ଜିଲ୍ଲା ପରିକ୍ରମା

ଦିଲସେ ଡ୍ୟାନ୍ସ କାର୍ଯ୍ୟକ୍ରମରେ ଭାଗ ନେଲେ ୧୫୩ ପ୍ରତିଯୋଗୀ: କାର୍ଯ୍ୟକ୍ରମକୁ ନେଇ ନିର୍ଦ୍ଦେଶକ ରାଜେଶଙ୍କୁ ପ୍ରଶଂସା କଲେ ଅଭିଭାବକ

ଭଦ୍ରକ, ୨୭ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) :ସାଭ୍ ଫିଲ୍ମ ଷ୍ଟୁଡ଼ିଓ ପ୍ରାୟୋଜିତ ‘ଦିଲ୍ସେ ଡ୍ୟାନ୍ସ’ କାର୍ଯ୍ୟକ୍ରମ ଆଜି ଭଦ୍ରକ ସହିଦ୍ସ୍ମୃତି ଭବନ(ଟାଉନ ହଲ)ଠାରେ ଅନୁଷ୍ଟିତ ହୋଇଯାଇଛି। ସାଭ୍ ଫିଲିମ୍ ଷ୍ଟୁଡ଼ିଓର ନିର୍ଦ୍ଦେଶକ ରାଜେଶ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଷ୍ଟୁଡ଼ିଓର ପ୍ରଯୋଜକ ସୁବୋଧ କୁମାର ଜେନା ଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥିଭାବେ ଶହିଦ ଭଗତ ସେନାର ଅଧକ୍ଷ ଶିତାଂଶୁ ସେଖର ମହାପାତ୍ର ଯୋଗଦେଇ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ପ୍ରତିଯୋଗୀ ମାନଙ୍କୁ କେବଳ ପାଠ ପଢ଼ା ନୁହେଁ ବରଂ ସେମାନଙ୍କ ମଧ୍ୟରେ ଲୁକକାୟିତ ପ୍ରତିବାଭର ବିକାଶ ପାଇଁ ସୁଯୋଗଦେବାକୁ ଅଭିଭାବକମାନଙ୍କୁ ନିବେଦନ କରିଥିଲେ। ନୃତ୍ୟ କେବଳ ମନୋରଂଜନ ନୁହଁ ଏହା ଦ୍ୱାରା ଏକ ଏକ୍ସସରସାଇଜ ମଧ୍ୟ ହୋଇଥାଏ। ଯାହା ଶାରିରକୁ ସୁସ୍ଥ ରଖିବାରେ ଏକ ମଧ୍ୟମ ହୋଇଥାଏ ବୋଲି ନିଜ ବକ୍ତବ୍ୟରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଭଦ୍ରକ ବ୍ଲକ ସମେତ ଜିଲ୍ଲାରୁ ମୋଟ୍ ୧ଶହ ୫୩ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ସମ୍ପୁଣ୍ଣ ଦେୟମୁକ୍ତ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ସମସ୍ଥ ପ୍ରତିଯୋଗୀ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ପ୍ରଶଂଶା ପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ସାମ୍ବାଦିକତାକ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବାଲେଶ୍ୱର ‘ପ୍ରମେୟ’ର ସହସମ୍ପାଦକ ପ୍ରଭାତ ଦାସ, ସମାଜ ବାଲେଶ୍ୱର ଡେସ୍କର ସହ ସମ୍ପାଦକ ଜଗନ୍ନାଥ ଖଟୁଆ, ଭୁବନେଶ୍ୱର ସମ୍ବାଦର ସହସମ୍ପାଦକ ତୁଷାର ମହାନ୍ତି, ସମାଜସେବା ଓ ଲୋକପ୍ରୀୟତା କ୍ଷେତ୍ରରେ ପପୁନ ଇଲେକ୍ଟ୍ରୋନିକ୍ସର ପ୍ରୋପାଇଟର ସଂଜୟ ରାଉତ, ଭିନ୍ନଏକ ମଣୀଷ ଓ ଲୋକପ୍ରୀୟତା କ୍ଷେତ୍ରରେ ସଂଗୀତା ମୋଟର୍ସର ପ୍ରୋପାଇଟର ଚନ୍ଦନ କୁମାର ସାହା, ସମାଜସେବା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ କ୍ଷୀରୋଦ ବିହାରୀ ଦାସ ଏବଂ ଶିକ୍ଷାପ୍ରେମୀ ଭାବେ ହିମାଂସୁ ଭୁଷଣ ସାହୁଙ୍କୁ ମୁଖ୍ୟ ଅତିଥି ଶ୍ରୀ ମହାପାତ୍ରଙ୍କ ଦ୍ୱାରା ସମ୍ମାନପତ୍ର ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ସାଭ୍ ଫିଲ୍ମର ନିର୍ଦ୍ଦେଶକ ଶ୍ରୀ ଦାସ ତାଙ୍କର ପ୍ରଥମ ଡ୍ୟାନ୍ସ ଗୁରୁ ବି ପିତାମ୍ବର ରେଡ୍ଡିଙ୍କୁ ମଞ୍ଚରେ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଭଦ୍ରକ, ଭଣ୍ଡାରିପୋଖରୀ, ବାସୁଦେବପୁର, ତିହିଡ଼ି, ଚାନ୍ଦବାଲି, ବନ୍ତ, ଆଗରପଡ଼ା ଏବଂ ଧାମନଗରରୁ ପ୍ରତିଯୋଗୀ ମାନେ ଭାଗନେଇଥିଲେ। ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଚାରୁଦତ୍ତ ନାୟକ, ଅବିନାଶ ପଣ୍ଡା, ଜ୍ଞାନରଂଜନ ଦାସ, ଆସିଶ ଅମିତାଭ ମହାପାତ୍ର, ପ୍ରମୋଦ ନାୟକ, ଅଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ପୁନମ୍ ପ୍ରୀତି ନାୟକ, ପ୍ରୀତିଶ୍ୱେତା ପଣ୍ଡା, ଆକାଶ ପରିଡ଼ା ପ୍ରମୁଖ ପ୍ରତିଯୋଗୀମାନଙ୍କ ନାମପଞ୍ଜିକରଣରେ ସାହଯୋଗ କରିଥିଲା ବେଳେ ଅଭୟକୁମାର ନାୟକ ଷ୍ଟେଜ ଦାଇତ୍ୱ ତୁଲାଇଥିଲେ। ପ୍ରଯୋଜକ ସୁବୋଧ କୁମାର ଜେନା ଧନ୍ୟବାଦ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top