ଓଡ଼ିଶା

ଦିବ୍ୟାଙ୍ଗ, ରୋଗୀ ଯାତ୍ରୀ ଏବଂ ବରିଷ୍ଠ ନାଗରିକଙ୍କ ନିମନ୍ତେ ଭୁବନେଶ୍ୱର ଓ କଟକ ରେଲ୍ ୱେ ଷ୍ଟେସନ୍ ରେ ନାଲ୍ କୋ ପକ୍ଷରୁ ବ୍ୟାଟେରୀ ଚାଳିତ ଯାନ ବ୍ୟବସ୍ଥା

ଭୁବନେଶ୍ୱର/କଟକ, ୦୮.୦୫.୨୦୧୮ (ଓଡ଼ିଆ ପୁଅ) : ବିନା ମୂଲ୍ୟରେ ପୁରୀ ରେଲ୍ ୱେ ଷ୍ଟେସନ୍ ରେ ଇଲେକ୍ଟ୍ରିକ୍ ଭେହିକଲ୍ ସେବାର ଶୁଭାରମ୍ଭ ଗତ ମାର୍ଚ୍ଚ୍ ମାସରେ କରିବା ପରେ ନାଲ୍ କୋ ପକ୍ଷରୁ ଭୁବନେଶ୍ୱର ଓ କଟକ ଠାରେ ଦିବ୍ୟାଙ୍ଗ, ରୋଗୀ ଯାତ୍ରୀ ଏବଂ ବରିଷ୍ଠ ନାଗରିକଙ୍କ ନିମନ୍ତେ ଇଷ୍ଟ୍ କୋଷ୍ଟ୍ ରେଲୱେ ସହ ମିଳିତ ଭାବେ ଇଲେକ୍ଟ୍ରିକ୍ ଭେହିକଲ୍ ସେବା ଆରମ୍ଭ ହୋଇଛି।

ସମସ୍ତ ବର୍ଗରୁ ଏହି ଇଲେ୍ କ୍ଟ୍ରିକ୍ ଭେହିକଲ୍ ସେବା ଉଚ୍ଚ ପ୍ରଶଂସା ଲାଭ କରିବା ପରେ ଆଜି ଟ୍ୱିନ୍ ସିଟୀ ଭୁବନେଶ୍ୱର ଓ କଟକ ଠାରେ ଏହା ଆରମ୍ଭ ହୋଇଛି ଏବଂ ଏହା ରାଜ୍ୟକୁ ବହୁ ସଂଖ୍ୟାରେ ପର୍ଯ୍ୟଟନ ଏବଂ ତୀର୍ଥଯାତ୍ରା ପାଇଁ ଆସୁଥିବା ଜନସାଧାରଣଙ୍କ ପାଇଁ ଉପଯୋଗୀ ହେବ।

ଏହି ସେବାର ଶୁଭାରମ୍ଭ ନାଲ୍ କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ ଏବଂ ଖୋର୍ଦ୍ଧାର ଡିଭିଜନାଲ୍ ରେଲ୍ ୱେ ମ୍ୟାନେଜର୍ ଶ୍ରୀ ବ୍ରଜ ମୋହନ ଅଗ୍ରୱାଲଙ୍କ ଦ୍ୱାରା ହୋଇଥିଲା।

ଏହି ଅବସରରେ, ନାଲ୍ କୋର ଅଧ୍ୟକ୍ଷ ଡଃ ଚାନ୍ଦ କହିଲେ ଯେ, ଦେଶରେ ସ୍ମାର୍ଟ୍ ସିଟୀ ତାଲିକାରେ ପ୍ରଥମ ସ୍ଥାନ ହାସଲ କରିଥିବା ଭୁବନେଶ୍ୱର ପାଇଁ ସମସ୍ତେ ଗର୍ବିତ। ଏ ଦିଗରେ ନାଲ୍ କୋ ପକ୍ଷରୁ ଏହି ସେବା ଏକ ସ୍ମାର୍ଟ୍ ପଦକ୍ଷେପ ଅଟେ। ବିନା ମୂଲ୍ୟରେ ବରିଷ୍ଠ ନାଗରିକ, ଭିନ୍ନକ୍ଷମ ତଥା ରୋଗୀ ଯାତ୍ରୀମାନଙ୍କୁ ଏହି ସ୍ୱତନ୍ତ୍ର ସେବା ପ୍ରଦାନ କରାଯିବ, ଯାହା କି ସେମାନଙ୍କ ପାଇଁ ଅତ୍ୟନ୍ତ ଲାଭଜନକ ସାବ୍ୟସ୍ତ ହେବ ବୋଲି ଡଃ ଚାନ୍ଦ କହିଥିଲେ। ଉଲ୍ଲେଖଯୋଗ୍ୟ ଯେ ଏହି ଇଲେକ୍ଟ୍ରିକ୍ ଭେହିକଲ୍ ସେବାର ପରିଚାଳନା ଏବଂ ରକ୍ଷାଣାବେକ୍ଷଣ ନାଲ୍ କୋ ତତ୍ୱାବଧାନରେ ବିଶେଷଜ୍ଞ ସଂସ୍ଥା ଦ୍ୱାରା କରାଯିବ।

ନାଲ୍ କୋର ଏହି ମହତ ପଦକ୍ଷେପର ପ୍ରଶଂସା କରି ଖୋର୍ଦ୍ଧାର ଡିଭିଜନାଲ୍ ରେଲ୍ ୱେ ମ୍ୟାନେଜର୍ ଶ୍ରୀ ବ୍ରଜ ମୋହନ ଅଗ୍ରୱାଲ କହିଲେ ଯେ ଏହି ପଦକ୍ଷେପ ଦ୍ୱାରା ଭୁବନେଶ୍ୱର ଓ କଟକକୁ ଆସୁଥିବା ଲକ୍ଷାଧିକ ଜନସାଧାରଣ ଲାଭାନ୍ୱିତ ହେବେ। ନାଲ୍ କୋ ଅନେକ ସିଏସ୍ ଆର୍ ପଦକ୍ଷେପ ଗ୍ରହଣ କରିବା ସହ ପୁରୀର ବିକାଶ ପାଇଁ ଅବଦାନ ଦେଉଥିବାରୁ ସେ କମ୍ପାନୀର ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ, ରେଲ୍ ୱେର ବରିଷ୍ଠ ଅଧିକାରୀ ଏବଂ ନାଲ୍ କୋର ଅଧିକାରୀବୃନ୍ଦଙ୍କ ଉପସ୍ଥିତିରେ ନାଲ୍ କୋ ଏବଂ ରେଲ୍ ୱେ ମଧ୍ୟରେ ଏକ ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଥିଲା।

ଉଲ୍ଲେଖଯୋଗ୍ୟ ଯେ ସ୍ୱଚ୍ଛ ଆଇକନିକ ସ୍ଥାନ ପ୍ରକଳ୍ପ ଅଧିନରେ ନାଲ୍ କୋ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛି। ଏହି ପରିପ୍ରେକ୍ଷୀରେ, ନାଲ୍ କୋ ପକ୍ଷରୁ ମାର୍ଚ୍ଚ୍ ୨୪ ତାରିଖରେ ପୁରୀ ରେଲ୍ ୱେ ଷ୍ଟେସନ୍ ଠାରେ ଖୋର୍ଦ୍ଧା ରେଲ୍ ୱେ ଡଭିଜନ୍ ସହ ମିଳିତ ଭାବେ ବିନା ମୂଲ୍ୟରେ ଇଲେକ୍ଟ୍ରିକ୍ ଭେହିକଲ୍ ସେବାର ଶୁଭାରମ୍ଭ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top