳିଛି କି ତାଙ୍କର ଛାତିରେ ଇନ୍ଫେକ୍ସନ ଯୋଗୁଁ ଭର୍ତ୍ତି କରାଯାଇଛି। ଏହା ମଧ୍ୟରେ ଡାକ୍ତରଙ୍କର କହିଛନ୍ତି କି ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି।

ଏହି ସୂଚନା ସାୟରା ବାନୁ ଦିଲୀପ ସାହବଙ୍କର ଟ୍ଵିଟର ହ୍ୟାଣ୍ଟେଲରେ ଦେଇଛନ୍ତି। ସେ ଲେଖିଛନ୍ତି ସାହେବଙ୍କର ଛାତିରେ ଇନ୍ଫେକ୍ଶନ କାରଣରୁ କଷ୍ଟ ଅନୁଭବ କରୁଥିଲେ। ସେଥିପାଇଁ ତାଙ୍କୁ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କୁହାଯାଇପାରେଯେ, ଏହା ପୂର୍ବରୁ ଅଗଷ୍ଟ ମାସରେ ମଧ୍ୟ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ପୂର୍ବରୁ ଡିହାଇଡ୍ରେସନ ଯୋଗୁଁ ୯୪-ବର୍ଷୀୟ ଦିଲୀପ କୁମାରଙ୍କର ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା। ହସ୍ପିଟାଲରେ ତାଙ୍କର ଅନେକ ଟେଷ୍ଟ କରାଯାଇଥିଲା। ଗତ କିଛି ବର୍ଷ ହେବ ଦିଲୀପ କୁମାରଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ ରହୁନାହିଁ। କିନ୍ତୁ ପ୍ରତ୍ୟେକ ସମୟରେ ସାୟରା ଦିଲୀପ କୁମାରଙ୍କ ସାଥିରେ ଅଛନ୍ତି।

ଦିଲୀପ କୁମାର ଏବଂ ସାୟରା ବାନୁଙ୍କର ଜୋଡ଼ି ବଲିଉଡ଼୍ ର ସବୁଠାରୁ ପୁରୁଣା ଜୋଡ଼ି ଅଟେ। ସାୟରା ବାନୁ ୧୯୬୬ ରେ ୨୨ ବର୍ଷ ବୟସରେ ଦିଲୀପ କୁମାରଙ୍କୁ ବିବାହ କରିଥିଲେ। ସେହି ସମୟରେ ଦିଲୀପ କୁମାର ୪୪ ବର୍ଷର ଥିଲେ। ଦିଲୀପ କୁମାର ଦେବଦାସ, ମୁଗଲ-ଏ-ଆଜମ ପରି ଫିଲ୍ମରେ ନିଜର ଦମଦାର ଅଭିନୟ କରିଛନ୍ତି। ସେ ଶେଷ ଥର ୧୯୯୮ ରେ ଆସିଥିବା ଫିଲ୍ମ ‘କିଲା’ରେ ନଜର ଆସିଥିଲେ। ଦିଲୀପ କୁମାରଙ୍କୁ ୨୦୧୫ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ତାଙ୍କୁ ୧୯୯୪ ରେ ଦାଦାସାହେବ ଫାଲ୍କେ ଆୱାର୍ଡ ମଧ୍ୟ ମିଳିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top