ଓଡ଼ିଶା

ଦିବ୍ୟାଙ୍ଗ ରମେଶ ପାଇଲେ ସ୍ବର୍ଣ୍ଣ ପଦକ

ରାୟଗଡା ତା-୩୦/୦୭/୨୦୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) ଦିବ୍ୟାଙ୍ଗ ଏଲ ରମେଶ କରାଟେ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଆଜି। ସେ ବାଙ୍ଗଲାଦେଶକୁ ଫାଇନାଲରେ ହରାଇ ଆମଦେଶକୁ ଗୌରବ ଆଣିଦେଇଛନ୍ତି। ରମେଶ ପୋଲିଓରେ ଆକ୍ରାନ୍ତ ହୋଇ ବାମ ଗୋଡ଼ ସାମାନ୍ୟ ଛୋଟ। ତେବେ ଅଭ୍ୟାସ ଏବଂ ଇଶ୍ବରଙ୍କ ଇଚ୍ଛାଶକ୍ତି ଆଗରେ ସବୁକିଛି ସମ୍ଭବ ସେ କରିଦେଖାଇଛନ୍ତି। କ୍ରମାଗତ ଭାବେ ସେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଯୋଗିତାରେ ଭାଗନେଇ ସେ ପୁରସ୍କୃତ ହୋଇଥିବା ବେଳେ ଗତ ୨ ଦିନଧରି ସେ କୋଲକାତାର ନେତାଜୀ ଇଣ୍ଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ କରାଟେ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେ ପ୍ରତିଯୋଗିତାରେ ଆଫଗାନିସ୍ତାନ, ନେପାଳ ସହ ଜିତିବା ପରେ ୭ରାଉଣ୍ଡରେ ବାଙ୍ଗଲାଦେଶ ସହ ବିଜୟ ଲାଭ କରିଛନ୍ତି। ଫାଇନାଲରେ ସେ ବାଙ୍ଗଲାଦେଶକୁ ହରାଇ ସ୍ବର୍ଣ୍ଣ ପଦକ ପାଇଥିବା ଜଣାପଡିଛି। ରମେଶ ରାୟଗଡା ସହର ର ମାର୍କେଟ ଗଳି ବସ୍ତିରେ ରହୁଛନ୍ତି। ରମେଶଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଗତ ଜାନୁଆରୀ ୨୦୧୮ ଜେକେ କାଗଜକଳର ଠିକାଦାରଙ୍କ ଠାରେ ନିଯୁକ୍ତି ଦେଇଛନ୍ତି। ସେ ଦୈନିକ ୨ଶହ ୧୩ଟଙ୍କା ହିସାବରେ ମଜୁରୀ ପାଉଛନ୍ତି। ଏବଂ କାଗଜକଳରେ ୩ଶହ ଫୁଟ ଉଚ୍ଚତା ପାହାଚ ଉପକୁ ଯାଇ କାର୍ଯ୍ୟ କରନ୍ତି। ଏହି ବିପଦ ପୂର୍ଣ୍ଣ କାର୍ଯ୍ୟ ପାଇଁ ବାରମ୍ବାର କାରଖାନା କତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରିଛନ୍ତି। କିନ୍ତୁ ତାଙ୍କ ଅଭିଯୋଗ ଉପରେ କେହି ଗୁରୁତ୍ୱ ଦେଉନଥିବା କହିଛନ୍ତି। ସେ କହିଛନ୍ତି ଆଜି ଯେଉଁ ଖେଳିବା ପାଇଁ କଲିକତା ଯାଇଛନ୍ତି ସେ ବାବଦକୁ ଜେକେ କାଗଜକଳ ୧୦ହଜାର ଟଙ୍କା ସହାୟତା କରିଛି। ତେଣୁ କାଗଜକଳକୁ କୃତଜ୍ଞତା ଜ୍ଞାପନ କରୁଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top